Advertisment

Yogasana: ଯେତେ ଚେଷ୍ଟା କଲେ ଛାଡ଼ି ହେଉନି କି ସ୍ମାର୍ଟଫୋନ୍ ନିଶା; କରନ୍ତୁ ଏହି ଯୋଗ, ଆପେ ଆପେ ଛାଡ଼ିଯିବ

ଧୀରେ ଧୀରେ ସ୍ମାର୍ଟଫୋନ୍ ସହିତ ଆମେ ଏମିତି ଅଭ୍ୟସ୍ତ ହୋଇଗଲୁଣି ଯେ ଫୋନ୍ ବ୍ୟବହାର କରିବାରେ ଆମର ପୂରା ଦିନ ଚାଲିଯାଉଛି। ଅନ୍ୟ କାମରେ ହେଳା ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଯାଇଛି। ଏହି ନିଶା ଛଡେଇବା ପାଇଁ କରନ୍ତୁ ଏହି ଯୋଗ।

ଅଦ୍ୟତନ ହୋଇଛି
Mobile Phones

Mobile Phones

Advertisment

ଆଜିର ଦିନରେ ସ୍ମାର୍ଟ ଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ପ୍ରାୟ ସମସ୍ତ କାର୍ଯ୍ୟ ଏହା ସାହାଯ୍ୟରେ କରାଯାଉଛି। ଘରୋଇ ଜିନିଷ କିଣିବା ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ, ସମସ୍ତ କାର୍ଯ୍ୟ ବର୍ତ୍ତମାନ ସ୍ମାର୍ଟଫୋନ୍ ମାଧ୍ୟମରେ ହେଉଛି। ଏପରି ପରିସ୍ଥିତିରେ, ଟେକ୍ନୋଲୋଜୀର ବିକାଶ ସହିତ ଲୋକମାନେ ମନୋରଞ୍ଜନ ପାଇଁ ସ୍ମାର୍ଟଫୋନ୍ ମଧ୍ୟ ବ୍ୟବହାର କରୁଛନ୍ତି।

Advertisment

ତେବେ ଧୀରେ ଧୀରେ ଆମେ ଏଥିରେ ଏମିତି ଅଭ୍ୟସ୍ତ ହୋଇଗଲୁଣି ଯେ ଫୋନ୍ ବ୍ୟବହାର କରିବାରେ ଆମର ପୂରା ଦିନ ଚାଲିଯାଉଛି। ଏହା ଦ୍ୱାରା ଅନ୍ୟ କାମରେ ଅବହେଳା ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଯାଇଛି।

ଅଧିକ ପଢନ୍ତୁ : Yogasana: ଦିନସାରା ଭୋକ ଲାଗୁନି କି… କରନ୍ତୁ ଏହି ୪ ସହଜ ଆସନ

ସ୍ମାର୍ଟଫୋନ୍ ନିଶା ଯୋଗୁଁ କେବଳ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉ ନାହିଁ, ଏହାର ନକରାତ୍ମକ ପ୍ରଭାବ ମଧ୍ୟ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି। ଦିନସାରା ଫୋନ୍ ବ୍ୟବହାର କରିବା ଦ୍ୱାରା ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ କମିଯାଉଛି, ଯେଉଁଥିପାଇଁ ହୃଦ୍‌ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତାର ଆଶଙ୍କା ବଢିଯାଉଛି।

Advertisment

ଆପଣ ଯେତେ ଚେଷ୍ଟା କଲେ ବି ଯଦି ଏହି ନିଶା ଛାଡୁନି ତେବେ ବ୍ୟସ୍ତ ହେବାର ନାହିଁ। ଏମିତି କିଛି ଯୋଗ ଟିପ୍ସ ରହିଛି ଯାହାକୁ ଆପଣ ଦୈନିକ ଅଭ୍ୟାସ କରିବା ଦ୍ୱାରା ସହଜରେ ଏହି ନିଶା ଛାଡିଯିବ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ସୂର୍ଯ୍ୟ ନମସ୍କାର: ପିଲାମାନେ ପ୍ରତିଦିନ ଅତି କମରେ ୫ ଥର ସୂର୍ଯ୍ୟ ନମସ୍କାର କରିବା ଉଚିତ।

Advertisment
Asanas and pranayama tips help to control cell phone addictionସୂର୍ଯ୍ୟ ନମସ୍କାର

ମୋବାଇଲ୍ ନିଶା ଛଡାଇବାକୁ ଆସନ:

ଶିର୍ଷାସନ:

Asanas and pranayama tips help to control cell phone addictionଶିର୍ଷାସନ

ଶିର୍ଷାସନକୁ ଆସନ ମଧ୍ୟରେ ଶ୍ରେଷ୍ଠ କୁହାଯାଏ। ଏହି ଆସନ କରିବା ଦ୍ୱାରା ମନ ତୀକ୍ଷ୍ଣ ହୋଇଯାଏ। ଏହାକୁ କରିବାକୁ ହେଲେ ମୁଣ୍ଡ ତଳକୁ କରି ଦୁଇ ଗୋଡକୁ ଉପରକୁ କରି ରଖାଯାଏ। ଏହାକୁ ଖୁବ ସାବଧାନତାର ସହିତ କରିବା ଉଚିତ। ନିଜ ଶାରିରୀକ କ୍ଷମତା ସହିତ ଏହାକୁ ୫ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କରିହେବ।

ସର୍ବାଙ୍ଗାସନ:

ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସର୍ବାଙ୍ଗାସନ ବହୁତ ଉପକାରୀ। ଏହି ଯୋଗର ଅଭ୍ୟାସ ସମଗ୍ର ଶରୀରରେ ସକରାତ୍ମକ ଶକ୍ତି ବୃଦ୍ଧି କରିବା ସହିତ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲକ୍ଷଣଗୁଡ଼ିକର ଉନ୍ନତି ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ମନକୁ ଦୃଢ କରିଦିଏ।

Asanas and pranayama tips help to control cell phone addictionସର୍ବାଙ୍ଗାସନ

ଏକ ଯୋଗ ମୁଦ୍ରାରେ ସମଗ୍ର ଶରୀର କାନ୍ଧ ଉପରେ ସନ୍ତୁଳିତ ରୁହେ। ଏହା ହେଉଛି ଏକ ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ଯାହା ଅନେକ ମାଂସପେଶୀ ଉପରେ ପ୍ରଭାବ ପକାଏ। ଏହି ସ୍ଥିତିରେ ଶରୀରକୁ ୨ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ରଖାଯାଇପାରେ।

ଅଧିକ ପଢନ୍ତୁ : Yogasana: ପଡିଯିବାରୁ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଆସନ, ହେଇଯିବ ଭଲ

ମୋବାଇଲ୍ ନିଶା ଛଡ଼ାଇବାକୁ ପ୍ରାଣାୟାମ:

ଭସ୍ତ୍ରିକା ପ୍ରାଣାୟାମ:

Asanas and pranayama tips help to control cell phone addictionଭସ୍ତ୍ରିକା ପ୍ରାଣାୟାମ

ଭସ୍ତ୍ରିକା ପ୍ରାଣାୟାମ ୩ଟି ଉପାୟରେ କରାଯାଇଥାଏ। ପ୍ରଥମରେ ୫ ସେକେଣ୍ଡ ପାଇଁ ଶ୍ୱାସ ନେବା ଏବଂ ୫ ସେକେଣ୍ଡ ପାଇଁ ଶ୍ୱାସ ଛାଡ଼ିବା। ଦ୍ୱିତୀୟରେ, ଅଢେଇ ସେକେଣ୍ଡ ପାଇଁ ଶ୍ୱାସ ନେବା ଏବଂ ଅଢେଇ ସେକେଣ୍ଡ ପାଇଁ ଶ୍ୱାସ ଛାଡିବା। ତୃତୀୟରେ ଶୀଘ୍ର ଶୀଘ୍ର ଶ୍ୱାସ ନେବା ଏବଂ ଶ୍ୱାସ ଛାଡିବା। ଏହି ପ୍ରାଣାୟାମକୁ କ୍ରମାଗତ ଭାବରେ ୨ ମିନିଟ୍ ପାଇଁ କରିହେବ।

କପାଳଭାତି ପ୍ରାଣାୟାମ:

Asanas and pranayama tips help to control cell phone addictionକପାଳଭାତି ପ୍ରାଣାୟାମ

୫ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କପାଳଭାତି ପ୍ରାଣାୟାମ କରନ୍ତୁ। ପ୍ରତି ୫ ମିନିଟ୍ ପରେ କିଛି ମିନିଟ୍ ପାଇଁ ବିଶ୍ରାମ କରନ୍ତୁ। ଏହି ପ୍ରାଣାୟାମ କରିବା ପାଇଁ ପେଟରେ ଧକ୍କା ଦେଇ ନାକରେ କ୍ଷୀପ୍ର ଗତିରେ ଶ୍ୱାସ ଛାଡିବାକୁ ହୋଇଥାଏ।

ଅନୁଲୋମ୍ ବିଲୋମ୍:

Asanas and pranayama tips help to control cell phone addictionଅନୁଲୋମ୍ ବିଲୋମ୍

ସର୍ବପ୍ରଥମେ, ପଦ୍ମାସନରେ ବସନ୍ତୁ। ବର୍ତ୍ତମାନ ଡାହାଣ ହାତର ବୁଢା ଆଙ୍ଗୁଠିକୁ ଡାହାଣ ପୁଡ଼ାରେ ରଖି ବାମ ପୁଡାରେ ଶ୍ୱାସ ନିଅନ୍ତୁ ଏବଂ ପରେ ଡାହାଣ ମଝି ଆଙ୍ଗୁଠିରେ ବାମ ପୁଡା ବନ୍ଦ କରି ଡାହାଣ ପୁଡାରୁ ବୁଢା ଆଙ୍ଗୁଠି କାଢନ୍ତୁ ଏବଂ ଶ୍ୱାସ ଛାଡନ୍ତୁ। ପୁନର୍ବାର ସେହି ଡାହାଣ ପୁଡାରେ ଶ୍ୱାସ ନେଇ ବାମ ପୁଡାରେ ଛାଡନ୍ତୁ। ଏହି ପ୍ରାଣାୟାମକୁ ୫ ମିନିଟରୁ ଅଧ ଘଣ୍ଟା ପର୍ଯ୍ୟନ୍ତ କରାଯାଇପାରିବ।

ଭ୍ରାମରୀ ପ୍ରାଣାୟାମ:

Asanas and pranayama tips help to control cell phone addictionଭ୍ରାମରୀ ପ୍ରାଣାୟାମ

ଭ୍ରାମରୀ ପ୍ରାଣାୟାମ କରିବାକୁ, ପ୍ରଥମେ ସୁଖାସନ କିମ୍ବା ପଦ୍ମସନରେ ବସନ୍ତୁ। ଏବେ ଗଭୀର ନିଅନ୍ତୁ। ଶ୍ୱାସ ନେବା ପରେ ପ୍ରଥମେ ବୁଢା ଆଙ୍ଗୁଠିରେ କାନ ବନ୍ଦ କରନ୍ତୁ, ବାକି ୩ ଆଙ୍ଗୁଠିରେ ଆଖି ବନ୍ଦ କରନ୍ତୁ। ଏହା ପରେ ପାଟି ବନ୍ଦ କରି 'ଉଁ…' ଶବ୍ଦ କରନ୍ତୁ। ଏହା ଭ୍ରମର ଶବ୍ଦ ପରି ଶୁଣାଯିବ। ଏହି ପ୍ରାଣାୟାମ ୩-୨୧ ଥର କରାଯାଇପାରିବ।

ଉଦ୍‌ଗୀଥ୍ ପ୍ରାଣାୟାମ:

Asanas and pranayama tips help to control cell phone addictionଉଦ୍‌ଗୀଥ୍ ପ୍ରାଣାୟାମ

ଏହି ପ୍ରାଣାୟାମ କରିବା ପାଇଁ ପଦ୍ମାସନ କିମ୍ବା ସୁଖାସନରେ ବସନ୍ତୁ ଏବଂ ଶାନ୍ତ ମନରେ 'ଓମ୍' ଉଚ୍ଚାରଣ କରନ୍ତୁ। ଏହା ସିଧା ପାଟିରୁ ନ ଆସି କଣ୍ଠ ଓ ନାସିକା ଦେଇ ଆସିବା ଦରକାର।

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

Yoga Asanas Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ