Advertisment

ଟିମ୍ ଲିଡର ହେବା ପାଇଁ କେତେକ ଜରୁରୀ ଗୁଣ

ଆପଣ କୌଣସି ଏକ କମ୍ପାନୀରେ ଅଧସ୍ତନ କର୍ମଚାରୀ ଭାବେ କାମ କରୁଛନ୍ତି ଆଉ ବାରମ୍ବାର ବସ୍‌ଙ୍କ ଗାଳି ଶୁଣୁଛନ୍ତି କି? ମନେ ମନେ ବସ୍ ହେବାକୁ ଭାବୁଛନ୍ତି କି ? ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।

ଅଦ୍ୟତନ ହୋଇଛି
Tips For Good Team Leader

Tips how to become team leader

Advertisment

ପ୍ରତ୍ୟେକ ପ୍ରଫେସନାଲ୍ ବ୍ୟକ୍ତି ନିଜ କ୍ୟାରିୟରରେ ଅଭିବୃଦ୍ଧି ହାସଲ କରିବାକୁ କଠିନ ପରିଶ୍ରମ କରନ୍ତି। ଏଥିପାଇଁ ଲୋକମାନେ କେବଳ ଅତିରିକ୍ତ କାର୍ଯ୍ୟ କରନ୍ତି ନାହିଁ, ବରଂ ସେମାନଙ୍କର ଦକ୍ଷତାକୁ ମଧ୍ୟ ନବୀକରଣ କରନ୍ତି। ବର୍ଷକୁ ଥରେ କିମ୍ବା ଦୁଇଥର, କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରେ ଏବଂ ଦରମା ବୃଦ୍ଧି କରେ କିମ୍ବା ପ୍ରମୋସନ କରେ।

Advertisment

ଅଧିକ ପଢ଼ନ୍ତୁ: ଆପଣ ଅନ୍‌ଲାଇନ୍ ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି କି; ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ଟିମରେ କର୍ମଚାରୀମାନଙ୍କୁ ଏକଜୁଟ ରଖିବା ଏବଂ ସେମାନଙ୍କଠାରୁ କାମ ଆଦାୟ କରିବା ପାଇଁ ଜଣେ ‘ବଶ୍’(ଟିମ୍ ଲିଡର୍)ଙ୍କ ଆବଶ୍ୟକ ରହିଛି। ତେବେ ସମସ୍ତେ ଟିମ୍ ଲିଡର୍ ହେବାକୁ ସକ୍ଷମ ହୋଇ ନଥାନ୍ତି। ନେତୃତ୍ୱ ହେଉଛି ଏକ ପ୍ରକାର ଆଚରଣ, ଯାହା ସମୟ ସହିତ ଅଭ୍ୟାସରେ ପରିଣତ ହୋଇଯାଏ। ତେବେ ଏହି ଗୁଣ ଅଧିକାଂଶ ଲିଡରମାନଙ୍କ ପାଖରେ ନଥାଏ। ତେବେ ଜଣେ ଟିମ୍ ଲିଡର ହେବା ନେଇ କେଉଁସବୁ ଗୁଣର ଆବଶ୍ୟକତା ରହିଛି ଆସନ୍ତୁ ଜାଣିବା।

Advertisment

ଟିମ୍ ପାଇଁ ଉପସ୍ଥିତି:

ପ୍ରତ୍ୟେକ ଟିମ୍‌ ଲିଡର୍ ତାଙ୍କ ଟିମ୍‌ର ସଦସ୍ୟଙ୍କ ପାଇଁ ସବୁବେଳେ ଉପଲବ୍ଧ ହେବା ଉଚିତ। ଏହା ଦ୍ୱାରା ଟିମ୍‌ର ସଦସ୍ୟମାନେ ସେମାନଙ୍କର କାମକୁ ଭଲ ଭାବେ ଓ ଅଧିକ ଆତ୍ମବିଶ୍ୱାସର ସହିତ କରି ପାରନ୍ତି।

ଦଳ ପାଇଁ ଉଦାହରଣ ହେବା:

ଅନେକ ଟିମ୍‌ ଲିଡର୍ କେବଳ ନିର୍ଦ୍ଦେଶ ଦେଇ ସେମାନଙ୍କର କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହା ଟିମ୍‌କୁ ଭୁଲ ବାର୍ତ୍ତା ଦିଏ। ଯଦି ଆପଣ ନିଜେ କାମ କରି ଏକ ଉଦାହରଣ ସୃଷ୍ଟିକରନ୍ତି ତେବେ ଏହା ଭଲ ହେବ, ଯାହା ଦ୍ୱାରା ଟିମ୍‌ର ସଦସ୍ୟମାନେ ଆପଣଙ୍କଠାରୁ ପ୍ରେରଣା ପାଇପାରିବେ ଏବଂ କାର୍ଯ୍ୟ ସଠିକ୍ ଉପାୟରେ ମଧ୍ୟ ଶିଖିବେ।

Advertisment

ଆତ୍ମବିଶ୍ୱାସ:

ଟିମ୍ ଲିଡର୍ସ ସେମାନଙ୍କ ନିଷ୍ପତ୍ତି ଉପରେ ଆତ୍ମବିଶ୍ୱାସୀ ହେବା ଜରୁରୀ। ଯଦି ସେ ନିଜେ ଆତ୍ମବିଶ୍ୱାସୀ ନୁହଁନ୍ତି ତେବେ ଟିମ୍‌ର ଅନ୍ୟ ସଦସ୍ୟମାନେ ମଧ୍ୟ ନର୍ଭସ ହୋଇଯିବେ ଏବଂ ଏହା ସେମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବ। ଯଦି କୌଣସି ଟିମ୍‌ର ସଦସ୍ୟ ବିବ୍ରତ ଦେଖାଯାନ୍ତି, ତେବେ ତାଙ୍କ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢାନ୍ତୁ।

ଅନ୍ୟମାନଙ୍କ କଥା ଶୁଣିବା:

ପ୍ରତ୍ୟେକ ସଫଳ ଟିମ୍ ଲିଡର୍‌ଙ୍କର ପାଖରେ ଏମିତି କିଛି ଗୁଣ ଥାଏ ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ଏଥିରୁ ଗୋଟିଏ ଗୁଣ ହେଉଛି, ସମସ୍ତଙ୍କ କଥା ଶୁଣନ୍ତି। ତେଣୁ ଏକ ଟିମ୍‌ର ନେତୃତ୍ୱ ନେବାକୁ ହେଲେ ସମସ୍ତ ସଦସ୍ୟଙ୍କ ମତକୁ ଶୁଣବା ଆବଶ୍ୟକ।

Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ