Advertisment

ସରକାରଙ୍କ ବଡ଼ ନିଷ୍ପତ୍ତି : ୱର୍କ ଫ୍ରମ୍‌ ହୋମ୍‌ କର୍ମଚାରୀଙ୍କ ଆଇନଗତ ଅଧିକାର

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍‌ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ

ଅଦ୍ୟତନ ହୋଇଛି
Work from Home

Work from Home

Advertisment

କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ ଖୋଜୁଥିଲା । ସେତେବେଳେ ୱର୍କ ଫ୍ରମ୍‌ ହୋମ୍‌ ଅନେକ କମ୍ପାନୀ ପାଇଁ ପ୍ରଭାବଶାଳୀ ପଦକ୍ଷେପ ପ୍ରମାଣିତ ହୋଇଥିଲା । ସଂକ୍ରମଣ ହୁତୁ ହୁତୁ ହୋଇ ବଢ଼ୁଥିବା ବେଳେ ଲୋକମାନେ ପ୍ରାୟ ଦୁଇ ବର୍ଷ ଧରି ଘରୁ କାମ କରୁଥିଲେ । ଚାରିଆଡ଼େ ଲକଡାଉନ୍‌ ସତ୍ତ୍ୱେ ଲୋକମାନେ ଘରେ ବସି ନିଜ କାମ ଜାରି ରଖି ପାରୁଥିଲା । ତେବେ ୱର୍କ ଫ୍ରମ୍‌ ହୋମ୍‌ ନିଷ୍ପତ୍ତି କମ୍ପାନୀ ଗୁଡିକ ପାଇଁ ଏକ ଲାଭଦାୟକ ହେବା ସହ ଟଙ୍କା ମଧ୍ୟ ବଞ୍ଚିଥିଲା । ଦୁଇ ବର୍ଷ ପାଇଁ କରୋନା ଅବଧି ସମୟରେ କମ୍ପାନୀ ଗୁଡିକର ଅଫିସ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଳି ପଡ଼ିଲା । ଏହି ସବୁ ଦିଗ ଉପରେ ଧ୍ୟାନ ଦେଇ ନେଦରଲ୍ୟାଣ୍ଡ ସରକାର ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

Advertisment

ୱର୍କ ଫ୍ରମ୍‌ ହୋମକୁ କର୍ମଚାରୀଙ୍କ ପାଇଁ ଆଇନଗତ ଅଧିକାର କରିବାକୁ ନେଦରଲ୍ୟାଣ୍ଡ ସରକାର ଏକ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଗତ ସପ୍ତାହରେ ସଂସଦର ତଳ ସଦନରେ ଏହି ପ୍ରସଙ୍ଗରେ ଏକ ଆଇନ ପ୍ରଣୟନ କରାଯାଇଛି । ବର୍ତ୍ତମାନ ସିନେଟର ଅନୁମୋଦନକୁ ଅପେକ୍ଷା କରିଛି।ସାମ୍ପ୍ରତିକ ବ୍ୟବସ୍ଥା ଅନୁଯାୟୀ, ନେଦରଲ୍ୟାଣ୍ଡର ନିଯୁକ୍ତିଦାତାମାନେ କୌଣସି କାରଣ ନଦେଇ କର୍ମଚାରୀଙ୍କ ୱର୍କ ଫ୍ରମ୍‌ ହୋମ୍‌ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବେ । କିନ୍ତୁ ନୂତନ ନିୟମ ଅନୁଯାୟୀ ଏବେ ଠାରୁ କର୍ମଚାରୀ ଘରୁ କାମ କରିବା ପାଇଁ ଅନୁମତି ମାଗିଲେ ସିଧାସଳଖ ମନା କରିପାରିବେ ନାହିଁ କମ୍ପାନୀ । କର୍ମଚାରୀଙ୍କ ସମସ୍ତ ଅନୁରୋଧକୁ ବିଚାର କରିବାକୁ ପଡିବ ଏବଂ ପ୍ରତ୍ୟାଖ୍ୟାନ କରିବାକୁ ଯଥେଷ୍ଟ କାରଣ ଦେବାକୁ ପଡିବ ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍‌ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ । ନୂତନ ବିଲ୍ ହେଉଛି ନେଦରଲ୍ୟାଣ୍ଡ ଫ୍ଲେକ୍ସିବଲ୍ ୱାର୍କିଂ ଆକ୍ଟ ୨୦୧୫ର ଏକ ସଂଶୋଧନ, ଯାହା କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟ ସମୟ, କାର୍ଯ୍ୟସୂଚୀ ଏବଂ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦିଗରେ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥାଏ ।

Advertisment

କର୍ମଚାରୀଙ୍କ ଅଧିକାର ପାଇଁ ନେଦରଲ୍ୟାଣ୍ଡ ପୂର୍ବରୁ ଜଣାଶୁଣା । ଏହି ନୂତନ ନିୟମ ଏପରି ଏସମୟରେ ଆସିଛି, ଯେତେବେଳେ ସାରା ବିଶ୍ୱର କମ୍ପାନୀ ଗୁଡ଼ିକ କର୍ମଚାରୀମାନଙ୍କୁ ଅଫିସକୁ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି। କେତେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ କୋହଳ କରିଥିବା ବେଳେ ସେଲ୍ସଫୋର୍ସ ପରି କମ୍ପାନୀ ଗୁଡ଼ିକ କାର୍ଯ୍ୟାଳୟରେ କାମ କରିବା ବନ୍ଦ କରିଦେଇଛନ୍ତି । ସେହିପରି ଟେସଲା ପରି ଅନ୍ୟ କେତେକ କମ୍ପାନୀ କର୍ମଚାରୀମାନଙ୍କୁ ଅଫିସକୁ ଫେରିବାକୁ ବାଧ୍ୟ କରୁଛନ୍ତି । ଟେସଲା ପ୍ରତିଷ୍ଠାତା ତଥା ସିଇଓ ଏଲୋନ୍ ମସ୍କ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛନ୍ତି , ଅଫିସକୁ ନଫେରିଲେ, କମ୍ପାନୀ ଛାଡି ପାରିବେ ।

Work From Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ