ୟୁକ୍ରେନ୍ ଉପରେ ଘନଉଛି ଯୁଦ୍ଧର କଳାବାଦଲ, ଭାରତର ରହିଛି ତୀକ୍ଷ୍ନ ନଜର

ଋଷିଆର ସମ୍ଭାବ୍ୟ ଆକ୍ରମଣକୁ ଦେଖି ଭାରତର ହସ୍ତକ୍ଷେପ ଲୋଡ଼ିଲା ଆମେରିକା । ରୁଷ-ୟୁକ୍ରେନ୍ ବିବାଦର ସମାଧାନ ଦିଗରେ ଭାରତ କୌଣସି ପଦକ୍ଷେପ ନେଲେ, ଆମେ ତାହାକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ହ୍ୱାଇଟ୍‌ହାଉସ ମୁଖପାତ୍ର ଜେନ୍ ପାସ୍କି ।

America Vs Ukraine

ୟୁକ୍ରେନ୍ ଉପରେ ଘନଉଛି ଯୁଦ୍ଧର କଳାବାଦଲ । ଆମେରିକା ଓ ପାଶ୍ଚାତ୍ୟ ଦେଶ ସମୂହଙ୍କ ଉଦ୍ୟମ ସତ୍ତ୍ୱେ କ୍ଷୀଣ ହେବାରେ ଲାଗିଛି ଉତ୍ତେଜନା ହ୍ରାସ ପାଇବା ଆଶା । ଋଷିଆର ସମ୍ଭାବ୍ୟ ଆକ୍ରମଣକୁ ଦେଖି ଭାରତର ହସ୍ତକ୍ଷେପ ଲୋଡ଼ିଲା ଆମେରିକା । ରୁଷ-ୟୁକ୍ରେନ୍ ବିବାଦର ସମାଧାନ ଦିଗରେ ଭାରତ କୌଣସି ପଦକ୍ଷେପ ନେଲେ, ଆମେ ତାହାକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ହ୍ୱାଇଟ୍‌ହାଉସ ମୁଖପାତ୍ର ଜେନ୍ ପାସ୍କି ।

ତେବେ ଭାରତୀୟ ଅଧିକାରୀଙ୍କ ସହ ଏନେଇ ବିଧିବଦ୍ଧ ଭାବରେ କୌଣସି ଆଲୋଚନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ସେପଟେ ୟୁକ୍ରେନ୍-ଋଷ ସମ୍ଭାବ୍ୟ ଯୁଦ୍ଧସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ଭାରତ । ୟୁକ୍ରେନ୍‌ରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ଥିବା ଭାରତୀୟ ମାନଙ୍କୁ ସତର୍କ ରହିବାକୁ କୁହାଯିବା ସହ ଏକ ୱେବସାଇଟ୍‌ରେ ପଞ୍ଜିକରଣ କରିବାକୁ କୁହାଯାଇଛି ।

ଯୁଦ୍ଧ ସ୍ଥିତି ଉପୁଜିଲେ ନୂଆଦିଲ୍ଲୀର କୌଣସି ପଦକ୍ଷେପ ଅବା ବ୍ୟବସ୍ଥା ସଂପର୍କରେ ଭାରତୀୟଙ୍କୁ ଯେପରି ତୁରନ୍ତ ସୂଚନା ଦିଆଯାଇପାରିବ, ସେଥିପାଇଁ ୟୁକ୍ରେନ୍‌ରେ ଥିବା ପ୍ରବାସୀ ଭାରତୀୟଙ୍କୁ ରେଜିଷ୍ଟର୍ କରିବାକୁ ଦୂତାବାସ ପକ୍ଷରୁ ଟୁଇଟ୍ କରାଯାଇଛି ।