War Paused On 25th December: ଗୋଟିଏ ଦିନ ପାଇଁ ଫୁଟି ନ ଥିଲା ଗୁଳି: ଦୁଇ ଶତ୍ରୁପକ୍ଷର ସେନା ପାଲଟି ଯାଇଥିଲେ ବନ୍ଧୁ

୧୯୧୪ ମସିହାର କଥା । ଡିସେମ୍ବର ୨୫ ତାରିଖ ସକାଳୁ ସକାଳୁ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ଥିବା ଅଧିକାଂଶ ଜର୍ମାନ ସେନା ନିଜର ବନ୍ଧୁକ, ତୋପ ଚାଳନା ବନ୍ଦ କରି ଦେଇଥିଲେ । ହଠାତ ଏମାନେ କେରୋଲ ଗୀତ ଗାଇବାକୁ ଲାଗିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେକ ସ୍ଥାନରେ ରୁଷ, ଫ୍ରାନ୍ସ ଏବଂ ବ୍ରିଟେନର ସେନା ମଧ୍ୟ ଜର୍ମାନୀ ସେନା ସହ ମିଶି ଏହି ଖୁସି ପାଳନ କରିଥିଲେ ।

ବଡ଼ଦିନ ପାଇଁ ବିଶ୍ୱଯୁଦ୍ଧ ବନ୍ଦ, ନାଚଗୀତରେ ମାତିଲେ ଶତ୍ରୁପକ୍ଷ ସେନା

ଆଜି ଡିସେମ୍ବର ୨୫; ବଡଦିନ । ପ୍ରଭୁ ଯୀଶୁଙ୍କ ଜନ୍ମଦିନ । ଏକ ପବିତ୍ର ଦିନ । ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ ଡେ । ହିଂସା ନୁହେଁ ଶାନ୍ତିର ବାର୍ତ୍ତା ଦେଇଥାଏ ଏହି ଦିନ । ମନେ ପଡେ ଅତୀତ । ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ  ବିଶ୍ୱଯୁଦ୍ଧ ବି ଦିନକ ପାଇଁ ଅଟକି ଯାଇଥିଲା । ହିଂସା ଭୁଲି ନାଚଗୀତରେ ମଜି ଯାଇଥିଲେ ଦୁଇ ଶତ୍ରୁପକ୍ଷର ସେନା  । 

ଡିସେମ୍ବର ୨୫ ସକାଳୁ ବନ୍ଧୁକ ଛାଡିଦେଲେ ଜର୍ମାନ ସେନା

୧୯୧୪ ମସିହାର କଥା । ଡିସେମ୍ବର ୨୫ ତାରିଖ ସକାଳୁ ସକାଳୁ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ଥିବା ଅଧିକାଂଶ ଜର୍ମାନ ସେନା ନିଜର ବନ୍ଧୁକ, ତୋପ ଚାଳନା ବନ୍ଦ କରି ଦେଇଥିଲେ । ହଠାତ ଏମାନେ କେରୋଲ ଗୀତ ଗାଇବାକୁ ଲାଗିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେକ ସ୍ଥାନରେ ରୁଷ, ଫ୍ରାନ୍ସ ଏବଂ ବ୍ରିଟେନର ସେନା ମଧ୍ୟ ଜର୍ମାନୀ ସେନା ସହ ମିଶି ଏହି ଖୁସି ପାଳନ କରିଥିଲେ ।

ସକାଳର ପ୍ରଥମ କିରଣ ବନ୍ଦ କରିଦେଲା ଯୁଦ୍ଧ

ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୫ ମାସ ପରେ ପଡିଥିଲା ବଡଦିନ ।  ଖ୍ରୀଷ୍ଟମାସ ସକାଳୁ ସକାଳୁ ଅଧିକାଂଶ ଜର୍ମାନ ସୈନିକ ସେନା ଆଡ୍ଡାରୁ ବାହାରି ଆସିଥିଲେ । ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ( ଯେଉଁ ଜମିରେ କୌଣସି ପକ୍ଷର ଅଧିକାର ନ ଥାଏ )ପାର ହୋଇ ମିତ୍ର ଦେଶର ସୀମାରେ ପହଞ୍ଚିଥିଲେ । ଶତ୍ରୁ ପକ୍ଷ ସେନାଙ୍କୁ ନିଜ ମାତୃଭାଷାରେ ‘ମେରୀ କ୍ରିସମାସ’ କହିଥିଲେ ।  ପ୍ରଥମେ ତ ମିତ୍ର ଦେଶର ଲୋକଙ୍କୁ ଲାଗିଥିଲା ଏହା ଶତ୍ରୁ ସେନାର ଏକ ଚାଲ ବୋଲି। ହେଲେ ଜର୍ମାନୀ ସେନାଙ୍କୁ ନିରସ୍ତ୍ର ଦେଖିବା ପରେ ସେମାନେ ନିଜ ଆଡ୍ଡାରୁ ବାହାରି ଆସିଥିଲେ ଏବଂ ଶତ୍ରୁ ସେନାଙ୍କ ସହ ହାତ ମିଳାଇଥିଲେ । ଖାଲି ନାଚଗୀତ କରି ନ ଥିଲେ । ଉପହାର ଦିଆନିଆ ବି ହୋଇଥିଲା । ଯବାନମାନେ ସିଗାରେଟ, ପ୍ଲମ ପୁଡିଂ ଉପହାର ଭାବେ ଆଦାନ ପ୍ରଦାନ କରିଥିଲେ । ଏକାଠି ମିଶି ଗୀତ ଗାଇଥିଲେ । ଶେଷରେ ଦୁଇ ବିରୋଧୀ ସେନା ପକ୍ଷରୁ ଏକ ଫୁଟବଲ ମ୍ୟାଚ ବି ହୋଇଥିଲା ।

ଅଧିକାଂଶ ସୈନିକଙ୍କ ଡାଇରୀରେ ଉଲ୍ଲେଖ ଥିଲା ଏହି ଘଟଣା  

ଖ୍ରୀଷ୍ଟମାସ ଯୁଦ୍ଧ ବିରାମ ସମ୍ପର୍କରେ ଅନେକ ସୈନିକ ନିଜ ନିଜ ଡାଇରୀରେ ଉଲ୍ଲେଖ କରିଥିଲେ । ଏପିରିକି ଏ ବିଷୟରେ ସେମାନେ ଚିଠି ଲେଖ ନିଜ ପରିବାରକୁ ମଧ୍ୟ ଜଣାଇଥିଲେ । ଜେ. ରିଡିଂ ନାମକ ଜଣେ ବ୍ରିଟିଶ ସେନା ନିଜ ପତ୍ନୀଙ୍କୁ ଏକ ପତ୍ର ଲେଖି ୧୯୧୪ ଯୁଦ୍ଧ ଅବକାଶ ଅନୁଭୂତି ବର୍ଣ୍ଣନା କରିଥିଲେ ।

ସେ ଲେଖିଥିଲେ, ‘ଖ୍ରୀଷ୍ଟମାସ ପୂର୍ବର ସନ୍ଧ୍ୟାରେ ମୋର କମ୍ପାନୀ ଫାୟାରିଂ ଲାଇନରେ ଥିଲେ । ଏକ ଖଣ୍ଡହରକୁ ଯିବା ଲାଗି ଏବଂ ସେଠାରେ ଖ୍ରୀଷ୍ଟମାସ ସକାଳ ୬.୩୦ ରହିବାର ଦାୟିତ୍ୱ ମୋ ଉପରେ ଥିଲା ।  ସକାଳୁ ସକାଳୁ ଜର୍ମାନୀ ସେନା ଗୀତନାଚ ଆରମ୍ଭ କରି ଦେଇଥିଲେ । ସମସ୍ତେ ଖୁବ ଭଲ ଇଂରାଜୀରେ ଗୀତ ଗାଉଥିଲେ । ସେ ଜୋରରେ ଚିତ୍କାର କରି କହୁଥିଲେ, ‘ଆପଣ ରାଇଫଲ ବ୍ରିଗେଡ ?  ଆପଣଙ୍କ ପାଖରେ ଅଧିକ ବୋତଲ ଅଛି କି ?  ଯଦି ଅଛି, ତେବେ ଆପଣ ଅଧା ରାସ୍ତା ଆସନ୍ତୁ । ଆମେ ଅଧା ରାସ୍ତା ଯିବୁ ।’

ରିଡିଂ ପୁଣି ଲେଖିଥିଲେ, ‘ପରେ ସେମାନେ ଅଧା ରାସ୍ତା ଆସିଲେ ଏବଂ ଆମର ସାଥୀ ତାଙ୍କୁ ଭେଟିବା ପାଇଁ ଅଧାରାସ୍ତା ଗଲେ । ମୁଁ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ସହ ହାତ ମିଳାଇଲି । ସେମାନେ ଆମକୁ ସିଗାରେଟ ଏବଂ ସିଗାର ଦେଇଥିଲେ । ଆମେ ସେ ଦିନ ଗୁଳି ଚଳାଇ ନ ଥିଲୁ । ସବୁକିଛି ସେଦିନ ଏତେ ଶାନ୍ତ ଥିଲା ଯେ ଲାଗୁଥିଲା ଯେମିତି ଆମେ ସ୍ୱପ୍ନ ଦେଖୁଛୁ ।’

ଜନ ଫର୍ଗ୍ୟୁସନ ନାମକ ଅନ୍ୟ ଜଣେ ବ୍ରିଟିଶ ସୈନିକ ନିଜ ଡାଇରୀରେ ଉଲ୍ଲେଖ କରିଛନ୍ତି, ‘ଯେଉଁମାନେ ଆମକୁ କିଛି ଘଣ୍ଟା ପୂର୍ବରୁ ମାରିବାକୁ ଉଦ୍ୟମ କରୁଥିଲେ ସେଠାରେ ଆମେ ସେହି ଲୋକଙ୍କ ସହ ଏକାଠି ମିଶି ହସୁଥିଲୁ, କଥାବର୍ତ୍ତା ହେଉଥିଲୁ ।’

ଅନ୍ୟ କେତେଜଣ ସେନା ନିଜ ନିଜ ଡାଇରୀରେ  ସେଠାରେ  କ୍ରିସମାସ ଟ୍ରି ଜଳାଇବା ପାଇଁ କିପରି ମହମବତୀର ଉପଯୋଗ କରିଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ଜଣେ ଜର୍ମାନ ପଦାତିକ ସେନା ତାଙ୍କ ଡାଇରୀରେ ଲେଖିଥିଲେ, ଜଣେ ବ୍ରିଟିଶ ସେନା ସେଠାରେ ଅସ୍ଥାୟୀ ସେଲୁନ ଖୋଲିଥିଲେ  । ଅନେକ ଜର୍ମାନ ସେନା  ଚୁଟି କାଟିବା ପାଇଁ ସେଠାକୁ ଯାଇଥିଲେ ଏବଂ ସେ ଫିସ ଆକାରରେ ଗୋଟିଏ ଲେଖାଏ ସିଗାରେଟ ତାଙ୍କଠାରୁ ନେଇଥିଲେ ।

ଏର୍ନି ୱିଲିୟମ୍ସ ନାମକ ଜଣେ ବ୍ରିଟିଶ ଯୋଦ୍ଧା ପରେ ଏକ ସାକ୍ଷାତକାରରେ ଘମାଘୋଟ ଯୁଦ୍ଧ ଭିତରେ ବରଫାବୃତ୍ତ ମୈଦାନ ଉପରେ କିଛି ସମୟ ଫୁଟବଲ ଖେଳିବାର ଅନୁଭୂତି ବର୍ଣ୍ଣନା କରିଥିଲେ । ସେ କହିଥିଲେ, ‘ବଲ କେଉଁଠୁ ଆସୁଥିଲା ମତେ ଜଣା ନ ଥିଲା । ସେମାନେ କିଛି ଗୋଲ କରିଥିଲେ । ଆମର ଜଣେ ସାଥୀ ଗୋଲ କରିବା ପାଇଁ ଗଲା । ମତେ ଲାଗୁଛି ଏଥିରେ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ ।’