Advertisment

ପକ୍ଷୀଙ୍କ ଶୋଷ ବୁଝିଲେ ଚିନ୍ମୟୀ : ପାହାଡ଼ ଚଢ଼ିଲେ, ଠେକିରେ ପାଣି ରଖିଲେ

ଅନୁଗୁଳ ଜରପଡ଼ା ରେଂଜ୍‌ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି।

ଅଦ୍ୟତନ ହୋଇଛି
Social Worker Chinmayee Dash

Social Worker Chinmayee Dash

Advertisment

ହାତରେ ପାଣି ଭର୍ତ୍ତି ମାଟି ପାତ୍ର ଧରି ନିଇତି ପାହାଡ ଚଢୁଛନ୍ତି ବନ କର୍ମଚାରୀଙ୍କ ସହ ଶହଶହ ଗ୍ରାମବାସୀ । ସତେ ଯେମିତି ସେମାନେ ଅନୁଭବ କରିପାରୁଛନ୍ତି ପାହାଡ ଉପରେ ଥିବା ଜୀବଜନ୍ତୁଙ୍କ ଶୋଷକୁ । ପ୍ରଚଣ୍ଡ ଖରାରେ ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଏତେ ପରିଶ୍ରମ କରୁଛନ୍ତି ଗାଁ ଲୋକେ । ତେବେ ପକ୍ଷୀମାନେ କେମିତି ଶୋଷରୁ ମୁକ୍ତି ପାଇବେ ସେନେଇ ପ୍ରୟାସ ଆରମ୍ଭ କରିଥିଲେ ଚିନ୍ମୟୀ ଦାସ । ଖାଲି ପ୍ରୟାସ ଆରମ୍ଭ କରିଥିଲେ ତାହା ନୁହେଁ ବରଂ କାମ କରିକି ବି ଦେଖାଇଲେ ।

Advertisment

ଅନୁଗୁଳ ଜରପଡ଼ା ରେଂଜ୍‌ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳାମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି ।

ଖାଲି ପାଣି ଠେକି ନୁହେଁ ବରଂ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଶପଥ ନେଇଛନ୍ତି କିନ୍ନର ଚିନ୍ମୟୀ । କେତେ ବେଳେ ଅଜଣା ଶବକୁ ସମ୍ମାନର ସହ ଦାହ କରିବା ହେଉ କିମ୍ୱା  ଅସହାୟକୁ ସାହାଯ୍ୟ କରିବା ହେଉ, ସମାଜ ସେବାରେ ସବୁବେଳେ ନିୟୋଜିତ ଥାଆନ୍ତି ଚିନ୍ମୟୀ । ଆଉ ଏତିକି ବେଳେ ଖରା ବଢିବା ସହ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଲୋକେ। ଏତେ ଖରାରୁ ପଶୁପକ୍ଷୀ ବି ବାଦ୍ ପଡ଼ି ନାହାନ୍ତି ।

Advertisment

ବିଭିନ୍ନ ଜଳାଶୟ ଶୁଖିଲା ପଡ଼ିଥିବାରୁ ସେମାନଙ୍କୁ ପାଣି ଟୋପାଏ ବି ମିଳୁନି । ଏଭଳି ସ୍ଥିତିରେ ସେମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପ୍ରାୟ ୨୦୦ ଫୁଟ ପାହାଡ଼ ଚଢ଼ିଛନ୍ତି ଚିନ୍ମୟୀ ଓ ବନ କର୍ମଚାରୀ । ପକ୍ଷୀମାନେ ପିଇବା ପାଣି ପାଇଁ ଯେମିତି ଅସୁବିଧାରେ ପଡ଼ିବେ ନାହିଁ ସେଥିପାଇଁ ଠେକି ଓ ଶିକାରେ ପାଣି ରଖିଛନ୍ତି । ସେହିପରି ଜଙ୍ଗଲୀ ପ୍ରାଣୀଙ୍କ ପାଇଁ କୁଣ୍ଡରେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି । ହେଲେ ପାହାଡ଼ ଚଢି ପକ୍ଷୀଙ୍କ ଲାଗି ଚିନ୍ମୟୀଙ୍କ ଏମିତି ନିଆରା ପ୍ରୟାସକୁ ସବୁଆଡ଼େ ପ୍ରଶଂସା କରାଯାଉଛି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ