Advertisment

ଲିଭର ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ଯୋଗାସନ

ଲିଭର ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଏବଂ ହେପାଟାଇଟିସ୍ ଭଳି ରୋଗକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛି ଉପକାରୀ ଯୋଗାସନ ବିଷୟରେ।

ଅଦ୍ୟତନ ହୋଇଛି
Practice these yoga asanas for healthy liver

Practice these yoga asanas for healthy liver

Advertisment

ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଏହାର ସମସ୍ୟା ଶରୀରର ସଠିକ୍ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ, ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ସାଂଘାତିକ ହୋଇପାରେ। ଲିଭରକୁ ସୁସ୍ଥ ରଖିବା ଏବଂ ସଂକ୍ରମଣ ଏବଂ ହେପାଟାଇଟିସ୍ ଭଳି ରୋଗକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛି ଉପକାରୀ ଯୋଗାସନ ବିଷୟରେ।

Advertisment

ଭୁଜଙ୍ଗାସନ:

ଲିଭରକୁ ଶକ୍ତିଶାଳୀ ରଖିବା ପାଇଁ ଭୁଜଙ୍ଗାସନ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ଅନେକ ଲିଭର ସମସ୍ୟାର ଉପଶମ କରିବାରେ ପ୍ରଭାବଶାଳୀ। ଏହି ଆସନ କରିବାକୁ ହେଲେ ପେଟ ଉପରେ ସିଧା ଶୋଇବା ସହ ପାଦ ମଧ୍ୟରେ କିଛି ଦୂରତା ରଖନ୍ତୁ। ଏବେ ଛାତି ପାଖରେ ହାତ ରଖି ପାପୁଲି ତଳେ ରଖନ୍ତୁ। ଏକ ଗଭୀର ନିଶ୍ୱାସ ନେଇ ନାଭି ତଳୁ ଶରୀରକୁ ଉଠାଇ ଆକାଶକୁ ଦେଖନ୍ତୁ। ଏହି ଅବସ୍ଥାରେ କିଛି ସମୟ ରୁହି ମୂଳ ଅବସ୍ଥାକୁ ଆସନ୍ତୁ।

ନୌକାସନ:

ନୌକାସନ ଅଭ୍ୟାସ ମଧ୍ୟ ଏକ ସୁସ୍ଥ ଲିଭର ପାଇଁ ଲାଭଦାୟକ। ଏହି ଅବସ୍ଥାରେ ଶରୀର ଏକ ଡଙ୍ଗା ଭଳି ରୁହେ। ଅନେକ ରୋଗର ମୁକାବିଲା ପାଇଁ ଏହାର ଅଭ୍ୟାସ ପ୍ରଭାବଶାଳୀ ହୋଇଥାଏ। ଏହି ଆସନ କରିବା ପାଇଁ ଶବାସନ ଅବସ୍ଥାରେ ଶୋଇ ଧୀରେ ଧୀରେ ଦୁଇ ହାତ ଓ ଗୋଡକୁ ସାମାନ୍ୟ ଉପରକୁ ଉଠାନ୍ତୁ। ଅଣ୍ଟା ତଳେ ଲାଗି ରହିବ। ପ୍ରାୟ ୩୦ ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ, ତା’ପରେ ଶବାସନକୁ ଫେରନ୍ତୁ।

Advertisment

ଶଲଭାସନ:

ଲିଭରକୁ ସୁସ୍ଥ ରଖିବା ଏବଂ ହେପାଟାଇଟିସ୍ ରୋଗକୁ ରୋକିବା ପାଇଁ ଶଲଭାସନ ଅତ୍ୟନ୍ତ ଉପକାରୀ। ଏହାକୁ କରିବାକୁ ହେଲେ ପେଟ ଉପରେ ଭୂମି ଉପରେ ଶୋଇ ପାପୁଲିକୁ ଜଙ୍ଘ ତଳେ ରଖନ୍ତୁ। ଶ୍ୱାସ ନେଇ ଦୁଇ ଗୋଡକୁ ଉପରକୁ ଉଠାନ୍ତୁ। ଏହି ସମୟରେ, ଆଣ୍ଠୁ ସ୍ଥିର ରହିବ ଓ ଦୁଇ ପାଦ ଯୋଡି ହୋଇ ରହିବା ଉଚିତ। କପାଳକୁ ଭୂମିରେ ରଖନ୍ତୁ। ପ୍ରାୟ ୧୦ ସେକେଣ୍ଡ ରଖି ଶ୍ୱାସ ଛାଡି ମୂଳ ଅବସ୍ଥାକୁ ଆସନ୍ତୁ।

କପାଳଭାତି:

କପାଳଭାତି ଅଭ୍ୟାସ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ନିୟମିତ କରିବା ଦ୍ୱାରା ଲିଭର ସୁସ୍ଥ ରହିବା ସହ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାକୁ କରିବାକୁ ହେଲେ ବଜ୍ରାସନ, ସିଦ୍ଧାସନ କିମ୍ବା ପଦ୍ମାସନ ସ୍ଥିତିରେ ବସନ୍ତ। ଧିରେ ଶ୍ୱାସ ନେଇ ନାକ ବାଟେ ଜୋରରେ ଛାଡନ୍ତୁ। ପ୍ରତିଦିନ ୧୦-୧୫ କରନ୍ତୁ।

Advertisment
Yogasana Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ