Sattu Protein Content: ଛତୁଆ ହେଉ କି ଛତୁ, କେଉଁଥିରୁ ମିଳେନି ଯଥେଷ୍ଟ ପ୍ରୋଟିନ: ପୋଷକଯୁକ୍ତ ଖାଦ୍ୟ ଉପରୁ ପରଦା ହଟାଇଲେ ବିଶେଷଜ୍ଞ

ପୋଷଣ ବିଶେଷଜ୍ଞ ମୋହିତା କହିଛନ୍ତି, ଠିକ୍ ଏମିତି ଏକ ଧାରଣା ରହିଛି ଆମର ପ୍ରିୟ ଛତୁଆକୁ ନେଇ  । ଭାରତୀୟଙ୍କର ନିୟମିତ ଏବଂ ପ୍ରିୟ ଖାଦ୍ୟ ଛତୁଆ । ବିଭିନ୍ନ ଡାଲିଜାତୀୟ ଶସ୍ୟକୁ ଭାଜି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଅନେକ ଲୋକ ଏହାକୁ ପ୍ରୋଟିନରେ ଭରପୁର ବୋଲି ଭାବି ଖାଇଥାନ୍ତି । ଏହାର ପୋଷଣ କ୍ଷମତା ବି ଅଧିକ ବୋଲି ଭାବିଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗ୍ଲାସ ଛତୁଆରେ ମାତ୍ର ଥାଏ ୫ରୁ ୭ ଗ୍ରାମ ପ୍ରୋଟିନ ।

କେଉଁ ଖାଦ୍ୟରେ କେତେ ପ୍ରୋଟିନ୍, ଭ୍ରମ ଦୂର କଲେ ବିଶେଷଜ୍ଞ

ସବୁ ଖାଦ୍ୟ ପେଟର ଭୋକ ଦୂର କରିପାରେ । ହେଲେ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇ ପାରେନି । ସେଥିପାଇଁ ଦରକାର ସନ୍ତୁଳିତ ଆହାର । ସନ୍ତୁଳିତ ଆହାରର ଅଭିନ୍ନ ଅଙ୍ଗ ହେଉଛି ପ୍ରୋଟିନ । ସେଥିପାଇଁ ଖାଇବା ଥାଳିରେ ପ୍ରୋଟିନଯୁକ୍ତ ଖାଦ୍ୟକୁ ସାମିଲ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିଥାଉ । ସବୁଠାରୁ ବଡ ସମସ୍ୟା ହେଲା ପ୍ରୋଟିନ ଯୁକ୍ତ ଖାଦ୍ୟକୁ ନେଇ ଆମ ମନରେ ଅନେକ ଭ୍ରମ ରହିଛି । ଏମିତି ଖାଦ୍ୟ ଖାଇ ଆମେ ମନକୁ ଆଶ୍ୱାସନା ଦେଉଛୁ ଯେ ଆମେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଲୁ । କିନ୍ତୁ ପ୍ରକୃତରେ ସେହି ଖାଦ୍ୟରେ ସେତିକି ପ୍ରୋଟିନ  ନ ଥାଏ ।  

ନ୍ୟୁଟ୍ରିଶନିଷ୍ଟ ତଥା ୱେଟ ଲସ କୋଚ ମୋହିତା ମାସକରେନ୍ହସ କହିଛନ୍ତି, ଅନେକ ଭାରତୀୟ ଭାବିଥାନ୍ତି, ଛତୁଆ, ଛତୁ, ଚିଆ ସିଡ ପରି କିଛି ଜିନିଷ ଯାହା ପ୍ରୋଟିନରେ ଭରପୂର । ବାସ୍ତବରେ ଏସବୁ ଜିନିଷରେ ଖୁବ କମ ପ୍ରୋଟିନ ଥାଏ ଯାହା ଆମ ଶରୀରର ଆବଶ୍ୟକତାକୁ ପୂରଣ କରିପାରେ ନାହିଁ । ସବୁଠାରୁ ବଡ କଥା ହେଲା ଆମେ ଡାଲିକୁ ପ୍ରୋଟିନ ଯୁକ୍ତ ଖାଦ୍ୟ ବୋଲି ଭାବି ପ୍ରତିଦିନ ଖାଇଥାଉ । ଅଧିକାଂଶ ଭାରତୀୟଙ୍କ ଭାତଥାଳି ପାଖରେ ଏକ ଗିନା ଡାଲି ନିଶ୍ଚୟ ଦେଖିବାକୁ ମିଳିଥାଏ । ହେଲେ ଡାଲିରେ ଆମେ ଭାବୁଥିବା ପରି ପ୍ରଚୁର ପ୍ରୋଟିନ ନ ଥାଏ । କହିବାକୁ ଗଲେ, ଗୋଟିଏ ଗିନା ଡାଲିରେ ମାତ୍ର ୪ରୁ ୫ ଗ୍ରାମ ପ୍ରୋଟିନ ଥାଏ।

ଅଧିକ ପଢ଼ନ୍ତୁ: Nutrition: କେଉଁ ଋତୁରେ କ’ଣ ଖାଇବେ, ଜାଣନ୍ତୁ ଶରୀର ଉପରେ ଏହାର କ’ଣ ପ୍ରଭାବ

ପୋଷଣ ବିଶେଷଜ୍ଞ ମୋହିତା କହିଛନ୍ତି, ଠିକ ଏମିତି ଏକ ଧାରଣା ରହିଛି ଆମର ପ୍ରିୟ ଛତୁଆକୁ ନେଇ  । ଭାରତୀୟଙ୍କର ନିୟମିତ ଏବଂ ପ୍ରିୟ ଖାଦ୍ୟ ଛତୁଆ । ବିଭିନ୍ନ ଡାଲିଜାତୀୟ ଶସ୍ୟକୁ ଭାଜି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଅନେକ ଲୋକ ଏହାକୁ ପ୍ରୋଟିନରେ ଭରପୁର ବୋଲି ଭାବି ଖାଇଥାନ୍ତି । ଏହାର ପୋଷଣ କ୍ଷମତା ବି ଅଧିକ ବୋଲି ଭାବିଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗ୍ଲାସ ଛତୁଆରେ ମାତ୍ର ଥାଏ ୫ରୁ ୭ ଗ୍ରାମ ପ୍ରୋଟିନ । ମୋହିତାଙ୍କ କହିବା ଅନୁସାରେ, ପନିପରିବାରେ ବି ଯଥେଷ୍ଟ ପ୍ରୋଟିନ  ନଥାଏ ।  ସେ ଛତୁ ଉପରେ ଥିବା ଆମର ଭ୍ରମ ଧାରଣାକୁ ବି ଦୂର କରିଛନ୍ତି । ଶାକାହାରୀମାନେ ତାଙ୍କ ପ୍ରୋଟିନ ପାଇଁ ଛତୁ ଖାଇଥାନ୍ତି । ହେଲେ,  ୧୦୦ ଗ୍ରାମ ଛତୁରେ ମାତ୍ର ୩ ଗ୍ରାମ ପ୍ରୋଟିନ ଥାଏ ବୋଲି ସେ କହିଛନ୍ତି ।

ଶରୀରକୁ ପ୍ରୋଟିନ ଯୋଗାଇବା ପାଇଁ ଅନେକ ବାଦାମ ବଟରକୁ ବିକଳ୍ପ ଭାବେ ଗ୍ରହଣ କରିଥାନ୍ତି । ହେଲେ ଏଥିରୁ ମଧ୍ୟ ପୋଷଣ ବିଶେଷଜ୍ଞ ମୁହଁ ଫେରାଇ ନେଇଛନ୍ତି । ସେ କହିଛନ୍ତି, ପିନଟ ବଟର ଏବଂ ପିନଟ ଉଭୟେ ଫ୍ୟାଟର ଉତ୍ତମ ପୋଷକ କିନ୍ତୁ ପ୍ରୋଟିନ ପାଇଁ ନୁହେଁ । ଦୁଇ ବଡ ଚାମଚ ପିନଟ ବଟର ଆମକୁ ୨୦୦ ଗ୍ରାମ କ୍ୟାଲୋରି ଦେଉଥିବାବେଳେ ମାତ୍ର ୧୦ ଗ୍ରାମ ପ୍ରୋଟିନ ଦେଇଥାଏ ।

ଅନେକ ଲୋକ ଅଭ୍ୟାସମୂଳକ ଭାବେ ଆଲମଣ୍ଡ ଚୋବାଇଥାନ୍ତି । ସେମାନେ ଭାବିଥାନ୍ତି, ଏହା ତାଙ୍କର ଦୈନିକ ପୋଷଣ ପାଇଁ ଆବଶ୍ୟକ ପ୍ରୋଟିନ ଯୋଗାଇ ପାରିବ । ହେଲେ ଏହା ଏକ ବଡ଼ ଭୁଲ ଧାରଣା ଆମର । ବରଂ ଏହା ଆମର ଭଲ କରିବା ପରିବର୍ତ୍ତେ କ୍ଷତି ହିଁ କରିଥାଏ । କାରଣ ଏହା ପ୍ରୋଟିନ ତୁଳନାରେ ଶରୀରକୁ ଅଧିକ ଫ୍ୟାଟ ଦେଇଥାଏ ।  

ଆଉ ଏକ ବହୁ ପ୍ରଚଳିତ ପ୍ରିୟ ଖାଦ୍ୟ କିନ୍ୱା  ଏବଂ ବାଜରା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ଆମର ଧାରଣା ରହିଛି । ଏହାକୁ ଲୋକେ ଖୁବ ବିଶ୍ୱାସ ଏବଂ ଭରସାର ସହ ନିଜ ଖାଦ୍ୟରେ ସାମିଲ କରିଥାନ୍ତି । ମୋହିତାଙ୍କ କହିବା ଅନୁସାରେ, ଗମହ ଅଟାରେ ଯେତିକି ପ୍ରୋଟିନ ଥାଏ କିନ୍ୱା ଏବଂ ବାଜରା ପ୍ରସ୍ତୁତ ଅଟାରେ ମଧ୍ୟ ସେତିକି ପ୍ରୋଟିନ ଥାଏ । ଏହାକୁ କଞ୍ଚାରେ ଖାଇଲେ ପ୍ରତି ୧୦୦ ଗ୍ରାମ କ୍ୱିନା ବା ବାଜରରେ ୧୩ ଗ୍ରାମ ପ୍ରୋଟିନ ମିଳିଥାଏ । ତେଣୁ କହିବାକୁ ଗଲେ ଗହମଠାରୁ ଏହା ଅଧିକ ଉପାଦେୟ ଖାଦ୍ୟ ନୁହେଁ ।

ପ୍ରୋଟିନ ବାର ଉପରୁ ଭ୍ରମର ପରଦା ହଟାଇଛନ୍ତି ପୋଷଣ ବିଶେଷଜ୍ଞ । ସେ କହିଛନ୍ତି, ଏହି ଦାମୀ ପ୍ରୋଟିନ ବାରରେ ଖୁବ କମ ପରିମାଣର ପ୍ରୋଟିନ ଥାଏ । ସେ ଆହୁରି ସତର୍କ କରାଇ ଦେଇଛନ୍ତି, ଏଥିରେ ପ୍ରୋଟିନ କମ, ଚିନି ବେଶି ଥାଏ । ଏପରିକି ସେ ପ୍ରୋଟିନ ବାର ବଦଳରେ ପ୍ରୋଟିନ ପାଉଡର ଖାଇବାକୁ ପରାମର୍ଶ ଦେଇଛନ୍ତି ।

ଆମେ ଜାଣୁ ଚିଆ ସିଡ ଏକ ସୁପର ଫୁଡ ଏବଂ ଆଣ୍ଟିଅକ୍ସିଡେଣ୍ଟ ପରି ପୋଷକ ତତ୍ତ୍ୱରେ ଭରପୁର । ହେଲେ ଏଥିରେ କେତେ ପ୍ରୋଟିନ ଅଛି ? ମୋହିତା କହିଛନ୍ତି, ୪ ଚାମଚ କଞ୍ଚା ଚିଆ ସିଡରେ ମାତ୍ର ୪ ଗ୍ରାମ ପ୍ରୋଟିନ ରହିଛି ।

ମୋହିତା କହିଛନ୍ତି, ଦୈନନ୍ଦିନ ଖାଦ୍ୟରେ ଆମେ କିଛି ପରିମାଣରେ ପ୍ରୋଟିନ ତ ନିଶ୍ଚୟ ପାଇଥାଉ । ହେଲେ ଏହା ପ୍ରୋଟିନର ଏକମାତ୍ର ଉତ୍ସ ହେବା ଉଚିତ ନୁହେଁ । କାରଣ ଏହା ଆମ ଶରୀର ପାଇଁ ପର୍ଯ୍ୟାପ୍ତ ନୁହେଁ । ବିଶେଷ କରି ଦୈନନ୍ଦିନ ଖାଦ୍ୟକୁ ନେଇ ଆମ ମନରେ ଥିବା ଭ୍ରମକୁ ବିଶ୍ୱାସ କରି ଆମେ ନିଶ୍ଚିତ ଥାଉ  ଯେ ଆମ ଶରୀରକୁ ପ୍ରୋଟିନ ମିଳୁଛି । ଏହି ଭ୍ରମରୁ ବାହାର କରିବାରେ ଏବଂ ସତର୍କ କରିବାରେ ଏହି ତାଲିକା ଆମକୁ ସଚେତନ ନିଶ୍ଚୟ କରାଇବ ।

ଅଧିକ ପଢ଼ନ୍ତୁ: Nutrienits: କାଞ୍ଜି ଭଲ କରେ ଛୋଟ ପିଲାଙ୍କ ତରଳ ଝାଡ଼ା