ଖାଦ୍ୟ ପେୟରେ ମଧ୍ୟ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଅନେକ ସମୟରେ କିଛି ଲୋକ ଅନେକ ଖାଦ୍ୟ ମିଶାଇ ଖାଇଥାଆନ୍ତି । ଏହା ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ ।

Author: Deviprasad Jena | Credit: Canva

କଦଳୀ ଓ କ୍ଷୀର: ଏହି ଦୁଇଟି ଖାଦ୍ୟ ଶରୀର ପାଇଁ ଖୁବ୍ ଭଲ । କିନ୍ତୁ ଯେତେବେଳେ ଏହାକୁ ମିଳିତ ଭାବେ ଗ୍ରହଣ କରାଯାଏ ।ଏହା ବିଷାକ୍ତ ପଦାର୍ଥ ସୃଷ୍ଟି କରେ ଯାହା କାଶ, ଥଣ୍ଡା, ଆଲର୍ଜି, ଏବଂ ସଂକ୍ରମଣ ଭଳି ସମସ୍ୟା ସୃଷ୍ଟି କରିଥାଏ ।

Author: Deviprasad Jena | Credit: Canva

ଛେନା,ପନିର ଏବଂ ଦହି: ଆୟୁର୍ବେଦ ଦାବି କରିଛି ଯେ ପନିର ଏବଂ ଦହି ଏକାଠି ଖାଇଲେ । ଏହା ଶରୀରରେ କଫ ଦୋଷ ବଢ଼ାଇଥାଏ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ ।

Author: Deviprasad Jena | Credit: Canva

ତରଭୁଜ ସହିତ ସେଓ : ତରଭୁଜକୁ ଅନ୍ୟ କୌଣସି ଫଳ ସହିତ ମିଶାଇ ଖାଇବା ଅନୁଚିତ୍ । ଡାକ୍ତରଙ୍କ ଅନୁଯାୟୀ, ତରଭୁଜରେ ଜଳର ମାତ୍ରା ଅଧିକ ଥିବାରୁ ସେଓ ପରି ବଳିଷ୍ଠ ଫଳ ସହିତ ମିଶାଇ ଖାଇଲେ ହଜମ ହୋଇପାରେ ନାହିଁ ।

Author: Deviprasad Jena | Credit: Canva

ଫଳ ଏବଂ ପନିପରିବା : ଆୟୁର୍ବେଦ ଅନୁଯାୟୀ ଫଳ ଏବଂ ପନିପରିବା ଏକାଠି ଖାଇବା ଅନୁଚିତ୍ । କାରଣ ଫଳର ମିଠା ସ୍ୱାଦ ଦ୍ଵାରା ପନିପରିବା ହଜମ ହେବା କଷ୍ଟକର ହୋଇପାରେ ।