Advertisment

ଯୋଗ ବିଜ୍ଞାନରେ ମୁଦ୍ରାର ଉପକାରିତା, ବହୁ ଶାରୀରିକ ସମସ୍ୟା ଦୂର କରେ

ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Mudras in yoga and meditation

Mudras in yoga and meditation

Advertisment

ଯୋଗକୁ ଆରାମ ଏବଂ ଶାନ୍ତି ପାଇଁ ବିଭିନ୍ନ ଶରୀରର ସଂରଚନା ଏବଂ ନିଶ୍ୱାସ ପ୍ରଶ୍ୱାସର ଏକ ମିଶ୍ରଣ ବୋଲି ବିବେଚନା କରାଯାଏ। ଏଥି ମଧ୍ୟ ଯୋଗ ମୁଦ୍ରା ଅନ୍ୟତମ। ମୁଦ୍ରା ଉପରେ ଲେଖିତ ମୁଖ୍ୟ ଗ୍ରନ୍ଥ ହେଉଛି ‘ହଠ ଯୋଗ ପ୍ରଦୀପିକା’ ଓ ‘ଘେରଣ୍ଡ ସଂହିତା’। ‘ହଠ ଯୋଗ ପ୍ରଦୀପିକା’ ରେ ୧୦ଟି ମୁଦ୍ରା ବିଷୟରେ କୁହାଯାଇଥିବା ବେଳେ ‘ଘେରଣ୍ଡ ସଂହିତା’ରେ ୨୫ଟି ମୁଦ୍ରା ଉପରେ ବର୍ଣ୍ଣନା କରାଯାଇଛି। ହାତର ଆଙ୍ଗୁଠିଗୁଡିକରେ ସ୍ପର୍ଶରେ ଏକ ଆକୃତି କରି ମୁଦ୍ରା କରାଯାଏ। ଏହା ମନୋଭାବ ଓ ଚିନ୍ତାଧାରାକୁ ପ୍ରଭାବିତ କରେ। ତେବେ ଆସନ୍ତୁ ୩ଟି ମୁଦ୍ରା ବିଷୟରେ ଜାଣିନେବା।

Advertisment

ଶୂନ୍ୟ ମୁଦ୍ରା:

ଉଦ୍ଦେଶ୍ୟ: ଯନ୍ତ୍ରଣାରୁ ମୁକ୍ତି ଦେବା

ହସ୍ତ ମୁଦ୍ରା: ମଝି ଆଙ୍ଗୁଠିର ଅଗ୍ରଭାଗକୁ ବୃଦ୍ଧାଙ୍ଗୁଳିର ମୂଳରେ ରଖି ବୃଦ୍ଧାଙ୍ଗୁଳିକୁ ମଧ୍ୟମାର ଉପରେ ରଖିବାକୁ ହୁଏ। ଯଦି ଆପଣ କୌଣସି ପ୍ରକାରର ଅସୁବିଧା କିମ୍ବା ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଏହି ଅଭ୍ୟାସ କରିବେ ନାହିଁ।

ଉପକାରିତା:

  • ଶରୀରରେ ଥିବା ଆକାଶ ତତ୍ତ୍ୱ ହ୍ରାସ ପାଏ
  • କାନ ଯନ୍ତ୍ରଣା, ଶ୍ରବଣ ସମସ୍ୟା, ଭ୍ରମଣର ଥକ୍କାପଣକୁ ହ୍ରାସ କରେ
  • ମୁଣ୍ଡ ଓ ଛାତି ପରି ଶରୀରର ଅନେକ ଅଙ୍ଗରେ ଥିବା ଯନ୍ତ୍ରଣା କମିଯାଏ
  • ବାତ ଦୋଷ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ
Advertisment

ପୃଥିବୀ ମୁଦ୍ରା:

ଉଦ୍ଦେଶ୍ୟ: ଶକ୍ତି ବୃଦ୍ଧି କରିବା

ହସ୍ତ ମୁଦ୍ରା: ହାତର ୪ର୍ଥ ଆଙ୍ଗୁଠିର ଅଗ୍ରଭାଗ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ ସ୍ପର୍ଶ କରନ୍ତୁ

ଉପକାରିତା:

  • ଶରୀରରେ ପୃଥିବୀ ତତ୍ତ୍ୱକୁ ବୁଦ୍ଧି କରେ ଏବଂ ଅଗ୍ନି ତତ୍ତ୍ୱକୁ ହ୍ରାସ କରିଥାଏ
  • ନୂତନ ଟିସୁର ବୃଦ୍ଧି କରିବାରେ ସାହାଯ୍ୟ କରେ
  • ମାଂସପେଶୀ ନିର୍ମାଣ ଏବଂ ଆରୋଗ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ
  • ଥକାପଣରୁ ମୁକ୍ତି ଦିଏ
  • ଦୁର୍ବଳ ହାଡ, କେଶ ଏବଂ ନଖକୁ ଶକ୍ତିଶାଳୀ କରେ
  • ଶରୀରକୁ ମଜବୁତ କରିବା ସହ ଚେତନା ଏବଂ ଶକ୍ତି ସଂଚାର କରେ
  • ହଜମ ପ୍ରକ୍ରିୟା ଏବଂ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରେ
  • ଶୁଷ୍କ ଚର୍ମର ସମସ୍ୟା ଦୂର କରେ
  • ଜ୍ୱର ଓ ଅଲସର ସମସ୍ୟା ଦୂର କରେ
Advertisment

ସୂର୍ଯ୍ୟ ମୁଦ୍ରା:

ଉଦ୍ଦେଶ୍ୟ: ଓଜନ ହ୍ରାସ ପାଇଁ

ହସ୍ତ ମୁଦ୍ରା: ୪ର୍ଥ ଆଙ୍ଗୁଠିର ଅଗ୍ର ଭାଗକୁ ବୁଦ୍ଧାଙ୍ଗୁଳି ମୂଳରେ ରଖ ଏବଂ ବୁଦ୍ଧାଙ୍ଗୁଳିକୁ ତା’ ଉପରେ ରଖ।

ଉପକାରିତା:

  • ଏହା ଶରୀରରେ ଅଗ୍ନି ତତ୍ତ୍ୱକୁ ବୃଦ୍ଧି କରି ପୃଥିବୀ ତତ୍ତ୍ୱକୁ ହ୍ରାସ କରିଥାଏ
  • ଶରୀରର ତାପମାତ୍ରା ବୃଦ୍ଧି କରେ
  • ଥଣ୍ଡା ହେତୁ କମ୍ପନରୁ ଆରାମ ଦେଇଥାଏ
  • ଲୋ ଥାଇରଏଡ୍ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ
  • ଓଜନ ହ୍ରାସ, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ
  • ଝାଳଜନିତ ସମସ୍ୟା ଏବଂ ଦୁର୍ବଳ ଦୃଷ୍ଟି ଶକ୍ତି ଥିବା ଲୋକଙ୍କ ପାଇଁ ଲାଭଦାୟକ
Yogasana Yoga Mudra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ