Advertisment

H3N2 : କାହା ପାଇଁ ବିପଦ ? ଲକ୍ଷଣ ଥିଲେ କ’ଣ କରିବେ, କ’ଣ କରିବେନି . . .

H3N2 ଭୂତାଣୁ ସାଧାରଣତଃ ନାକ ଓ ପାଟିରୁ ନିର୍ଗତ ତରଳ କଣିକା ବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପିଥାଏ

ଅଦ୍ୟତନ ହୋଇଛି
H3N2

H3N2

Advertisment

କରୋନା ପରେ ଭାରତକୁ ଆଉ ଏକ ଭୂତାଣୁ ଭୟ । H3N2 ସଂକ୍ରମଣ ସହ ବ୍ୟାପୁଛି ଥଣ୍ଡା, କାଶ ଓ ଜ୍ୱର । ସାଧାରଣ ଭାବେ ଏହି ଭୂତାଣୁ ସଂକ୍ରାମକ ହୋଇଥିଲେ ମଧ୍ୟ ସେତେଟା ମାରାତ୍ମକ ନୁହେଁ ବୋଲି ଆଶ୍ୱାସନା ଦେଇଆସୁଛନ୍ତି ବିଶେଷଜ୍ଞ । ତେବେ ଚିନ୍ତାର ବିଷୟ ହେଉଛି, ଶୁକ୍ରବାର H3N2 ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଦୁଇ ଜଣଙ୍କ ଜୀବନ ଯାଇଛି । ପ୍ରଥମ ଥର ପାଇଁ ଭାରତରେ ଏହି ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହରିଆଣା ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

Advertisment

ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ H3N2 ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ବିଗତ ୨-୩ ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅଧିକାଂଶ ସଂକ୍ରମଣ H3N2 ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ଏହି ଭାଇରସ ହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା । ଅନ୍ୟ ଇନଫ୍ଲୁଏଞ୍ଜା ସବ୍-ଟାଇପ ଅପେକ୍ଷା H3N2 ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି ।

କେବଳ H3N2 ନୁହେଁ, ଦେଶରେ ୮ ଜଣଙ୍କ ଶରୀରରେ H1N1 ଭାଇରସ ବି ଠାବ ହୋଇଛି । ଉଭୟ H3N2 ଏବଂ H1N1 ଭାଇରସର ଲକ୍ଷଣ କୋଭିଡ ଭଳି । H1N1 ଯୋଗୁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା । ଆଶଙ୍କା କରାଯାଉଛି ଯେ, ସେହି ଭୂତାଣୁର ରୂପାନ୍ତର ହେଉଛି H3N2 ।...

Advertisment

H3N2 ଭୂତାଣୁ ସାଧାରଣତଃ ନାକ ଓ ପାଟିରୁ ନିର୍ଗତ ତରଳ କଣିକା ବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପିଥାଏ । ଲକ୍ଷଣ କଥା ଦେଖିଲେ, ତଣ୍ଟି ଦରଜ, କାଶ, ଦେହ ଘୋଳାବିନ୍ଧା ହେବା ସହିତ ନାକରୁ ପାଣି ବାହାରେ । କିଛି ଜଣଙ୍କ ଠାରେ ଦୀର୍ଘଦିନ ଧରି ଜ୍ୱର ଛାଡ଼ୁନଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଭାଇରସର ମ୍ୟୁଟେସନ୍ ବା ରୂପାନ୍ତର ବାରମ୍ବାର ହେଉଥିବାରୁ, ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଚକମା ଦେଉଥିବା ଜଣାପଡ଼ିଛି । ଡାଇବେଟିସ୍ ଓ ରକ୍ତଚାପରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି । ତଥାପି ଏହି ଭାଇରସ୍ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ।...

ବିଶେଷଜ୍ଞଙ୍କ ମତରେ ଏହି ଭାଇରସର ସଂକ୍ରମଣ କ୍ଷମତା ଅଧିକ। ସଂକ୍ରମିତ ଲୋକଙ୍କ କାଶ, ଛିଙ୍କ ଓ ନିକଟ ସଂସ୍ପର୍ଶରୁ ଏହା ବ୍ୟାପିଥାଏ। ତେଣୁ ଲକ୍ଷଣ ଦେଖାଗଲେ କୋଭିଡ ସମୟରେ ଯେଉଁଭଳି ସତର୍କତା ଅବଲମ୍ବନ କରୁଥିଲେ ଏବେ ସେସବୁକୁ ଅନୁସରଣ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି। ବଡ କଥା ହେଉଛି ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଇବାକୁ ବାରଣ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ।

Advertisment

ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଏହି ଭାଇରସର ବିପଦ ଅଧିକ ରହିଛି । ଏହା ଛଡା ବହୁବିଧ ରୋଗରେ ପୀଡିତ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ମଧ୍ୟ ଏହି ଭାଇରସ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

୧- ଲକ୍ଷଣ ଥିଲେ ସାବୁନ ଓ ପାଣି ଦ୍ୱାରା ହାତକୁ ଭଲ ଭାବେ ଧୁଅନ୍ତୁ

୨- ମାସ୍କ ପିନ୍ଧନ୍ତୁ ଓ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ

୩- କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ

୪- ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ

୫- ପ୍ରଚୁର ପରିମାଣରେ ପାଣି ଓ ଜୁସ୍ ପିଅନ୍ତୁ

୬- ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ

୭- କାହା ସହ ହାତ ମିଳାନ୍ତୁ ନାହିଁ

୮- ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ

ତେବେ ସବୁଠୁ ବଡ଼ କଥା ହେଉଛି, ଏହା ଶ୍ୱାସ ନଳୀକୁ ପ୍ରଭାବିତ କରୁଥିବାରୁ ଅକ୍ସିଜେନ ସ୍ତର ଚେକ କରିବା ନିହାତି ଆବଶ୍ୟକ । ଏଥିପାଇଁ ପଲ୍ସ ଅକ୍ସିମିଟରସାହାଯ୍ୟରେ ନିୟମିତ ଭାବେ ଅକ୍ସିଜେନ ସ୍ତର ଚେକ୍ କରନ୍ତୁ । ଯଦି ଅକ୍ସିଜେନ ଲେବଲ ୯୫ ପ୍ରତିଶତରୁ କମ ରହିଛି, ତେବେ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ । ଯଦି ଅକ୍ସିଜେନ ଲେବଲ ୯୦ ପ୍ରତିଶତରୁ କମ, ତାହେଲେ ଇଣ୍ଟେନ୍ସିଭ୍ କେୟାର ଦରକାର ପଡ଼ିପାରେ ।

ଏହି ଭାଇରସର ଲକ୍ଷଣ ଥିଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଇବାକୁ ବାରଣ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। ସାମାନ୍ୟ ଥଣ୍ଡାକାଶ ପରେ ବହୁ ଲୋକ ଔଷଧ ଦୋକାନରୁ ସିଧାସଳଖ ଆଣ୍ଟିବାୟୋଟିକ୍ କିଣି ସେବନ କରୁଥିବା ଦେଖିବାକୁ ମିଳୁଛି । ଏହା ଖୁବ୍ କ୍ଷତିକାରକ ବୋଲି ସତର୍କ କରିଛି ଭାରତୀୟ ଡାକ୍ତର ସଂଘ ଷ୍ଟାଣ୍ଡିଂ କମିଟି। ତେଣୁ ସାମାନ୍ୟ ସର୍ଦ୍ଦିକାଶରେ ଆଣ୍ଟିବାୟୋଟିକ୍ ନଖାଇବାକୁ ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ