Advertisment

ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୫ରୁ ୨୬ ପଜିଟିଭ୍ ଚିହ୍ନଟ

ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକନ୍ୟା ଗତକାଲି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଡେଙ୍ଗୁର ଏବେ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସପିଟାଲର ଅତିରିକ୍ତ ନିର୍ଦ୍ଦେଶକ। ଯାହାକୁ ନେଇ ବଢିଛି ଚିନ୍ତା।..

Dengue

Dengue

Advertisment

କୋହ ସମ୍ଭାଳି ହେଉନି । ବାପା, ମା, ଜେଜେ, ଜେଜେମା ଏମିତିକି ସାହି ପଡିଶା ସମସ୍ତେ ନିର୍ବାକ୍ । କିଏ ଜାଣିଥିଲା ସାଧାରଣ ଜର ଏତେ ବଡ କ୍ଷତି କରିବ।.. ଶୋକାକୁଳ ପରିବେଶ, କାନ୍ଦ ବୋବାଳିରେ ଫାଟିପଡୁଛି ଘରଦ୍ୱାର। ଭୁବନେଶ୍ୱର ୬୩ ନମ୍ବର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ପ୍ରଶାନ୍ତ ସାହୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅ ସାଇସ୍ମିତା । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । ଗତ ସୋମବାର ସାଇସ୍ମିତାଙ୍କୁ ସାମନ୍ୟ ଜର ଆସିବାରୁ ନିକଟସ୍ଥ ଏକ କ୍ଲିନିକରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥିଲେ । ଜର ନ କମିବାରୁ ରକ୍ତ ପରୀକ୍ଷା କରିବା ପରେ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ଗତ ଶୁକ୍ରବାର ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଏନେଇ ହସପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

କେବଳ ସାଇସ୍ମିତା ନୁହେଁ ବରଂ ତାଙ୍କ ଜେଜେମା ବି ଏବେ ଡେଙ୍ଗୁରେ ପୀଡିତ। ଧର୍ମବିହାର ଅଞ୍ଚଳରେ ଏକାଧିକ ରୋଗୀ ଏବେ ଡେଙ୍ଗୁ ପଜିଟିଭ ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ବ୍ୟତିତ ନୟାପଲ୍ଲୀ, ସାଲିଆ ସାହି,ପୋଖରୀପୁଟ, ୟୁନିଟ ୯, ୟୁନିଟ ୩ ଏବଂ ଜୟଦେବ ବିହାର ପରି ଅଞ୍ଚଳ ଏବେ ଡେଙ୍ଗୁର୍ ହଟସ୍ପଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେବଳ ବିଏମସିରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଏବେ ସୁଦ୍ଧା ୨୦୦ରୁ ଅଧିକ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ବାହାରୁଛନ୍ତି । ତେବେ ଭୟଭୀତ ନହୋଇ ଜର ହେଲେ ରକ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।

ବୁସ୍ କଟିଂ, ଡ୍ରେନ ସଫା ସହ ଲୋକଙ୍କୁ ସଚେତନ କରାଉଥିବା ବିଏମସି କହିଆସୁଛି ।ଏହା ସହ ମଶା ଧୁଆଁ ଗାଡି ବୁଲିବା ଏବଂ ରସାୟନିକ ଔଷଧ ସ୍ପ୍ରେ କରାଯାଉଥିବା ଦାବି କରୁଛି। ତେବେ ସାଧାରଣ ଲୋକେ କିନ୍ତୁ ଏଥିରେ ଏକମତ ନୁହନ୍ତି। ବିଏମ୍ସି ଡେଙ୍ଗୁ କୁ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ରାଜଧାନୀ ବାସିନ୍ଦା।

Advertisment

ସେ ଚିକିତ୍ସା ଅବହେଳା ହେଉ ଅବା ସରକାରୀ ଉଦାସିନତା। ଏପରି ନିରିହ ଜୀବନ ଯିବାରେ କିଏ ଉତ୍ତରଦାୟୀ ରହିବ ତାହା ଏବେ ବଡ ପ୍ରଶ୍ନ ।

Dengue Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ