ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ-ବ୍ୟାୟାମ ନିହାତି ଜରୁରୀ। ଯୋଗ ଅଭ୍ୟାସ କରି ଜଣେ କେବଳ ଶାରୀରିକ ନିଷ୍କ୍ରିୟତାକୁ ହ୍ରାସ କରିପାରିବ ନାହିଁ, ବରଂ ଏହା ଅନେକ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ।
ଅଧ୍ୟୟନରୁ ଜଣାପଡିଛି ଯେ ଦୈନିକ ଯୋଗାସନ ଅଭ୍ୟାସ ଶରୀରର ମାଂସପେଶୀୟ ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରେ। ଏହା ଶାରିରୀକ ଯନ୍ତ୍ରଣା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯୋଗ ବିଶେଷଜ୍ଞମାନେ ଉଷ୍ଟ୍ରାସନ ଅଭ୍ୟାସକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା ମଧ୍ୟ କରନ୍ତି।
କିପରି କରିବେ:
ଉଷ୍ଟ୍ରାସନ ଅଭ୍ୟାସ କଷ୍ଟକର ଆସନ ହୋଇଥିବା ବେଳେ ଏନେଇ ବିଶେଷ ତାଲିମ ନେବା ଆବଶ୍ୟକ ରହିଛି। ତେଣୁ ଏହାର ପଦ୍ଧତିକୁ ଜାଣିବା ପାଇଁ ଜଣେ ଦକ୍ଷ ପ୍ରଶିକ୍ଷକଙ୍କ ସହଯୋଗ ନେବା ଜରୁରୀ।
- ଏହି ଆସନ କରିବା ପାଇଁ ସର୍ବପ୍ରଥମେ, ଆଣ୍ଠୁ ଉପରେ ବସନ୍ତୁ
- ବର୍ତ୍ତମାନ ନିଶ୍ୱାସ ନେଇ ମେରୁଦଣ୍ଡର ତଳ ଭାଗକୁ ଆଗକୁ ନିଅନ୍ତୁ
- ଏହି ସମୟରେ ନାଭିରେ ପୂର୍ଣ୍ଣ ଚାପକୁ ଅନୁଭବ କରାଯିବା ଉଚିତ
- ପିଠିକୁ ପଛକୁ ମୋଡି ଝୁଲି ରୁହନ୍ତୁ
- ବେକକୁ ଧିଲା ଛାଡିଦିଅନ୍ତୁ
- ୩୦ ରୁ ୬୦ ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ
- ପରେ ଶ୍ୱାସ ନେଇ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ
ଉପକାରିତା:
- ଜଙ୍ଘର ଚର୍ବିକୁ ହ୍ରାସ କରେ
- କାନ୍ଧ ଏବଂ ପିଠିକୁ ଷ୍ଟ୍ରେଚିଂ କରିବା ସହିତ ଶକ୍ତିଶାଳୀ କରେ
- ଶାରୀରିକ ମୁଦ୍ରାକୁ ଉନ୍ନତ କରେ
- ଛାତିକୁ ଖୋଲିବା ଏବଂ ଶ୍ୱାସକ୍ରିୟାରେ ଉନ୍ନତି ଆଣେ
- ପିଠିର ନିମ୍ନ ଭାଗ ଯନ୍ତ୍ରଣାରୁ ମୁକ୍ତି ଦିଏ
- ଜଙ୍ଘ ଏବଂ ବାହୁକୁ ଶକ୍ତିଶାଳୀ କରେ
- ମେରୁଦଣ୍ଡକୁ ସୁସ୍ଥ ରଖେ
ସତର୍କତା:
କେତେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଲୋକଙ୍କୁ ଉଷ୍ଟ୍ରାସନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଏ। ରକ୍ତଚାପ, ଅନିଦ୍ରା ସମସ୍ୟାରେ ପୀଡିତ ଲୋକମାନେ ଏହି ଯୋଗରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ, ଯେଉଁମାନଙ୍କର ପିଠିରେ ଆଘାତ କିମ୍ବା ବେକରେ ଯନ୍ତ୍ରଣା ଥାଏ ସେମାନେ ମଧ୍ୟ ଉଷ୍ଟ୍ରାସନ ଅଭ୍ୟାସ କରିବା ଅନୁଚିତ।