Advertisment

National Engineers Day 2024: ସେ ଥିଲେ ଏମିତି ଇଞ୍ଜିନିୟର ଯିଏ ପାଣିକୁ ଅଟକାଇବା ପାଇଁ ତିଆରି କରିଥିଲେ ଷ୍ଟିଲ୍ କବାଟ; କିଏ ଏହି ଭାରତୀୟ…

ଦେଶର ବିକାଶ ତଥା ଆମ ଜୀବନରେ ଉନ୍ନତି ଆଣିବାରେ ଇଞ୍ଜିନିୟରମାନଙ୍କର ଏକ ବଡ଼ ଭୂମିକା ରହିଛି। ଏହି ଇଞ୍ଜିନିୟରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଏ।

ଅଦ୍ୟତନ ହୋଇଛି
Who is m visvesvaraya the first civil engineer in india

Who is m visvesvaraya the first civil engineer in india

Advertisment

ଆମ ଦେଶରେ, ଇଞ୍ଜିନିୟରମାନଙ୍କୁ ରାଷ୍ଟ୍ର ନିର୍ମାଣକାରୀ ଭାବରେ ସମ୍ମାନିତ କରାଯାଏ। ଦେଶର ବିକାଶ ତଥା ଆମ ଜୀବନରେ ଉନ୍ନତି ଆଣିବାରେ ଇଞ୍ଜିନିୟରମାନଙ୍କର ଏକ ବଡ଼ ଭୂମିକା ରହିଛି। ଏହି ଇଞ୍ଜିନିୟରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଏ।

Advertisment

ତେବେ ଏହି ଦିନଟିକୁ ୧୫ ସେପ୍ଟେମ୍ବର ୧୮୬୦ରେ ଜନ୍ମ ହୋଇଥିବା ଏମ୍‌ ବିଶ୍ୱେଶ୍ୱରାୟାଙ୍କୁ ସମର୍ପିତ କରି ପଳନ କରାଯାଏ। ଏମ୍‌ ବିଶ୍ୱେଶ୍ୱରାୟାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା। ସେ ସାର୍ MV ଭାବରେ ମଧ୍ୟ ଜଣାଶୁଣା। ସାର୍ MV କୁ ଭାରତର ପ୍ରଥମ ସିଭିଲ୍ ଇଞ୍ଜିନିୟର କୁହାଯାଏ।

କର୍ଣ୍ଣାଟକର ଭାଗିରଥ:

ମୈସୁର୍(କର୍ଣ୍ଣାଟକ) ର କୋଲାର ଜିଲ୍ଲା ଚିକ୍କାବଲ୍ଲାପୁରରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିବା ଏମ୍‌ ବିଶ୍ୱେଶ୍ୱରାୟା ୧୮୮୩ ମସିହାରେ ପୁନା ସାଇନ୍ସ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପଦରେ ସରକାରୀ ଚାକିରି ପାଇଲେ। ୧୯୧୨ ରୁ ୧୯୧୮ ପର୍ଯ୍ୟନ୍ତ, ସେ ମୈସୁରର ୧୯ ତମ ଦିୱାନ୍ ଭାବରେ କାର୍ଯ୍ୟ କରିଥିଲେ।

Advertisment

କର୍ଣ୍ଣାଟକର ମୈସୁରକୁ, ଏକ ବିକଶିତ ତଥା ସମୃଦ୍ଧ ଅଞ୍ଚଳରେ ପରିଣତ କରିବାରେ MVଙ୍କ ଏକ ବଡ଼ ଅବଦାନ ରହିଛି। କୃଷ୍ଣରାଜସାଗର ଡ୍ୟାମ, ଭଦ୍ରାବତୀ ଆଇରନ୍ ଆଣ୍ଡ୍ ଷ୍ଟିଲ୍ ୱାର୍କ୍ସ, ମୈସୁର୍ ସାଣ୍ଡଲ୍ ଅଏଲ୍ ଏବଂ ସୋପ୍ ଫ୍ୟାକ୍ଟ୍ରୀ, ମୈସୁର୍ ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଅଫ୍ ମୈସୁର୍ ଏବଂ ଅନ୍ୟାନ୍ୟ ମହାନ ସଫଳତା କେବଳ ତାଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା। ତାଙ୍କର ଏହି ଅବସାନ ଯୋଗୁଁ ତାଙ୍କୁ କର୍ଣ୍ଣାଟକର ଭାଗିରଥ କୁହାଯାଏ।

ମୈସୁର ମୁଖ୍ୟଯନ୍ତ୍ରୀ

ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ସରକାର ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ କମିଟି ଗଠନ କରିଥିଲେ। ଏଥିପାଇଁ MV ଷ୍ଟିଲ୍‌ର କବାଟ ତିଆରି କଲେ ଯାହା ଡ୍ୟାମରୁ ଜଳ ପ୍ରବାହକୁ ରୋକିବାରେ ସହାୟକ ହୋଇଥିଲା। ସେତେବେଳେ ତାଙ୍କ ଏହି ବ୍ୟବସ୍ଥାକୁ ବ୍ରିଟିଶ ଅଧିକାରୀମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

Advertisment

ଆଜି ଏହି ସିଷ୍ଟମ ସାରା ବିଶ୍ୱରେ ବ୍ୟବହୃତ ହେଉଛି। ଏହା ବ୍ୟତୀତ, ସାର୍ MV ମଧ୍ୟ ମୁସା ଏବଂ ଇସା ନାମକ ଦୁଇଟି ନଦୀର ଜଳକୁ ବାନ୍ଧି ରଖିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ପରେ ତାଙ୍କୁ ମୈସୁରର ମୁଖ୍ୟ ଇଞ୍ଜିନିୟର କରାଯାଇଥିଲା।

ଶିକ୍ଷା କ୍ଷେତ୍ରରେ ଅବଦାନ:

MV ଶିକ୍ଷାର ମହତ୍ତ୍ୱକୁ ବହୁତ ଭଲ ଭାବରେ ବୁଝିଥିଲେ। ସେ ନିରକ୍ଷରତାକୁ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ ବୋଲି ବିବେଚନା କରିଥିଲେ। ତେଣୁ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ମୈସୁରରେ ସ୍କୁଲ ସଂଖ୍ୟା ୪,୫୦୦ରୁ ୧୦,୫୦୦କୁ ବୃଦ୍ଧି କରିଥିଲେ।

ମୈସୁରର ଝିଅମାନଙ୍କ ପାଇଁ ଅଲଗା ହଷ୍ଟେଲ୍‌ ତଥା ପ୍ରଥମ ଫାଷ୍ଟ୍ ଗ୍ରେଡ୍ କଲେଜ (ମହାରାଣୀ କଲେଜ) ଖୋଲିବାର ଶ୍ରେୟ ମଧ୍ୟ ତାଙ୍କୁ ଦିଆଯାଏ। ଏହା ବ୍ୟତୀତ ମୈସୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶ୍ରେୟ ମଧ୍ୟ MVଙ୍କ ନିକଟକୁ ଯାଇଥାଏ।

ଭରତ ରତ୍ନରେ ସମ୍ମାନିତ:

ଏମ୍‌ ବିଶ୍ୱେଶ୍ୱରାୟାଙ୍କ ଏହି ଅବଦାନ ଦେଖି ଭାରତ ସ୍ୱାଧୀନତା ପରେ ୧୯୫୫ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ୧୦୦ବର୍ଷରୁ ଅଧିକ ଦିନ ବଞ୍ଚିଥିଲେ ଏବଂ ସେ ଜୀବିତ ଥିବା ପର୍ଯ୍ୟନ୍ତ ସକ୍ରିୟ ମଧ୍ୟ ଥିଲେ।

ଥରେ ଜଣେ ବ୍ୟକ୍ତି ତାଙ୍କୁ ଏତେ ସକ୍ରିୟ ହେବାର ରହସ୍ୟ ପଚାରିବାରୁ ସେ ଉତ୍ତର ଦେଲେ ଯେ ଯେତେବେଳେ ବୃଦ୍ଧାବସ୍ଥା ମୋ ଦ୍ୱାରରେ ଠକ୍ ଠକ୍ କରେ, ମୁଁ ତାଙ୍କୁ କହିଦିଏ ଯେ ବିଶ୍ୱେଶ୍ୱରାୟ ଘରେ ନାହିଁ। ଏହି କାରଣରୁ, ବୃଦ୍ଧାବସ୍ଥା ନିରାଶ ହୋଇ ଫେରି ଯାଏ ଏବଂ ମୋର୍ କେବେବି ତା’ ସହ ଭେଟ ହୋଇ ନାହିଁ।

Engineers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ