Advertisment

ଜମୁଛି ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା; ଚାଙ୍ଗୁ ତାଳେ ତାଳେ ଶିହରଣ ସୃଷ୍ଟି କରୁଛି ବାଘ ନାଚ

ବ୍ରହ୍ମପୁରରେ ଏବେ ମାତିଛି ବାଘ। ସାହିକୁ ସାହି ବୁଲୁଛି । ଘରେ ଘରେ ଗର୍ଜନ କରୁଛି। ହେଲେ ଇଏ ସତସତିକା ବାଘ ନୁହେଁ, ବାଘ ରୂପି ମଣିଷ । ମା ବୁଢୀ ଠାକୁରାଣୀଙ୍କ ବାହନ ଓ ଶକ୍ତିର ପ୍ରତୀକ ବାଘ ବେଶରେ ସଜେଇ ହୋଇଛନ୍ତି ମାନସିକଧାରୀ।

ଅଦ୍ୟତନ ହୋଇଛି
Budhi Thakurani jatra in Berhampur

Bagha Nacha

Advertisment

ଜମୁଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବାକୁ ଧାଇଁ ଆସୁଛନ୍ତି। ତେବେ ଯାତ୍ରାର ଆକର୍ଷଣ ହେଉଛି ମାନସିକଧାରୀଙ୍କ ବେଶ। ମାନସିକ ପୂରଣ ହେଲେ ବିଭିନ୍ନ ବେଶ ଧାରଣ କରି ନିଜକୁ ସମର୍ପଣ କରିଥାନ୍ତି ମାଆଙ୍କ ପାଖରେ। ଆଉ, ଏହି ବେଶ ମଧ୍ୟରେ ସ୍ବତନ୍ତ୍ରତା ରହିଛି ବାଘ ବେଶର।

Advertisment

ବ୍ରହ୍ମପୁରରେ ଏବେ ମାତିଛି ବାଘ। ସାହିକୁ ସାହି ବୁଲୁଛି । ଘରେ ଘରେ ଗର୍ଜନ କରୁଛି। ହେଲେ ଇଏ ସତସତିକା ବାଘ ନୁହେଁ, ବାଘ ରୂପି ମଣିଷ
। ମା ବୁଢୀ ଠାକୁରାଣୀଙ୍କ ବାହନ ଓ ଶକ୍ତିର ପ୍ରତୀକ ବାଘ ବେଶରେ ସଜେଇ ହୋଇଛନ୍ତି ମାନସିକଧାରୀ। ଚାଙ୍ଗୁ ବାଇଦର ତାଳେ ତାଳେ ବୀର ଦର୍ପରେ ବାଘ ବେଶଧାରୀଙ୍କ ନାଚ ଦେହରେ ଶିହରଣ ଖେଳାଇ ଦେଉଛି। ଗତ ୪ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ସହରର ଗଳି ଗଳିରେ ଦେଖିବାକୁ ମିଳୁଛି ମାନସିକଧାରୀଙ୍କ ଭିଡ । 

ବାଘ ନୃତ୍ୟରେ ରହିଛି ମାଙ୍କ ପ୍ରତି ଭକ୍ତି ଭାବ, ନୃତ୍ୟ ଓ ବାଦ୍ୟର ସମାହାର। ଏହି ନାଚ ଯେତିକି କଷ୍ଟକର ସେତିକି କଷ୍ଟଦାୟକ ଏହି ବେଶକୁ ଧାରଣ କରିବା। ବେଶ ପାଇଁ ସାରା ଶରୀରର ଲୋମକୁ ସେଭିଂ କରିବା ପରେ ବୋଳାଯାଏ କଞ୍ଚା ହଳଦୀର ଲେପ। ପରଦିନ ଦେହରେ ଅଙ୍କାଯାଏ ବାଘର ଚିତ୍ର । ହଳଦିଆ, କଳା, ଧଳା ଓ ନାଲି ରଙ୍ଗରେ ମାନସିକଧାରୀଙ୍କୁ ଦିଆଯାଏ ବାଘର ରୂପ। ଏଥିପାଇଁ ଚିତ୍ରକରଙ୍କୁ ଲାଗିଯାଏ ୪ରୁ ୫ ଘଂଟା ସମୟ। 

Advertisment

କେବଳ ବାଘ ବେଶ ନୁହେଁ, ଯାତ୍ରାରେ ମାନସିକଧାରୀ ଧାରଣ କରିଛନ୍ତି କୃଷ୍ଣ, ବଳରାମ, ହନୁମାନ ଓ ପର୍ଶୁରାମଙ୍କ ଭଳି ବେଶ। ଛୋଟ ଛୋଟ ପିଲାଙ୍କୁ ମନ ପସନ୍ଦର ବେଶରେ ସଜେଇଛନ୍ତି ଅଭିଭାବକ। ମା ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ବେଶ ପରମ୍ପରା ବେଶ୍ ପୁରୁଣା। ପିଲାଙ୍କ ଆରୋଗ୍ୟ କାମନା ହେଉ ଅବା ପରିବାରର ସମସ୍ୟା ଦୂର କରିବା, ମାନସିକ ପୂରଣ ପାଇଁ ମାଆଙ୍କ ଠାରେ ସହିଥାନ୍ତି ପରିବାର। ଆଉ, ମାନସିକ ପୂରଣ ହେଲେ ଯାତ୍ରା ସମୟରେ ବେଶ ପକାଇ ସମର୍ପଣ କରିଥାନ୍ତି ମାଆଙ୍କ ପାଖରେ । 

ଆସନ୍ତା ୧ ତାରିଖରେ ସରୁଛି ମା ବୁଢୀ ଠାକୁରାଣୀଙ୍କ ଯାତ୍ରା। ଶେଷ ଆଡକୁ ସହରରେ ବଢିଥାଏ ମାନସିକ ଧାରୀଙ୍କ ସଂଖ୍ୟା। ଯାତ୍ରା ସରିବା ପୂର୍ବ ଦିନ ବୁଦ୍ଧ ବେଶକୁ ଅପେକ୍ଷା କରିଥାନ୍ତି ସହରବାସୀ।

Advertisment
Festivals Maa Budhi Thakurani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ