ପରିବାର ଅନେକ ସମ୍ପର୍କ ସହିତ ଜଡିତ। ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବାରର ମହତ୍ତ୍ୱକୁ ପାଳନ କରିବା ପାଇଁ ପ୍ରତିବର୍ଷ ୧୫ ମେ’ରେ ‘ଆନ୍ତର୍ଜାତୀୟ ପରିବାର ଦିବସ’ ପାଳନ କରାଯାଏ। ଭାରତ ଭଳି ଦେଶରେ ସମ୍ପର୍କ ଏବଂ ପରିବାର ପ୍ରତି ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଭାରତରେ ପ୍ରତ୍ୟେକ ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ଦେଖିବାକୁ ମିଳେ। ଅବଶ୍ୟ, ସମୟ ସହିତ ଭାରତରେ ମିଳିତ ପରିବାରର ଧାରା ଶେଷ ହେବାକୁ ଲାଗିଛି ଏବଂ ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ଗ୍ରହଣ କରି ଐକ୍ୟ ପରିବାର ଆଡକୁ ମୁହାଁଇବାରେ ଲାଗିଛନ୍ତି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। କିନ୍ତୁ ଏକ ସୁଖୀ ପରିବାର ପାଇଁ ମତଭେଦ ନୁହେଁ ବରଂ ସ୍ନେହ-ପ୍ରେମର ଆବଶ୍ୟକତା ଅଛି।
ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ସଂପର୍କୀୟଙ୍କ ସହ ମିଶିବାକୁ ପସନ୍ଦ କରୁ ନାହାନ୍ତି କି… ଜାଣନ୍ତୁ ଏହାର କାରଣ କ’ଣ
ସେଥିପାଇଁ ଓଡ଼ିଆରେ ଏକ କଥା ଅଛି –
“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।”
Also Read
ଏହି ଉକ୍ତିର ଅର୍ଥ ହେଉଛି ଯେଉଁ ଘରର ସଦସ୍ୟ ପରସ୍ପରଙ୍କୁ ଭଲ ପାଆନ୍ତି, ସ୍ନେହ କରନ୍ତି, ପ୍ରେମ କରନ୍ତି ସେହି ଘର ବୈକୁଣ୍ଠ ସମାନ ହୋଇଯାଏ ଅର୍ଥାତ ଭଗବାନ ବିଷ୍ଣୁଙ୍କ ନିବାସ ସ୍ଥାନ ହୋଇଯାଏ। କିନ୍ତୁ ଆଜିକାଲି ପ୍ରାୟ ଘରେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରାୟ କଳି-ଝଗଡା ଦେଖିବାକୁ ମିଳେ।
ଯଦି ଆପଣ ନିଜ ପରିବାରରେ ପ୍ରେମ ଏବଂ ସ୍ନେହ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ପରିବାରରେ ମତଭେଦ ହେବାର ପାଞ୍ଚଟି ସାଧାରଣ କାରଣ କ’ଣ ତାହା ଜାଣିନେବା ଦରକାର। ଏହି ୫ଟି ଜିନିଷ ଯଦି ଆପଣ ଦୂର କରିଦେବେ ତେବେ ପରିବାରରେ ସବୁ ସମ୍ପର୍କ ମଜବୁତ ହୋଇଯିବ ଏବଂ ପ୍ରତିଦିନ ହସ-ଖୁସିର ମାହୋଲ ତିଆରି ହେବ।
ଆର୍ଥିକ ସଂକଟ:
ପରିବାରରେ ସମସ୍ତେ ଏକାଠି ରହୁଥିଲେ ମଧ୍ୟ ଟଙ୍କା ପରିବାର ମଧ୍ୟରେ ମତଭେଦର କାରଣ ହୋଇପାରେ। ଯଦି ପରିବାର ଅନୁସାରେ ଆୟ କମିଯାଏ ତେବେ ଏହା ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ କରିବାରେ ସମସ୍ୟା ଆଣେ। ଏ କ୍ଷେତ୍ରରେ ପରିବାରରେ ମତଭେଦ ଆରମ୍ଭ ହୁଏ ଆଉ ଝଗଡା ବୃଦ୍ଧି ପାଇବାରେ ଲାଗେ।
ପରିବାରରେ ଅଣଦେଖା:
ଯଦି ଆପଣ ଏକ ବଡ଼ କିମ୍ବା ଯୌଥ ପରିବାରରେ ରହୁଛନ୍ତି ତେବେ ଏଭଳି ପରିବାର ଅନେକ ସଦସ୍ୟଙ୍କ ଆୟ ଉପରେ ଚାଲିଥାଏ। କିନ୍ତୁ ଯଦି ଜଣେ ବ୍ୟକ୍ତିର ଆୟ ପରିବାରର ଅନ୍ୟ ସଦସ୍ୟଙ୍କ ତୁଳନାରେ କମ୍ ହୁଏ, ତେବେ ସେହି ବ୍ୟକ୍ତିଙ୍କୁ ଅନେକ ସମୟରେ ପରିବାରରେ ଅଣଦେଖା କରାଯାଏ। ଫଳରେ ସମାନ ହେବାର ସୁଯୋଗ ଏବଂ ସମ୍ମାନ ନ ମିଳିବାରୁ ସେ ପରିବାରରେ ନିଜକୁ ଅସମାନତା ଅନୁଭବ କରନ୍ତି। ସେହି ସମୟରେ, ଯେଉଁମାନେ ଅଧିକ ରୋଜଗାର କରନ୍ତି ସେମାନେ ମଧ୍ୟ ଠକି ହେବାର ଅନୁଭବ କରିପାରନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କ ମଧ୍ୟରେ ପାରସ୍ପରିକ ବିବାଦର ସମ୍ଭାବନା ବଢିଯାଏ।
ମାନସିକ ଚାପ:
ପରିବାରର ସମସ୍ତ ସଦସ୍ୟଙ୍କ ସୁଖ ସୁବିଧାର ଯତ୍ନ ନେବା, ଅନ୍ୟ ସଦସ୍ୟଙ୍କ ସହ ସମାନ ହେବାକୁ ଚେଷ୍ଟା କରିବା ଏବଂ ଅଫିସରେ ଯେକୌଣସି ପ୍ରକାରର ସମସ୍ୟା ଇତ୍ୟାଦି ବ୍ୟକ୍ତିଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିଥାଏ। ଚାପ ଏବଂ ଚିନ୍ତା ବୃଦ୍ଧି ହେତୁ ବ୍ୟକ୍ତି ଛୋଟ ଛୋଟ ଜିନିଷକୁ ନେଇ ବିରକ୍ତ ହେବାକୁ ଲାଗେ। ଫଳରେ ନିଜର ରାଗ ଓ ହିଂସାକୁ ପରିବାର ସଦସ୍ୟଙ୍କ ଉପରେ ପ୍ରକାଶ କରିବାକୁ ଚେଷ୍ଟା କରେ, ଯାହା ପରିବେଶକୁ ବିଗାଡି ଦିଏ।
ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ
ଗୋପନୀୟତାରେ ହସ୍ତକ୍ଷେପ:
ଯଦିଓ ଜଣେ ଗୋଟିଏ ବଡ ପରିବାରରେ ଏକାଠି ରହୁଥାଏ, ତଥାପି ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ବ୍ୟକ୍ତିଗତ ଜୀବନ ଅଛି। ସେମାନଙ୍କ ମଧ୍ୟରେ କିଛି ସ୍ପେସ କିମ୍ବା ଗୋପନୀୟତା ରହିବା ଜରୁରୀ। ଗୋପନୀୟତା ଉପରେ ଅତ୍ୟଧିକ ହସ୍ତକ୍ଷେପ କାରଣରୁ ସବୁବେଳେ ଏକାଠି ରହିବା ସଦସ୍ୟମାନଙ୍କ ମଧ୍ୟରେ ଝଗଡା ବଢାଇଥାଏ।
ଅଧିକାରକୁ ନେଇ ବିବାଦ:
ପ୍ରାୟତଃ ପରିବାରର ମୁଖ୍ୟ ସମସ୍ତ ନିଷ୍ପତ୍ତି ନେବାକୁ ଅଧିକାର ପାଇଥାନ୍ତି। ଯୌଥ ପରିବାରରେ, ଦ୍ୱିତୀୟ ଏବଂ ତୃତୀୟ ପିଢିର ବୟସ୍କ ସଦସ୍ୟମାନେ ମଧ୍ୟ ସେମାନଙ୍କ ନିଷ୍ପତ୍ତି ପାଇଁ ବଡମାନଙ୍କ ଉପରେ ନିର୍ଭର କରନ୍ତି। ଏଭଳି ପରିସ୍ଥିତିରେ ନିଜ ନିଜ ନିଷ୍ପତ୍ତିକୁ ନେଇ ବୟସ୍କମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ଥାଏ। ପରିବାରର ସମସ୍ତ ସଦସ୍ୟଙ୍କୁ ଯଦି ସମାନ ଅଧିକାର ନ ମିଳେ ମତଭେଦ ସୃଷ୍ଟି ହେବାକୁ ଲାଗେ। ତେଣୁ ପରିବାରର ସମସ୍ତ ସଦସ୍ୟଙ୍କୁ ସମାନ ବ୍ୟବହାର କରାଯିବା ଉଚିତ ଏବଂ ସେମାନଙ୍କର ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବା ଉଚିତ।