Astrospeak
  • Live TV
  • Read In English

ଦେଖିବାକୁ ମିଳିଲା ସାମନ୍ଥାଙ୍କ ନୂଆ ଅବତାର

ନୂଆ ରୂପରେ ଆସୁଛନ୍ତି ସାମନ୍ଥା ରୁଥ୍ ପ୍ରଭୁ। ଶକୁନ୍ତଳା ଚରିତ୍ର ମାଧ୍ୟରେ ତାଙ୍କୁ ଦେଖିବାକୁ ମିଳିବ। ‘ପୁଷ୍ପା’ ଚଳଚ୍ଚିତ୍ରର ସ୍ପେସାଲ୍ ଗୀତରେ ନାଚି ଚର୍ଚ୍ଚାର କେନ୍ଦ୍ର ପାଲଟି ଥିଲେ।

Samantha Ruth Prabhu shares the first, look of her upcoming movie Shakuntalam
ଦେଖିବାକୁ ମିଳିଲା ସାମନ୍ଥାଙ୍କ ନୂଆ ଅବତାର

ନୂଆଦିଲ୍ଲୀ: ‘ପୁଷ୍ପା’ ଚଳଚ୍ଚିତ୍ରର ସ୍ପେସାଲ୍ ଗୀତରେ ଲୋକଙ୍କ ହୃଦୟ ଜିତିଥିବା ସାମନ୍ଥା ରୁଥ୍ ପ୍ରଭୁ ତାଙ୍କ ପ୍ରଶଂସକଙ୍କୁ ଭିନ୍ନ ଢଙ୍ଗରେ ଭେଟିବାକୁ ଚାହାଁନ୍ତି। ସେ ଏକ ନୂଆ ଲୁକରେ ଦେଖିବାକୁ ମିଳିଛନ୍ତି। ଏହି ଲୁକ୍ ହେଉଛି ସାମନ୍ଥାଙ୍କ ଶକୁନ୍ତଳା ଲୁକ୍। ନିର୍ଦ୍ଦେଶକ ଗୁନାସେଖରଙ୍କ ଟଲିଉଡ୍‌ ଚଳଚ୍ଚିତ୍ର 'ଶକୁନ୍ତଲମ'ରେ ସାମନ୍ଥା ଖୁବ୍ ଶୀଘ୍ର ଶକୁନ୍ତଳା ଭାବରେ ନଜର ଆସିବେ।

ଏହାର ପ୍ରଥମ ଲୁକ୍ ସାମନ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହି ଲୁକ୍ ଶେୟାର କରି ସେ ଲେଖିଛନ୍ତି ଯେ ଶକୁନ୍ତଳା ବହୁତ ସୁନ୍ଦର ଏବଂ ସରଳତାରେ ପରିପୂର୍ଣ୍ଣ। ଏହି ପୋଷ୍ଟ୍‌ଟି ସେୟାର ହେବା ମାତ୍ରେ ପ୍ରଶଂସକମାନେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।

ଏହି ପୋଷ୍ଟର୍‌ରେ ସାମନ୍ଥା ରୁଥ୍ ପ୍ରଭୁଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ସିଜ୍‌ଲିଙ୍ଗ ସାମନ୍ଥାଙ୍କୁ ଶକୁନ୍ତଳା ଭୂମିକାରେ ଅଭିନୟ କରିବା ନେଇ ଏକ ସରଳ, ସାଧାରଣ, ଅତି ସୁନ୍ଦର ଯୁବତୀ ଭାବରେ ନଜର ଆସିଛନ୍ତି। ସେ ପାଦକୁ ମୁଣ୍ଡ ପର୍ଯ୍ୟନ୍ତ ଧଳା ପୋଷାକରେ ଆଚ୍ଛାଦିତ ହୋଇଛନ୍ତି। କୁଞ୍ଚିତ କେଶ, ପୁଷ୍ପ ଅଳଙ୍କାର ଏବଂ ଏକ ସୁନ୍ଦର ବସିବା ଶୈଳୀ ସାମନ୍ଥାଙ୍କ ସୌନ୍ଦର୍ଯ୍ୟଙ୍କୁ ଦ୍ୱିଗୁଣିତ କରୁଛି।

ବହିରେ ଲେଖା ହୋଇଥିବା ଏହି ଚରିତ୍ରକୁ ହୃଦୟଙ୍ଗମ କରିବା ପାଇଁ ଶକୁନ୍ତଳା ହୋଇଥିବା ସାମନ୍ଥାଙ୍କୁ ଜଙ୍ଗଲରେ ବସିବାକୁ ପ୍ରସ୍ତୁତ କରାଯାଇଛି। ସେ ଏକ ପଥର ଉପରେ ବସି, ଏହି କାହାକୁ ଅପେକ୍ଷା କରିଛନ୍ତି। ଚାରିଆଡେ ଜଙ୍ଗଲ ପ୍ରାଣୀମାନଙ୍କର ଏକ ସମାବେଶ। କେଉଁଠି ହରିଣ, କେଉଁଠାରେ ଠେକୁଆ ତ ଆଉ କେଉଁଠି ବତକମାନଙ୍କ ଦୃଶ୍ୟ ଦେଖାଯାଏ। ତେବେ ଘଞ୍ଚ ଜଙ୍ଗଲରେ ସାମନ୍ଥାଙ୍କ ଏହି ଷ୍ଟାଇଲ୍‌ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହେବାରେ ଲାଗିଲେଣୀ।

କିଏ ଥିଲେ ଶକୁନ୍ତଳା:

ମହାକାବୀ କାଲିଦାସଙ୍କର ଅମର ସୃଷ୍ଟି ‘ଅଭିଜ୍ଞାନ‌ ଶକୁନ୍ତଳମ୍’ର ଜଣେ ମୁଖ୍ୟ ଭୂମିକା ହେଲା ଶକୁନ୍ତଳା ଚରିତ୍ର। ସେ ଋଷି ବିଶ୍ୱାମିତ୍ର ଏବଂ ଅପସାରା ମେନାକାଙ୍କ ଝିଅ ଥିଲେ। ପରିସ୍ଥିତି ଏପରି ହେଲା ଯେ ଶକୁନ୍ତଳାଙ୍କ ଜୀବନ ଏକ ଆଶ୍ରମରେ କଟିଲା। ହାସ୍ତିନାପୁରର ରାଜା ଦୁଷ୍ୟନ୍ତ ତାଙ୍କୁ ଦେଖି ତାଙ୍କ ପ୍ରେମରେ ପଡିଗଲେ। ଆଶ୍ରମରେ କିଛି ଦିନ ରହିବା ପରେ ଦୁଷ୍ୟନ୍ତ ତାଙ୍କୁ ଏକ ପ୍ରମାଣ ସ୍ୱରୂପ ଏକ ମୁଦି ଦେଇ ନିଜ ରାଜ୍ୟକୁ ଫେରି ଆସିଲେ।

ଏହା ପରେ ପରିସ୍ଥିତି ଏପରି ହେଲା ଯେ ତାଙ୍କ ପ୍ରେମିକାଙ୍କୁ ସାମ୍ନାରେ ଦେଖି ମଧ୍ୟ ରାଜା ଦୁଷ୍ୟନ୍ତ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଫଳରେ ଏହା ପରେ ଶକୁନ୍ତଳାଙ୍କ ଜୀବନ ଦୁଃଖ ଓ ଦୁର୍ଦ୍ଦଶା ଦେଇ ଗତି କଲା। ଏହା ହେଉଛି ‘ଅଭିଜ୍ଞାନ‌ ଶକୁନ୍ତଳମ୍’ର କାହାଣୀ। ଏହାକୁ ବର୍ତ୍ତମାନ ସାମନ୍ଥା ରୁଥ୍ ପ୍ରଭୁ ‘ଶକୁନ୍ତଳମ୍’ ଚଳଚ୍ଚିତ୍ର ମାଧ୍ୟମରେ ପରଦାରେ ଆଣିବାକୁ ଯାଉଛନ୍ତି।