Advertisment

NTA ପରୀକ୍ଷା ସଂସ୍କାର ପାଇଁ ହାଇଲେବୁଲ୍‌ କମିଟି ଗଠନ

ପରୀକ୍ଷା ପରିଚାଳନାରେ ସଂସ୍କାର ପାଇଁ ମତାମତ ଦେବ କମିଟି। ଡାଟା ସୁରକ୍ଷା ମଜବୁତ, NTAର ଗଠନ ଓ କାର୍ଯ୍ୟପ୍ରଣାଳି ନେଇ ମତାମତ ଦେବ। ୨ ମାସ ମଧ୍ୟରେ କମିଟି ତାର ରିପୋର୍ଟ ଦେବାକୁ କହିଲା ମନ୍ତ୍ରାଳୟ।

NTA

NTA

Advertisment

ଏନଟିଏ ପରୀକ୍ଷା ପରିଚାଳନାରେ ସଂସ୍କାର ପାଇଁ ହାଇଲେବୁଲ୍  କମିଟି ଗଠନ ହୋଇଛି । ୭ ଜଣିଆ ବିଶେଷଜ୍ଞ କମିଟି ଗଠନ କଲା ଶିକ୍ଷା ମନ୍ତ୍ରାଳୟ। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ. 
ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏଥିରେ ପୂର୍ବତନ ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ପ୍ରଫେସର ବି.ଜେ ରାଓ, ରାମମୂର୍ତ୍ତି. କେ, ପଙ୍କଜ ବଂଶଲ,  
ପ୍ରଫେସର ଆଦିତ୍ୟ ମିତ୍ତଲ, ଗୋବିନ୍ଦ ଜୟସ୍ୱାଲ କମିଟି ସଦସ୍ୟ ଅଛନ୍ତି।

Advertisment

ପରୀକ୍ଷା ପରିଚାଳନାରେ ସଂସ୍କାର ପାଇଁ ମତାମତ ଦେବ କମିଟି। ଡାଟା ସୁରକ୍ଷା ମଜବୁତ, NTAର ଗଠନ ଓ କାର୍ଯ୍ୟପ୍ରଣାଳି ନେଇ ମତାମତ ଦେବ। ୨ ମାସ ମଧ୍ୟରେ କମିଟି ତାର ରିପୋର୍ଟ ଦେବାକୁ କହିଲା ମନ୍ତ୍ରାଳୟ। ଏହାରି ଭିତରେ ଆଣ୍ଟି ପେପର ଲିକ ଆଇନ୍ ଆଣିଛନ୍ତି କେନ୍ଦ୍ର ସରକାର। NEET ଓ ୟୁଜିସି ନେଟ୍ ପ୍ରଶ୍ନ ପତ୍ର ଲିକ୍ ହେବା ଏବଂ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପରେ କେନ୍ଦ୍ର ସରକାର ଏଭଳି କଠୋର ଆଭିମୁଖ୍ୟ ଆପଣାଇଛନ୍ତି।

କେନ୍ଦ୍ର ସରକାରଙ୍କ କାର୍ମିକ, ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରାଳୟ ଏନେଇ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି। ଗତ ଫେବ୍ରୁଆରୀ ମାସରେ ଏହି ଆଇନ୍ ଆସିଥିଲା। ଏହାକୁ ଏବେ କାର୍ଯ୍ୟକାରୀ କରାଯିବ। ଏହି ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି। ଚଳିତବର୍ଷ ପ୍ରଥମେ ନିଟ୍ ପରୀକ୍ଷାକୁ ନେଇ ବିବାଦ ହୋଇଥିଲା। ଏହାପରେ ୟୁଜିସି ନେଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନ ଓ ଶିକ୍ଷା ମନ୍ତ୍ରାଳୟ ଆଗରେ ବିକ୍ଷୋଭ କରିଥିଲେ ବିଭିନ୍ନ ଛାତ୍ର ସଂଗଠନ।

Advertisment

ସେହିପରି କମିଟିରେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟର ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀର ଶିକ୍ଷାର୍ଥୀ ବ୍ୟାପାରର ଡିନ ଆଦିତ୍ୟ ମିତ୍ତଲ ଓ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସୱାଲ ରହିଛନ୍ତି।

NTA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ