Advertisment

ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ଆସିଲା ଆଇନ୍; ୧୦ବର୍ଷ ଜେଲ୍ ସହ ହୋଇପାରେ ୧କୋଟି ଜରିମାନା

ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।

ଅଦ୍ୟତନ ହୋଇଛି
anti paper leak act

anti paper leak act

Advertisment

ନିକଟରେ NEET ଓ NET ପରୀକ୍ଷାରେ ବଡ ବିଭ୍ରାଟ ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। UGC- NET ପରୀକ୍ଷାକୁ ରଦ୍ଦ କରି ଦିଆଯାଇଥିବା ବେଳେ NEETରେ ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ତେବେ ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ଶୁକ୍ରବାର ରାତିରେ ସାର୍ବଜନୀନ ପରୀକ୍ଷା ଆଇନ-୨୦୨୪ ଲାଗୁ କରିଛନ୍ତି ଯାହା ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାକୁ ରୋକିବାରେ ସାହାଯ୍ୟ କରିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ପଢନ୍ତୁ ଏହି ଖବର: ଏତିକି ଟଙ୍କାରେ ବିକ୍ରି ହୋଇଥିଲା UGC-NET ପ୍ରଶ୍ନପତ୍ର ! ଡାର୍କୱେବରେ କରାଯାଇଥିଲା ଅପଲୋଡ୍‌

    UGC-NET, ୨୦୨୪ ର ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ | ବିଜ୍ଞପ୍ତିରେ କୁହାଯାଇଛି, ପ୍ରଶ୍ନପତ୍ର ଲିକ୍ କିମ୍ୱା ଉତ୍ତରଖାତାରେ ତ୍ରୁଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୩ବର୍ଷ ଓ ସର୍ବାଧିକ ୧୦ବର୍ଷ ଜେଲ ଦଣ୍ଡ ସହ ୧କୋଟି ଟଙ୍କା ଜୋରିମାନା କରାଯିବ। ଏହି ଆଇନ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ ହେବ। ତଦନ୍ତ ବେଳେ ଯଦି ଏହା ପ୍ରମାଣିତ ହୁଏ କୌଣସି ବରିଷ୍ଠ ଅଧିକାରୀ ଏବଂ ଏଥିରେ ତାଙ୍କର ହାତ ଅଛି ତେବେ ତାଙ୍କୁ ୧୦ବର୍ଷ ଯାଏ ଜେଲ ଦଣ୍ଡ ସହ ୧କୋଟି ଯାଏ ଜରିମାନା ହୋଇପାରେ।

    Advertisment

    ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ। ଅନ୍ୟ ପ୍ରାର୍ଥୀଙ୍କ ସ୍ଥାନରେ ପରୀକ୍ଷା ଦେବାରେ ଦୋଷୀ ସାବ୍ୟସ୍ତ ହେଲେ ଦୋଷୀଙ୍କୁ ୩ରୁ ୫ବର୍ଷ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯିବ।ଏହା ବ୍ୟତୀତ ଯଦି ପରୀକ୍ଷାରେ ଅନିୟମିତତା ହୁଏ ଏବଂ ଅନୁଷ୍ଠାନର ନାମ ସାମ୍ନାକୁ ଆସେ, ତେବେ ସେହି ଅନୁଷ୍ଠାନରୁ ପରୀକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଅସୁଲ କରାଯିବ। ଏଥି ସହିତ ଅନୁଷ୍ଠାନର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି କରାଯାଇପାରେ।

    Advertisment

    ପଢନ୍ତୁ ଏହି ଖବର: NEET ପରେ NET ପରୀକ୍ଷାରେ ବି ଘୋଟାଲା !

      ଆପଣଙ୍କୁ କହିରଖୁଛୁ ଯେ NET-UGC, UPSC, SSC, ରେଲୱେ, ବ୍ୟାଙ୍କିଙ୍ଗ ଆଦି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରୁଥିବା ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଏହି ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଚଳିତ ବର୍ଷ ଫେବୃଆରୀ ମାସରେ ପାରିତ ହୋଇଥିଲା।

      NEET UGC NET Exam
      ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      Here are a few more articles:
      ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ