ମା’ ଶିକ୍ଷୟିତ୍ରୀ, ହେଲେ ସ୍କୁଲରେ ପାଠ ପଢ଼ାଉଛି ଝିଅ

ରାଜକନିକା ବ୍ଲକ ରାଉତବର୍ତ୍ତନି ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

ମା’ ବଦଳରେ ସ୍କୁଲରେ ପାଠ ପଢ଼ାଉଛି ଝିଅ

ଶିକ୍ଷୟିତ୍ରୀଙ୍କ ଝିଅ ଶିକ୍ଷୟିତ୍ରୀ କି ?  ମା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ହେଲେ ସେ ସ୍କୁଲ ଯାଉନାହାନ୍ତି ।  ତାଙ୍କ ବଦଳରେ ସ୍କୁଲ ଯାଇ ପାଠ ପଢ଼ାଉଛି ଝିଅ । ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥାର ଚିତ୍ର ସାମ୍ନା ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ।

ଶିକ୍ଷୟତ୍ରୀ ମାଙ୍କ ପାଇଁ ତାଙ୍କ ଝିଅ ଶିକ୍ଷାଦାନ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ଭାଇରାଲ ହେବାରେ ଲାଗିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ କିଛି ଦିନ ହେବ ବିଦ୍ୟାଳୟକୁ ଯାଉନଥିବା ବେଳେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ସ୍କୁଲ ଯାଉଛନ୍ତି । ମାଙ୍କ ପାଇଁ ସେ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ଅଭିଯୋଗ ହୋଇଛି । ତେବେ ଭିଡିଓ ଭାଇରାଲ୍‌ ହେବାପରେ ଭିଡିଓ ଶିକ୍ଷା ବିଭାଗର ଚେତା ପଶିଛି ।

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏ ସମ୍ପର୍କରେ କାରଣ ଦର୍ଶାଇ ନୋଟିସ କରାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜକନିକା ବିଇଓ କହିଛନ୍ତି । ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ପତିକ୍ରିୟା ମିଳିପାରିନାହିଁ ।

ରିପୋର୍ଟ -ବନମାଳି ସାହୁ, ଆଳି