Advertisment

ଇତିହାସରେ ପ୍ରଥମ ଥର ! ୭ ମାସ ଆଗରୁ ମାଟ୍ରିକ୍‌ ପରୀକ୍ଷା ଘୋଷଣା

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପ୍ରତିବର୍ଷ ଏକାସଙ୍ଗେ ଅନୁଷ୍ଠିତ ହେବ। ତେବେ ବିସ୍ତୃତ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି କହିଛି ବୋର୍ଡ।

ଅଦ୍ୟତନ ହୋଇଛି
undefined

Matric Exam

Advertisment

ମାଟ୍ରିକ୍ ପିଲାଙ୍କ ଦ୍ୱନ୍ଦ୍ୱକୁ ବହୁ ଆଗରୁ ଦୂର କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବ ମାଟ୍ରିକ ବୋର୍ଡ ପରୀକ୍ଷା। ୭ ମାସ ଆଗରୁ ପରୀକ୍ଷା ତାରିଖ ଘୋଷଣା ହୋଇଥିବାରୁ ଛାତ୍ରଛାତ୍ରୀ ଖୁସ୍।

Advertisment

ମାଧ୍ୟମିକ ଶିକ୍ଷା ବୋର୍ଡ ଇତିହାସରେ ପ୍ରଥମ ୭ ମାସ ପୂର୍ବରୁ ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ଶେଷ ହେବାର ସପ୍ତାହେ ପରେ ଅର୍ଥାତ ୧୨ ମାର୍ଚ୍ଚରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ।

ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୧୩ ରୁ ୧୬ ଯାଏ ପିଲାମାନେ ଷାଣ୍ମାସିକ ପରୀକ୍ଷା ଦେବେ। ଏନେଇ ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ସେପ୍ଟେମ୍ବର ୬ ସୁଦ୍ଧା ସ୍କୁଲ୍ ଗୁଡିକୁ ପଠାଯିବ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପ୍ରତିବର୍ଷ ଏକାସଙ୍ଗେ ଅନୁଷ୍ଠିତ ହେବ। ତେବେ ବିସ୍ତୃତ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି କହିଛି ବୋର୍ଡ।

Advertisment

ଚଳିତ ବର୍ଷ ପୁରୁଣା ଢାଞ୍ଚାରେ ମାଟ୍ରିକ ବୋର୍ଡ ପରୀକ୍ଷା ହେବ । କିନ୍ତୁ ସେଥିରେ ସାମାନ୍ୟ ସଂସ୍କାର ଅଣାଯାଇଛି। ପିଲାଏ ବର୍ଷକୁ ଦୁଇଟି ପରୀକ୍ଷା, ଷାଣ୍ମାସିକ ଓ ବୋର୍ଡ ପରୀକ୍ଷା ଦେବେ। ବୋର୍ଡ ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିବ। ପରୀକ୍ଷାର୍ଥୀ ୧୦୦ରୁ ଯେତିକି ମାର୍କ ରଖିବେ ତାକୁ ୮୦ ମାର୍କରୁ ହିସାବ କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ୍ ଆସେସମେଣ୍ଟ ଓ ଆସ୍ପିରେସନାଲ୍ କମ୍ପୋନେଣ୍ଟ ପରୀକ୍ଷାରୁ ଆସିବ। ଏହି ୨୦ ମାର୍କ ପିଲାଏ ସ୍କୁଲରୁ ପାଇବେ। ବୋର୍ଡ ପରୀକ୍ଷାର ୮୦ ଓ ସ୍କୁଲ୍ ଆସେସମେଣ୍ଟର ୨୦ ମାର୍କ ମିଶାଇ ପିଲାଏ ମୋଟ୍ ୧୦୦ରୁ ମାର୍କ ପାଇବେ।

ଅନ୍ୟପଟେ ଏଣିକି ସବଜେକ୍ଟିଭ୍ ଓ ଅବଜେକ୍ଟିଭରୁ ୫୦ ଲେଖାଏଁ ମାର୍କର ପ୍ରଶ୍ନ ଆସିବ। ସିବିଏସ୍ଇ ଓ ଆଇସିଏସ୍ଇ ଭଳି ଶିକ୍ଷା ବର୍ଷ ଆରମ୍ଭରୁ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।

Advertisment

ପୂର୍ବରୁ ଇଣ୍ଟରନାଲ୍ ମାର୍କ ସ୍କୁଲ୍ ହାତରେ ଥିବାରୁ ମୂଲ୍ୟାୟନ ସ୍ୱଚ୍ଛତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏଥର ବି ସ୍କୁଲ୍ ହାତରେ ୨୦ ମାର୍କ ଥିବାରୁ ମୂଲ୍ୟାୟନ କେତେ ସ୍ୱଚ୍ଛ ହେଉଛି ତାକୁ ନେଇ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ