Advertisment

ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।

ଅଦ୍ୟତନ ହୋଇଛି
ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

COVID-19 vaccine

Advertisment

ନୂଆଦିଲ୍ଲୀ: ଫାଇଜର ପକ୍ଷରୁ ପ୍ରସ୍ତୁତ ଟିକାର ତୃତୀୟ ଡୋଜର ଆବଶ୍ୟକତା ରହିଛି। ଏନେଇ ଫାଇଜର ପକ୍ଷରୁ ଖୁବଶୀଘ୍ର ଆମେରିକୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମଗାଯିବ ବୋଲି ସୂଚନା ମିଳିଛି। ତୃତୀୟ ଡୋଜ ବା ବୁଷ୍ଟର ଡୋଜ୍ ନେବା ପରେ ଆଣ୍ଟିବଡିର ୫ରୁ ୧୦ ଗୁଣା ବୃଦ୍ଧି ପାଉଥିବା ଗବେଷଣାରୁ ଜଣାପଡିଥିବା ଫାଇଜର ପକ୍ଷରୁ କୁହାଯାଇଛି। ତେବେ ୨ୟ ଡୋଜର କେତେଦିନ ପରେ ବୁଷ୍ଟର ଲୋଡ଼ା ସେ ନେଇ ସ୍ପଷ୍ଟ ହୋଇନାହିଁ । କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।

Advertisment

ସେପଟେ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂପର୍କିତ ଇମ୍ୟୁନିଟିକୁ ନେଇ ଆସିଏମ୍ଆର୍‌ ତରଫରୁ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣା ପଡ଼ିଛି ଯେ, କୌଣସି ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିବେ, କରୋନାରୁ ସୁସ୍ଥ ହୋଇ ଟିକା ନେଇଥିବେ ଏବଂ ଟିକା ନେବା ପରେ ଯଦି କରୋନାରେ ଆକ୍ରାନ୍ତ ହୋଇଥିବେ, ସେପରି ବ୍ୟକ୍ତିଙ୍କୁ ଡେଲଟା ଭ୍ୟାରିଆଣ୍ଟ ଆକ୍ରମଣ କରିପାରିବ ନାହିଁ।

Advertisment

ସେପଟେ, ଯଦି ବି ଆକ୍ରାନ୍ତ ହୁଅନ୍ତି, ତେବେ ଗୁରୁତର ହୋଇ ହସ୍ପିଟାଲରେ ଆଡମିଟ୍ ହେବା ପରିସ୍ଥିତି ଉପୁଜି ନପାରେ। ଟିକା ନେବା ଓ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଡେଲଟା ଭ୍ୟାରିଆଣ୍ଟ ମୁକାବିଲା କରିବାକୁ ଯଥେଷ୍ଟ ଇମ୍ୟୁନିଟି ସୃଷ୍ଟି ହୋଇଥାଏ। ICMR ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି, ପୁଣେ ଆର୍ମଡ ଫୋର୍ସ ମେଡିକାଲ୍ କଲେଜ୍ ସମେତ ଏକାଧିକ ହସ୍ପିଟାଲର ତଥ୍ୟ ଅନୁସାରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

COVID-19 Pfizer COVID-19 Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ