Advertisment

କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି

ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

Lav Agarwal On Corona

Advertisment

ନୂଆଦିଲ୍ଲୀ: ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ସେହିପରି କେରଳ, ମଣିପୁରରୁ ୮ ଲେଖାଏଁ, ମେଘାଳୟ ୭, ନାଗାଲାଣ୍ଡର ୫ ଜିଲ୍ଲା, ମିଜୋରାମର ୪, ସିକିମରେ ୩ଟି ଜିଲ୍ଲାରେ ପଜିଟିଭିଟି ୧୦%ରୁ ଅଧିକ ରହିଛି। ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩% ରହିଛି । ଠିକ୍‌ ସେହିପରି ମହାରାଷ୍ଟ୍ର ଦ୍ୱିତୀୟ ୨୦.୮%, ୮.୫% ସହ ତାମିଲନାଡୁ ତୃତୀୟରେ ରହିଛି । ଆନ୍ଧ୍ର ୭.୩%ରେ ଚତୁର୍ଥ ଏବଂ ୬.୫% ସଂକ୍ରମିତ ସହ ଓଡ଼ିଶା ପଞ୍ଚମରେ ରହିଛି। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ।

Advertisment

ସେପଟେ, ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।

Advertisment

ବିଗତ ଦେଢ଼ ବର୍ଷର ଆମର ଅଭିଜ୍ଞତାକୁ ମଧ୍ୟ ଏଠାରେ ପ୍ରୟୋଗ କରିବା ବୋଲି ମୋଦି କହିଛନ୍ତି। କରୋନାର ପ୍ରତି ଭେରିଆଣ୍ଟ ଉପରେ ଆମକୁ ନଜର ରଖିବାକୁ ପଡ଼ିବ ବୋଲି ମୋଦି କହିବା ସହ ଆମେ ସତର୍କ ରହିଲେ ଆସୁଥିବା ତୃତୀୟ ଲହରକୁ ରୋକି ପାରିବା। କେବଳ ଏତିକି ନୁହେଁ ବରଂ ଟିକାକରଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସେପଟେ, ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ପଜିଟିଭ୍ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । କିନ୍ତୁ କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେ‍ଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନାର ତୃତୀୟ ଲହରୀ ପହଞ୍ଚିଗଲାଣି ‍ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ​​।

Advertisment
Odisha Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ