Advertisment

ବଜେଟ୍‌ରେ ୯ ଦିଗ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ, ଜାଣନ୍ତୁ...

ବଜେଟ୍‌ରେ କିଛି ଜିନିଷକୁ ଶସ୍ତା କରି ଦିଆଯାଇଛି । ମୋବାଇଲ, ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ ।

ଅଦ୍ୟତନ ହୋଇଛି
Budget

Budget

Advertisment

ବିକଶିତ ଭାରତ ନେଇ ବଜେଟରେ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି ସରକାର।

  • ପ୍ରଥମ ପ୍ରାଥମିକତା କୃଷି ଉତ୍ପାଦନ ବୃଦ୍ଧି
  • ଦ୍ବିତୀୟ ପ୍ରାଥମିକତା ନିଯୁକ୍ତି ଓ ଦକ୍ଷତା
  • ତୃତୀୟ ପ୍ରାଥମିକତା ମାନବ ସମ୍ବଳ ବିକାଶ ଓ ସାମାଜିକ ନ୍ୟାୟ
  • ଚତୁର୍ଥ ପ୍ରାଥମିକତା ନିର୍ମାଣ ଓ ସେବା କ୍ଷେତ୍ର
  • ପଞ୍ଚମ ପ୍ରାଥମିକତା ସହରାଞ୍ଚଳ ବିକାଶ
  • ଷଷ୍ଠ ପ୍ରାଥମିକତା ଶକ୍ତି ସୁରକ୍ଷା
  • ସପ୍ତମ ପ୍ରାଥମିକତା ଭିତ୍ତିଭୂମି ବିକାଶ
  • ଅଷ୍ଟମ ପ୍ରାଥମିକତା ଉଦ୍ଭାବନ, ଗବେଷଣା ଓ ବିକାଶ
  • ନବମ ପ୍ରାଥମିକତା ଉଦ୍ଭାବନ, ଗବେଷଣା ଏବଂ ବିକାଶ
Advertisment

ଅନ୍ୟପଟେ ଏଥର କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା କରାଯାଇଛି । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି। ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା। ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ। ଓଡ଼ିଶାର ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରାଯିବ।

ସେହିପରି ଆଉ ଏକ ଘୋଷଣାରେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା। ଏଥିରେ ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ। ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ।

Advertisment

ଅନ୍ୟପଟେ ବଜେଟ୍‌ରେ କିଛି ଜିନିଷକୁ ଶସ୍ତା କରି ଦିଆଯାଇଛି । ମୋବାଇଲ, ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ ।

ସେପଟେ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ନୂଆ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରାଯାଇଛି । EPFOରେ ଯୋଡ଼ି ହୋଇଥିବା ଚାକିରିଆଙ୍କୁ ଗୋଟିଏ ମାସର ବେତନ ମିଳିବ । ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ୩ଟି କିସ୍ତିରେ DBT ମାଧ୍ୟମରେ ସୁବିଧା ମିଳିବ । କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା କରାଯାଇଛି । ଇଣ୍ଟର୍ଣ୍ଣସିପ୍ ବେଳେ ମିଳିବ ମାସିକ ୫ହଜାର ଟଙ୍କା ଭତ୍ତା ।

Advertisment

ସେହିପରି ଆଉ ୩ କୋଟି ଆବାସ ଗୃହ ନିର୍ମାଣ ନେଇ ମଧ୍ୟ ଘୋଷଣା ହୋଇଛି । ସେପଟେ ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ ଫୁଡ୍ ହବ୍ । ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର । ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ