Advertisment

Income Tax filing: ବଢିଲା ରିଟର୍ଣ୍ଣ ଫାଇଲ୍; ମଧ୍ୟବିତ୍ତଙ୍କ ଉପରୁ କମିଲା ଟିକସ ବୋଝ

ଆୟକର ବିଭାଗ (ITR) ଦାଖଲ ତଥ୍ୟ ଅନୁଯାୟୀ, ୨୦୧୩-୧୪ ମସିହାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୫ ଲକ୍ଷ ଥିବା ବେଳେ ବର୍ତ୍ତମାନ ଅର୍ଥାତ ୨୦୨୩-୨୪ ମସିହାରେ ଏହା ୯.୩୯ ଲକ୍ଷରୁ ଅଧିକରେ ପହଞ୍ଚିଛି। ଯାହାକି ପ୍ରାୟ ୫ଗୁଣ ଅଧିକ।

ଅଦ୍ୟତନ ହୋଇଛି
Income Tax

Income Tax

Advertisment

ଭାରତରେ ଚାଲିଛି ବିଜେପି ସରକାର। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ମଧ୍ୟବିତ୍ତଙ୍କୁ ମିଳିଛି ଆଶ୍ୱସ୍ତି। ବିଜେପି ସରକାରର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଧ୍ୟବିତ୍ତ ପରିବାର ଉପରୁ କମିଲା ଟିକସ ବୋଝ । ବାର୍ଷିକ ଆୟ ୨୦ଲକ୍ଷରୁ କମ୍ ଥିବା ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ହ୍ରାସ ପାଇଛି। ଏଥିସହ ୫୦ ଲକ୍ଷରୁ ଅଧିକ ଆୟ ଥିବା ଲୋକଙ୍କ ଟିକସରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆୟକର ବିଭାଗ ( ITR) ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏନେଇ ସୂଚନା ଦିଆଯାଇଛି।

Advertisment

ଆୟକର ବିଭାଗ (ITR) ଦାଖଲ ତଥ୍ୟ ଅନୁଯାୟୀ, ୨୦୧୩-୧୪ ମସିହାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୫ ଲକ୍ଷ ଥିବା ବେଳେ ବର୍ତ୍ତମାନ ଅର୍ଥାତ ୨୦୨୩-୨୪ ମସିହାରେ ଏହା ୯.୩୯ ଲକ୍ଷରୁ ଅଧିକରେ ପହଞ୍ଚିଛି। ଯାହାକି ପ୍ରାୟ ୫ଗୁଣ ଅଧିକ । ଅର୍ଥାତ ୧୦ବର୍ଷରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ଗୁଣ ବୃଦ୍ଧି ପାଇଛି। ଆହୁରି ମଧ୍ୟ, ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଆୟକର ୨୦୧୪ରେ ୨.୫୨ ଲକ୍ଷ କୋଟିରୁ ବୃଦ୍ଧି ପାଇ ୨୦୨୪ରେ ୯.୬୨ ଲକ୍ଷ କୋଟିରେ ପହଞ୍ଚିଛି। ଯେଉଁଥିରେ ପ୍ରାୟ ୩.୨ ଗୁଣ ବୃଦ୍ଧି ପାଇଛି।

ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମୋଟ୍ ଆୟକରର ୭୬ ପ୍ରତିଶତ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କଠାରୁ ମିଳିଥାଏ। ଏଥିପାଇଁ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ହ୍ରାସ ପାଇଛି। ତେବେ ମୋଦି ସରକାରଙ୍କ ସମୟରେ ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କାରଣ ଆଗରୁ ଏତେ ସଂଖ୍ୟାରେ ଆୟକର ରିଟର୍ଣ୍ଣ ଫାଇଲ୍ କରାଯାଉନଥିଲା । କିନ୍ତୁ ଟିକସ ଫାଙ୍କି ଓ କଳାଟଙ୍କା ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଆଇନ ପ୍ରଣୟନ କରି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହି ଟିକସଦାତାଙ୍କ ସଂଖ୍ୟା ବଢିଛି ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି ।

Advertisment

ତେବେ ୨୦୧୪ରେ ବାର୍ଷିକ ୨ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡୁଥିଲା। କିନ୍ତୁ ମୋଦି ସରକାର ଘୋଷଣା କରିଥିବା ଛାଡ ଓ ରିହାତି ଯୋଗୁଁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡୁନାହିଁ। ୧୦ ଲକ୍ଷରୁ କମ୍ ଆୟ ଥିବା ଟିକସଦାତାଙ୍କଠାରୁ ଆୟକର ସଂଗ୍ରହ ହାର ୨୦୧୪ ରେ ପ୍ରଦାନ କରାଯାଇଥିବା ମୋଟ ଟ୍ୟାକ୍ସର ୧୦.୧୭ ପ୍ରତିଶତରୁ ହ୍ରାସ ପାଇ ବର୍ତ୍ତମାନ ୬.୨୨ ପ୍ରତିଶତରେ ପହଞ୍ଚିଛି।

ସୂଚନାନୁସାରେ, ଯେଉଁମାନେ ବାର୍ଷିକ ୨.୫ ରୁ ୭ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କ ଆୟକର ୨୦୨୩-୨୪ରେ ହାରାହାରି ୪୩ ହଜାର ଟଙ୍କା, ଯାହାକି ସେମାନଙ୍କ ଆୟର ପ୍ରାୟ ୪ରୁ ୫ ପ୍ରତିଶତ। ଯାହାକି ବଢୁଥିବା ଅର୍ଥନୀତିରେ ସବୁଠାରୁ କମ୍‌। ସରକାରୀ ହିସାବ ଅନୁଯାୟୀ, ୧୦ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଟିକସ ପ୍ରାୟ ୬୦ପ୍ରତିଶତ ହ୍ରାସ ପାଇଛି। ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ସଂଖ୍ୟା ୨୦୧୩-୧୪ ରେ ୩.୬୦ କୋଟି ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୩-୨୪ରେ ୭.୯୭ କୋଟିରେ ପହଞ୍ଚିଛି। ଯେଉଁଥିରେ ୧୨୧ ପ୍ରତିଶତ ବୃଦ୍ଧି ହୋଇଛି।

Advertisment
PM Modi BJP Income Tax Middle Class Taxpayers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ