ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଅଶ୍ୱନୀ- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ
ଦ୍ୱିଜା- ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଅର୍ଥ, ଜମିଜମା, ସଭାସମିତି ପ୍ରଭୃତି ମଧ୍ୟମ ପ୍ରକାରର ରହିବ । ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ । ଭଲ କାରବାର ହେତୁ ଆତ୍ମସନ୍ତୋଷ ମିଳିପାରେ
କୃତିକା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ
ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯