Last updated: 08 May 2023, 10:44 PM IST
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, କ୍ରମେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବାକୁ ଯାଉଛି। ପାଣିପାଗ ବିଭାଗର ପୂର୍ବନୁମାନ, ଏହା ଭୟଙ୍କର ରୂପ ଧାରଣ କରିପାରେ । ପ୍ରଭାବରେ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିପାରେ । ଆସନ୍ତା ୧୦ ତାରିଖ ସୁଦ୍ଧା ଅବପାତଟି ବାତ୍ୟାର ରୂପ ନେବ ଏବଂ ୧୨ ତାରିଖ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।