ସର୍ବପ୍ରଥମେ ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କଲା ‘ବିପର୍ଯ୍ୟୟ’ । ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ‘ବିପର୍ଯ୍ୟୟ’ । ରାତି ୧୨ଟା ପର୍ଯ୍ୟନ୍ତ ଲାଗି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସୌରାଷ୍ଟ୍ର ଓ କଚ୍ଛ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ କରାଯାଇଛି । ଗୁଜରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ୧୨୦ରୁ ୧୩୦ କିମି ବେଗରେ ମଧ୍ୟ ପବନ ବହୁଛି ।