ପ୍ରତାପ, ଦିବ୍ୟଶଙ୍କର ଓ ଅରୁଣ ସାହୁ ନବୀନଙ୍କ ନୂଆ ଟିମ୍ରୁ ବାଦ୍ ପଡିଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ୩ କ୍ଷମତାଶାଳୀ ମନ୍ତ୍ରୀ ଏମାନଙ୍କୁ ମହଙ୍ଗା ପଡିଛି କି ବିଭିନ୍ନ ବିବାଦରେ ସଂପୃକ୍ତି ଅଭିଯୋଗ ? ଏହାକୁ ନେଇ ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି । ଏମାନଙ୍କ ମଧ୍ୟରୁ କେତେ ଜଣଙ୍କର ପଞ୍ଚାୟତ  ନିର୍ବାଚନରେ ପ୍ରଦର୍ଶନ ଅାଶାନୁରୂପ ନଥିବା ବେଳେ ଅାଉ କେତେ ଜଣ ଜିଲ୍ଲା ଓ୍ୱାରି କୋଟାରେ ବାଦ୍ ପଡିଥିବା କୁହାଯାଉଛି ।