5T ସଚିବଙ୍କ ଗସ୍ତ ନେଇ ବଢୁଛି ସରକାରଙ୍କ ଅଡୁଆ । ଗୋ-ବ୍ୟାକ୍ ନାରା ପରେ ଟେନ୍‌ସନ୍‌ରେ ପାଣ୍ଡିଆନ । ଚାପରେ ବଦଳିଲା କି ଆଭିମୁଖ୍ୟ ? ପଲିଟିକାଲ୍ ଷ୍ଟାଇଲ୍ ଗସ୍ତକୁ ଅଭିଯୋଗ ଶୁଣାଣିର ରୂପ ଦେବାକୁ ଉଦ୍ୟମ । ପ୍ରଥମେ ପ୍ରଥମେ ଯେତେବେଳେ ଫାଇଭ୍-ଟି ସଚିବ ଜିଲ୍ଲା ବୁଲିବା ଆରମ୍ଭ କଲେ, ସବୁକିଛି ସ୍ୱାଭାବିକ ଥିଲା। କିନ୍ତୁ ପରେ ପରେ ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନଗୁଳ, ଢେଙ୍କାନାଳ ଆଦି ଜିଲ୍ଲା ଗସ୍ତ ବେଳେ କେଉଁଠି ବିରୋଧୀ କଳା ପତାକା ଦେଖାଇଲେ ତ ଆଉ କେଉଁଠି କାରକେଡ୍ ଉପରକୁ ହେଲା ଅଣ୍ଡାମାଡ଼। କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।