Last updated: 11 August 2024, 10:59 PM IST
ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ଟନେଲ ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଅଧିନରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଥିବା ଜାତୀୟ ରାଜପଥରେ, କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ବି ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।