ଇସଲାମବାଦ: ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ସ୍ୱାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ, ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି। ଖାଇବର୍ ପଖ୍ତୁଆନାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ, ମୁଁ ହିନ୍ଦୁସ୍ତାନକୁ ସାବାସୀ ଦେଉଛି, କାରଣ ସେମାନଙ୍କର ସର୍ବଦା ସ୍ବାଧୀନ ବିଦେଶ ନୀତି ରହିଛି।