ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ। ଯେକେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି । ଅକ୍ଟୋବର ପହିଲାରୁ ଲାଗୁହେବ ଏହି ନୂଆ ନିୟମ। ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ।