Advertisment

ଅକ୍ଟୋବରରେ କାହିଁକି ମୁଣ୍ତ ଟେକେ ବାତ୍ୟା ?

ଅକ୍ଟୋବର ଆସିଲେ କାହିଁକି ବଙ୍ଗୋପସାଗରରେ ହୁଏ ବାତ୍ୟା ? ୯୯’ ମସିହାର ସେହି ସର୍ବଗିଳା ମହାବାତ୍ୟା ହେଉ କିମ୍ବା ଫାଇଲିନ, ହୁଡହୁଡ୍ ତଥା ଫନି ହେଉ। ସବୁ ବାତ୍ୟା ଆସିଛନ୍ତି ଠିକ୍ ଏହି ଅକଟୋବର ମାସରେ।

ଅଦ୍ୟତନ ହୋଇଛି
Cyclone Threat To Odisha

Cyclone Threat To Odisha

Advertisment

ପୁଣି ସେହି ଅକ୍ଟୋବର, ପୁଣି ସେହି ବାତ୍ୟା। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ସ୍ଥଳ ଭାଗ ଛୁଇଁବ କି ନାହିଁ, ସେନେଇ ଏଯାଏଁ ସ୍ପଷ୍ଟ ହୋଇନି। ହେଲେ ଅକ୍ଟୋବର ଆସିଲେ କାହିଁକି ବଙ୍ଗୋପସାଗରରେ ମୁଣ୍ଡ ଟେକେ ବାତ୍ୟା, ତାକୁ ନେଇ ସବୁଠି ଚର୍ଚ୍ଚା। ୯୯’ ମସିହାର ସେହି ସର୍ବଗିଳା ମହାବାତ୍ୟା ହେଉ କିମ୍ବା ଫାଇଲିନ, ହୁଡହୁଡ୍ ତଥା ଫନି ହେଉ। ସବୁ ବାତ୍ୟା ଆସିଛନ୍ତି ଠିକ୍ ଏହି ଅକଟୋବର ମାସରେ।

Advertisment

୨୦୧୩ ଅକଟୋବରରେ ତାଣ୍ଡବ ରଚିଥିଲା ଫାଇଲିନ୍। ଆଉ ୨୦୧୪ର ପ୍ରଳୟଙ୍କରୀ ହୁଡ୍ ହୁଡର ସାମ୍ନା କରିଥିଲେ ଓଡ଼ିଶାବାସୀ। ସେହିପରି ୨୦୧୮ରେ ତିତଲି ବି ଦାନା ବାନ୍ଧିଲା ବଙ୍ଗୋପସାଗରରେ। କିନ୍ତୁ ଓଡ଼ିଶା ଭିତରକୁ ପଶିପାରିଲାନି। ଆଉ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ‘ହାମୁନ୍’କୁ ନେଇ ଚର୍ଚ୍ଚା। ଅବଶ୍ୟ ଏହି ବାତ୍ୟାର ନିଶାନାରେ ଓଡ଼ିଶା ନାହିଁ। ତଥାପି ବର୍ଷା ଓ ପବନ ଦଶରା ମଉଜକୁ ବିଗାଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ କାହିଁକି, ଅକଟୋବର ମାସ ହିଁ ବାତ୍ୟା ପାଇଁ ଅନୁକୂଳ ହୁଏ ? ସେନେଇ ଲାଗିରହିଥିବା ନାନା ଚର୍ଚ୍ଚା ଭିତରେ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ମାସ ହେଉଛି ଅକ୍ଟୋବର। ସେତେବେଳେ ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ। ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ। ଫଳରେ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡ଼େ ସମୁଦ୍ର। ଯାହା କ୍ରମେ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ। ଆଉ ଠିକ୍ ଶାରଦୀୟ ପୂଜା ବେଳକୁ ଭାରି ପଡ଼େ ଓଡ଼ିଶା ଉପରେ।

Advertisment
Cyclone Threat To Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ