Cyclonic Circulation Forms Over South Andaman Sea
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନ ଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ଓ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଚି ହୋଇପାରେ।
କ୍ରମଶଃ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତିକରି କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ହେଉଛି ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି। ଦିନେ ରୁ ଦୁଇ ଦିନ ମଧ୍ୟରେ ରାଜ୍ୟର ଅନ୍ୟ ଅଂଶରୁ ମୌସୁମୀ ଅପସାରଣ ହୋଇପାରେ। ଆସନ୍ତା ୨୦ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ: ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ
ସେପଟେ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ ତଥ୍ୟ ଅନୁସାରେ, ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟରେ ପବନର ବେଗ ଉତ୍ତର ଦିଗକୁ ମୁହାଁଉଥିବା ଦର୍ଶାଉଛି। ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ପାଣିପାଗ କେମିତି ରହିବ ? ଏହା ବାତ୍ୟାର ରୂପ ନେବ ନା ନାହିଁ, ଏସବୁ କିଛି ୨୨ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ ତଥ୍ୟ ଅନୁସାରେ, ପବନର ଦିଗ ଉତ୍ତର ଦିଗକୁ ମୁହାଁଉଛି। ତେଣୁ ଏହାର ପ୍ରଭାବ ପାଖାପାଖି ଓଡ଼ିଶା ଉପକୂଳ କିମ୍ବା ଆନ୍ଧ୍ର-ଓଡ଼ିଶା ଉପକୂଳରେ ରହିବ। କିନ୍ତୁ ଯଦି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ଉପକୁଳ ଅତିକ୍ରମ କରିଯାଏ, ତା’ହେଲେ ପଶ୍ଚିମବଙ୍ଗ ଉପକୂଳରେ ଅଧିକ ପ୍ରଭାବ ପଡ଼ିପାରେ ବୋଲି ଆକଳନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1666000479.jpg)