Advertisment

ଆପଣଙ୍କ ନାଁରେ କେତୋଟି ରହିଛି ସିମ୍‌ କାର୍ଡ, ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍‌ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି।

ଅଦ୍ୟତନ ହୋଇଛି
Know how many SIM cards are issued on your Aadhaar card

Know how many SIM cards are issued on your Aadhaar card

Advertisment

ଆଧାର କାର୍ଡ ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ କହିଲେ ଚଳେ। କେତେବେଳେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ତ କେତେବେଳେ ୱାଇଫାଇ କନେକ୍ସନ୍, ପ୍ରବେଶିକା ପରୀକ୍ଷା ଫର୍ମ ଫିଲପ୍‌ ପରି ଅନେକ କ୍ଷେତ୍ରରେ ଆବଶ୍ୟକ ପଡେ ଆଧାର। ସବୁବେଳେ ଆବଶ୍ୟକତା ପଡୁଥିବା 'ଆଧାର' ଆମ ଅଜାଣତରେ କେତେବେଳେ ଅପବ୍ୟବହାର କରାଯାଇଥିବ ତାହା ଆମେ ଜାଣିପାରିବା ମୁସ୍କିଲ। ଏହାର ବଡ଼ ଉଦାହରଣ ହେଉଛି ସିମ୍‌ କାର୍ଡ। ଆପଣଙ୍କ ନାଁରେ କେତୋଟି ରହିଛି ସିମ୍‌ କାର୍ଡ? ଆପଣଙ୍କ ଆଧାର କାର୍ଡକୁ ଅପବ୍ୟବହାର କରାଯାଉନି ତ? ଏହା ଜାଣିବେ କେମିତି ଆସନ୍ତୁ ଜାଣିବା।

Advertisment

ଦିନକୁ ଦିନ ସାଇବର କ୍ରାଇମ୍‌ ବଢିବାରେ ଲାଗିଛି। ଆଧାରକୁ ବ୍ୟବହାର କରାଯାଇ ସିମ୍‌ ରେଜିଷ୍ଟ୍ରି କରାଯାଉଛି। ସେହି ସିମ୍‌ କାର୍ଡରେ ଫେକ୍‌ କଲ୍ କରାଯାଉଛି। ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍‌ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ଏହା ସହାୟତାରେ ଆପଣଙ୍କ ନାଁରେ କେତୋଟି ସିମ୍‌କାର୍ଡ ରହିଛି ତାହା ଜାଣିପାରିବେ। ଏବେ କେଉଁ ସିମ୍ ଆକ୍ଟିଭ ରହିଛି, ତାହା ମଧ୍ୟ ଜାଣିପାରିବେ। 

ଅଧିକ ପଢ଼ନ୍ତୁ: ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

Advertisment

ଟେଲିକମ୍ୟୁନିକେସନ୍ ବିଭାଗ TAFCOP (Telecom Analytics for Fraud management and Consumer Protection) ନାଁରେ ଏକ ପୋର୍ଟାଲ ଖୋଲାଯାଇଛି। ଯେଉଁଥିରେ ଆପଣଙ୍କ ନାଁରେ କେତୋଟି ସିମ୍ ରହିଛି ତାହା ଜାଣିପାରିବେ। ୨୦୧୮ରେ ହୋଇଥିବା ଏହି ବିଭାଗ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ପିଛା ୧୮ଟି କନେକ୍ସନ ରଖାଯାଇଥିଲା। ଏଥିରେ ସାଧାରଣ ମୋବାଇଲ ବ୍ୟବହାର ପାଇଁ ୯ଟି ସିମ୍, ବାକି ୯ଟି M2M( (Machine to Machine) କମ୍ୟୁନିକେସନ୍ ପାଇଁ ରହିଛି।

କେମିତି ଜାଣିବେ, ଏହାର ପ୍ରଣାଳୀ ନିମ୍ନରେ ଦିଆଗଲା:-

  • ପ୍ରଥମେ tafcop.dgtelecom.gov.in କୁ ଲଗଇନ୍‌ କରନ୍ତୁ।
  • ମୋବାଇଲ ନମ୍ବର ଲେଖନ୍ତୁ ଏବଂ ରିକ୍ୱେଷ୍ଟ OTPରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କୁ OTP ପ୍ୟାନେଲ ଦେଖାଦେବ।
  • ସେଥିରେ OTP ଦିଅନ୍ତୁ, 'Validate' ଉପରେ କ୍ଲିକ୍‌ କରନ୍ତୁ।
  • ଆଧାର କାର୍ଡକୁ ବ୍ୟବହାର କରାଯାଇ କେତୋଟି ମୋବାଇଲ ଓ ସିମ୍‌ କାର୍ଡ ବ୍ୟବହାର କରାଯାଇଛି ତାହା ବର୍ତ୍ତମାନ ଜାଣିପାରିବେ।
Advertisment

ଯଦି ତାଲିକାରେ ଅଜଣା ନମ୍ବର ଥାଏ, ତେବେ ବାମ ପାର୍ଶ୍ୱରେ ଥିବା ଚେକ୍‌ ବକ୍ସକୁ କ୍ଲିକ୍‌ କରି ତୁରନ୍ତ ରିପୋର୍ଟ କରିପାରିବେ। ଏହାସହ ନମ୍ବରକୁ ବନ୍ଦ କରିବା ପାଇଁ ଆପଣ ଟେଲିକମ୍‌ ସର୍ଭିସ୍ ପ୍ରୋଭାଇଡର୍ ସହାୟତା ନେବା ଉଚିତ୍।

Aadhar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ