Advertisment

Sports: ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି ?

ଟେନିସ୍‌ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ‘କ୍ଲେ କୋର୍ଟର ବାଦ୍‌ଶାହ’ ରାଫେଲ୍ ନାଡାଲ୍‌ଙ୍କ ଯୁଗର ବି ଘଟିଛି ଅନ୍ତ । ଏବେ ବଡ଼ ପ୍ରଶ୍ନ ହେଉଛି, ପେସାଦାର ଟେନିସ୍‌ରେ କ’ଣ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ ?

ଅଦ୍ୟତନ ହୋଇଛି
Is another Nadal possible to debut in professional tennis

Is another Nadal possible to debut in professional tennis

Advertisment

ଟେନିସ୍‌ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ଆଉ ଏକ ଯୁଗର ଅନ୍ତ ଘଟିଛି । ‘କ୍ଲେ କୋର୍ଟର ବାଦ୍‌ଶାହ’ ୩୮ବର୍ଷୀୟ ରାଫେଲ୍ ନାଡାଲ୍ ପେସାଦାର ଟେନିସ୍‌ରେ ଆଉ ଖେଳୁଥିବାର ଦେଖିବାକୁ ମିଳିବେନି ।

Advertisment
Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି ?

ଡେଭିସ୍ କପ୍ କ୍ୱାର୍ଟର୍‌-ଫାଇନାଲ୍‌ରେ ସ୍ପେନ୍ ୧-୨ରେ ନେଦରଲାଣ୍ଡ୍‌ସ ଠାରୁ ପରାଜିତ ହେବା ସହିତ ୨୨ ଗ୍ରାଣ୍ଡ୍‌ସ୍ଲାମ୍ ଏକକ ବିଜେତା ନାଡାଲ୍ ବି ଟେନିସ୍‌ରୁ ବିଦାୟ ନେଇଥିଲେ । ସ୍ପେନ୍‌ର ମଲାଗା ଠାରେ ଖେଳିଥିବା ନିଜ ଶେଷ ମ୍ୟାଚ୍‌ରେ ସେ ବୋଟିକ୍ ଭାନ୍ ଡି’ ଜାଣ୍ଡଶୁଲ୍ପଙ୍କ ଠାରୁ ୪-୬, ୪-୬ ସେଟ୍‌ରେ ହାରିଯାଇଥିଲେ ।

ବିଗ୍ ଥ୍ରୀ’ର ଦୁଇ ଖେଳାଳିଙ୍କ ଅବସର

ଚଳିତ ଶତାବ୍ଦୀର ଆଦ୍ୟଭାଗରେ ପୁରୁଷ ଟେନିସ୍‌ରେ ଏଭଳି ତିନି ଖେଳାଳିଙ୍କ ଉଦୟ ହୋଇଥିଲା, ଯେଉଁମାନେ ବର୍ଷ ବର୍ଷ ଧରି କୋର୍ଟରେ ରାଜତ୍ୱ କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ ଗ୍ରାଣ୍ଡ୍‌ସ୍ଲାମ୍ ବିଜେତା ସ୍ୱିଜରଲାଣ୍ଡର ରୋଜର୍ ଫେଡେରର୍ ପୂର୍ବରୁ ଅବସର ନେଇସାରିଛନ୍ତି ।

Advertisment

ନାଡାଲ୍ ବି ର୍ୟା କେଟ୍ ଛାଡ଼ିଲେ । ଏବେ ବିଗ୍ ଥ୍ରୀ’ ମଧ୍ୟରୁ କେବଳ ନୋଭାକ୍ ଜୋକୋଭିଚ୍ ରହିଯାଇଛନ୍ତି । ସର୍ବୀୟ ତାରକା ସର୍ବାଧିକ ୨୪ ଗ୍ରାଣ୍ଡ୍‌ସ୍ଲାମ୍ ଜିତିଛନ୍ତି । ତାଙ୍କ ପରେ ନାଡାଲ୍‌ଙ୍କ ସ୍ଥାନ ।

ଚଳିତ ବର୍ଷ ନିତମ୍ବ ଯନ୍ତ୍ରଣା ତାଙ୍କ କ୍ୟାରିଅର୍‌କୁ ପ୍ରଭାବିତ କରିଥିଲା । ସେ ସର୍ଜରୀ କରାଇଥିଲେ ସତ, କିନ୍ତୁ କୋର୍ଟରେ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଲେନି । ଯଦି ସ୍ପେନ୍ ଡେଭିସ୍ କପ୍ ସେମିଫାଇନାଲ୍‌କୁ ଯାଇଥା’ନ୍ତା, ତା’ହେଲେ ବି ସେ ଆଉ ଖେଳିପାରି ନ ଥା’ନ୍ତେ ।

Advertisment
Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି

ଦୁଇ ଦଶନ୍ଧିର ଯାତ୍ରା, ୨୨ ମେଜର୍ ମୁକୁଟ

ନାଡାଲ୍‌ଙ୍କ ପେସାଦାର କ୍ୟାରିଅର୍ ଦୁଇ ଦଶନ୍ଧି ଯାଏଁ ବ୍ୟାପ୍ତ ଥିଲା । ଏତେ ଦିନ ଧରି ଖେଳିବେ ବୋଲି ସେ ନିଜେ ବି ଭାବି ନ ଥିଲେ । ସେ ୨୦୯ ସପ୍ତାହ ଧରି ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିଲେ ।

ରାଫା ଏକକ ବର୍ଗରେ ସର୍ବାଧିକ ୧୪ ଥର କ୍ଲେ କୋର୍ଟରେ ଖେଳାଯାଉଥିବା ଫ୍ରେଞ୍ଚ୍ ଓପନ୍‌ରେ ଚାମ୍ପିଅନ୍ ହୋଇଛନ୍ତି । ଏହି ମେଜର୍ ଟୁର୍ଣ୍ଣାମେଣ୍ଟରେ ସେ ୧୯ ଥର ଭାଗ ନେଇ ୧୧୨ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ଚାରି ଥର ହାରିଛନ୍ତି । କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ରେ ପୁରୁଷ ଓ ମହିଳା ବର୍ଗରେ ଏହା ଏକ ବିଶ୍ୱ ରେକର୍ଡ ।

Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି

୨୦୨୨ରେ ୩୬ ବର୍ଷ ବୟସରେ ସେ ଯେତେବେଳେ ଏହି ଟ୍ରଫି ଜିତିଲେ, ସେତେବେଳେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବବରିଷ୍ଠ ଚାମ୍ପିଅନ୍ ହୋଇଥିଲେ ।

ଏହାଛଡ଼ା ସେ ଚାରି ଥର ୟୁଏସ୍ ଓପନ୍ ଏବଂ ଦୁଇ ଥର ଲେଖାଏଁ ୱିମ୍ବଲଡନ୍ ଓ ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଛନ୍ତି । ସେ ଦୁଇ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ବି ଅଧିକାରୀ ହୋଇଛନ୍ତି, ଯେଉଁଥିରେ ଗୋଟିଏ ଯୁଗଳ ମୁକୁଟ ବି ରହିଛି ।

ନାଡାଲ୍ କ୍ୟାରିଅର୍‌ରେ ମୋଟ୍ ୧୦୮୦ ଏକକ ମ୍ୟାଚ୍ ଜିତିଥିବା ବେଳେ ୯୨ ଏକକ ମୁକୁଟ ହାସଲ କରିଛନ୍ତି । ଡେଭିସ୍ କପ୍‌ରେ ସେ ପାଞ୍ଚ ଥର ଚାମ୍ପିଅନ୍ ସ୍ପେନୀୟ ଟିମ୍‌ର ସଦସ୍ୟ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ କ୍ରମାଗତ ୨୯ ମ୍ୟାଚ୍ ଜିତିଛନ୍ତି ।

Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି

ଗୋଲ୍‌ଡେନ୍ ସ୍ଲାମ୍ ବି ଜିତିଛନ୍ତି

ନାଡାଲ୍‌ଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ରେ ଗୋଲ୍‌ଡେନ୍ ସ୍ଲାମ୍ ବିଜୟ ବି ରହିଛି । ତାଙ୍କ ଛଡ଼ା ପୁରୁଷ ଟେନିସ୍‌ରେ କେବଳ ଦୁଇ ଜଣ - ଆନ୍ଦ୍ରେ ଆଗାସୀ (୧୯୯୯) ଓ ଜୋକୋଭିଚ୍ (୨୦୨୪) ଏହି କୃତିତ୍ୱର ଅଧିକାରୀ ହୋଇଛନ୍ତି ।

ନାଡାଲ୍ ୨୦୧୦ରେ ଗୋଲ୍‌ଡେନ୍ ସ୍ଲାମ୍ ପୂରଣ କରିଥିଲେ, ଯେଉଁଥିରେ ବେଜିଂ ଅଲିମ୍ପିକ୍ସ ୨୦୦୮ରେ ସ୍ୱର୍ଣ୍ଣ ବିଜୟ ଅନ୍ତର୍ଭୁକ୍ତ ଥିଲା । ଗୋଲ୍‌ଡେନ୍ ସ୍ଲାମ୍‌ରେ ଚାରି ଗ୍ରାଣ୍‌୍ପସ୍ଲାମ୍ ସହିତ ଅଲିମ୍ପିକ୍ ସ୍ୱର୍ଣ୍ଣ ବି ରହିଥାଏ ।

ଓପନ୍ ଯୁଗରେ କ୍ୟାରିଅର୍ ଗୋଲ୍‌ଡେନ୍ ସ୍ଲାମ୍ ଓ କ୍ୟାରିଅର୍ ଗ୍ରାଣ୍ଡ୍‌ସ୍ଲାମ୍ ଜିତିବାରେ ସେ ସର୍ବକନିଷ୍ଠ ଖେଳାଳି ଥିଲେ । ସେ ୨୪ ବର୍ଷ ବୟସରେ ଏହି ଦୁଇ ଉପଲବ୍‌ଧି ହାସଲ କରିଥିଲେ ।

‘ଛୋଟ ଗାଁର ଭଲ ମଣିଷ ରୂପରେ ମନେ ରଖିବେ’

ମଲାଗା ଷ୍ଟାଡିୟମ୍‌ରେ ତାଙ୍କ ସମ୍ମାନାର୍ଥେ ଆୟୋଜିତ ସମାରୋହରେ ଏହି ଖ୍ୟାତନାମା ଖେଳାଳିଙ୍କ ଆଖିରେ ଲୁହ ଭରିଯାଇଥିଲା । ‘ରାଫା-ରାଫା’ ଶବ୍ଦରେ ଷ୍ଟାଡିୟମ୍ କମ୍ପି ଉଠିଥିଲା ।

ନିଜ ବିଦାୟୀ ଅଭିଭାଷଣରେ ନାଡାଲ୍ କହିଥିଲେ, “କୌଣସି ଖେଳାଳି ନିଜ କ୍ୟାରିଅର୍‌ର ଏହି ମୁହୂର୍ତ୍ତ ଯାଏଁ ପହଞ୍ଚିବାକୁ ଚାହେଁ ନାହିଁ । ମୁଁ ଟେନିସ୍ ଖେଳି ଥକି ନାହିଁ, କିନ୍ତୁ ମୋ ଶରୀର ଆଉ ଟେନିସ୍ ଖେଳିବା ପାଇଁ ଅନୁମତି ଦେଉ ନାହିଁ । ଏଥିପାଇଁ ମୁଁ ପରିସ୍ଥିତିକୁ ଗ୍ରହଣ କରିନେଇଛି ।

ଦୀର୍ଘ ଦିନ ଯାଏଁ ଖେଳିବା କଥା ମୁଁ କେବେ କଳ୍ପନା କରି ନ ଥିଲି । ମୋ ଟ୍ରଫି, ତା’ର ସଂଖ୍ୟା - ସବୁକିଛି ସାମ୍ନାରେ ଅଛି । ସମ୍ଭବତଃ ଲୋକେ ଏହାକୁ ମନେ ରଖିବେ, କିନ୍ତୁ ମୁଁ ଚାହେଁ ଯେ ମାୟୋର୍କାର ଛୋଟ ଗାଁର ଭଲ ମଣିଷ ରୂପରେ ମୋତେ ସ୍ମରଣ କରାଯାଉ ।”

Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି

ଇତ୍ୟବସରେ ନାଡାଲ୍ ନିଜ ଦାଦା ଟୋନୀ ନାଡାଲ୍‌ଙ୍କ ନାଁ ନେଇଥିଲେ । ଟୋନୀ ରାଫାଙ୍କୁ ଟେନିସ୍ ଖେଳିବା ପାଇଁ ପ୍ରେରିତ କରିଥିଲେ ଏବଂ ପ୍ରଶିକ୍ଷଣ ବି ଦେଇଥିଲେ ।

ନାଡାଲ୍‌ଙ୍କ କହିବାନୁଯାୟୀ ତାଙ୍କ ଭାଗ୍ୟ ଭଲ ଥିଲା ଯେ ସେ ଛୋଟ ଥିବା ବେଳେ ତାଙ୍କ ଦାଦା ଗାଁରେ ଜଣେ ଟେନିସ୍ କୋଚ୍ ଥିଲେ । ତାଙ୍କ ପାଖରେ ଏକ ମହାନ୍ ପରିବାର ଥିଲା, ଯିଏ ସବୁ ମୁହୂର୍ତ୍ତରେ ତାଙ୍କର ସମର୍ଥନ କରୁଥିଲା ।

ନାଡାଲ୍‌ଙ୍କୁ ଅନୁକରଣ କରିବା କଷ୍ଟସାଧ୍ୟ

କିଏ ବା ନାଡାଲ୍‌ଙ୍କ ଭଳି ଖେଳିପାରିବ? ଫେଡେରର୍‌ଙ୍କ ଗୋଟିଏ ହାତରେ ବ୍ୟାକ୍‌ହ୍ୟାଣ୍ଡ କିମ୍ବା ଜୋକୋଭିଚ୍‌ଙ୍କ ସ୍ଲାଇଡିଂ ବ୍ୟାକ୍‌ହ୍ୟାଣ୍ଡକୁ ହୁଏତ ଯୁବ ଖେଳାଳି ଅନୁକରଣ କରିପାରିବେ, ହେଲେ ନାଡାଲ୍‌ଙ୍କ ଖେଳକୁ ଅନୁକରଣ କରିବା କଷ୍ଟସାଧ୍ୟ ।

ଟପ୍‌ସ୍ପିନ୍ ବାମହାତି ଫୋର୍‌ହ୍ୟାଣ୍ଡ ଓ ସଠିକ୍ ଭଲି ଠାରୁ ନେଇ ଖେଳ ପ୍ରତି ପ୍ରତିବଦ୍ଧତା ଓ ନମ୍ରତା ଏହି ସ୍ପେନୀୟ ଖେଳାଳିଙ୍କୁ କିମ୍ବଦନ୍ତୀର ମର୍ଯ୍ୟାଦା ଦିଏ ।

Is another Nadal possible to debut in professional tennis ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି

ଅନେକ ଖେଳାଳି ନାଡାଲ୍‌ଙ୍କୁ ଦେଖି ବଡ଼ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏକ ଛୋଟ ଗାଁରୁ ଆସିଥିବା ଆଉ ଜଣେ ନମ୍ର ଯୁବକ କାର୍ଲୋସ୍ ଅଲ୍‌କାରାଜ୍ ବି ଅଛନ୍ତି ।

ସ୍ପେନ୍‌ରେ ୨୧ବର୍ଷୀୟ ଅଲ୍‌କରାଜ୍‌ଙ୍କୁ ନାଡାଲ୍‌ଙ୍କ ଉତ୍ତରାଧିକାର ଦୃଷ୍ଟିରୁ ବିଚାର କରାଯାଉଛି । ଅଲ୍‌କରାଜ୍ ଏତେ କମ୍ ବୟସରୁ ଚାରି ମେଜର୍ ମୁକୁଟ ଜିତିସାରିଲେଣି । ଅବଶ୍ୟ ଅଲ୍‌କାରାଜ୍ ତାଙ୍କ ଆଦର୍ଶ ନାଡାଲ୍‌ଙ୍କ ଷ୍ଟ୍ରୋକ୍‌କୁ ଅନୁକରଣ କରୁ ନାହାନ୍ତି, କିନ୍ତୁ ସେ ସେହିଭଳି କ୍ଷିପ୍ର କଠୋରତା ସହ ଖେଳୁଛନ୍ତି ।

କିନ୍ତୁ ବାସ୍ତବରେ କ’ଣ ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ? ଏହା ଏକ ବଡ଼ ପ୍ରଶ୍ନ, ଯାହାର ଉତ୍ତର ଖୋଜିପାଇବା ଏତେ ସହଜ ନୁହେଁ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Tennis Player
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ