Advertisment

ଚନ୍ଦ୍ରରେ ଚାଲିଲା ‘ରୋଭର’, ଜାଣନ୍ତୁ ଚନ୍ଦ୍ରପୃଷ୍ଠରେ କ’ଣ କରିବ...

ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।

ଅଦ୍ୟତନ ହୋଇଛି
Mission Chandrayaan 3 Live Updates

Mission Chandrayaan 3 First photo of Rover coming out of the lander on the ramp

Advertisment

ମିଶନ ଚନ୍ଦ୍ରୟାନ-୩କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।

Advertisment

ଚନ୍ଦ୍ରୟାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ‘ବିକ୍ରମ’ର ଅବତରଣ, ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ‘ରୋଭର୍’ର ବିଚରଣ ଓ ‘ବିକ୍ରମ’ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା।  ଏବେ ‘ପ୍ରଜ୍ଞାନ’ର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ, ବିଭିନ୍ନ ପରୀକ୍ଷା ନୀରିକ୍ଷା କରିବ ଓ ସେସବୁ ତଥ୍ୟ ଇସ୍ରୋକୁ ପଠାଇବ।

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି। ଏହାର ଅର୍ଥ ସେଠାରେ ପାଣି ଥାଇପାରେ। ତେଣୁ ‘ବିକ୍ରମ’ର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା। ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହାସହ ପାଣି ରହିଛି ଅର୍ଥ ହାଇଡ୍ରୋଜେନ ଓ ଅକ୍ସିଜେନ୍‌ ମଧ୍ୟ ରହିଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ। 

Advertisment

ଅଧିକ ପଢ଼ନ୍ତୁ: ମିଶନ ଚନ୍ଦ୍ରୟାନ-୩ ସଫଳତା ପଛର ସୁପର୍‌ ହିରୋ

ଚନ୍ଦ୍ରର ବାୟୁମଣ୍ଡଳରେ କ’ଣ କ’ଣ ଉପାଦାନ ଅଛି, ସେସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ‘ବିକ୍ରମ’ର ପ୍ଲେଲୋଡ୍। ଏହାସହ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ। ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ। ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।

ପ୍ରାୟ ୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ‘ବିକ୍ରମ’। ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ। ରୋଭର୍ ‘ପ୍ରଜ୍ଞାନ’ କେବଳ ଲ୍ୟାଣ୍ଡର ‘ବିକ୍ରମ’ ସହ ହିଁ ଯୋଗାଯୋଗ କରିପାରିବ। ଆଗରୁ ଯାଇଥିବା ଚନ୍ଦ୍ରୟାନ-୨ ଜରୁରୀ ସମୟରେ ଇସ୍ରୋ ସହିତ ଯୋଗାଯୋଗ କରିପାରିବ।

Advertisment

ଅଧିକ ପଢ଼ନ୍ତୁ: ଏମିତି ଦିଶୁଛି ଜହ୍ନମାମୁର ଘର; ବିକ୍ରମ ପଠାଇଲା ପ୍ରଥମ ଫଟୋ

Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ