ଛାଇ-ଆଲୁଅର ଲୁଚକାଳି ଖେଳ...୬ମିନିଟ୍ ପାଇଁ ହଜିଯିବ ଛାଇ

ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ ।

କୁଆଡେ ଗଲା ଛାଇ?

କୁହାଯାଏ ଛାଇ କେବେ ଶରୀରରୁ ଅଲଗା ହୁଏନି। ମାତ୍ର ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ ୬ମିନିଟ୍ ପାଇଁ ଆମ ଛାଇ ଦେଖାଯିବ ନାହିଁ। ଆଜି ବେଙ୍ଗାଲୁରୁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିବ । ଯଦିଓ ଏହା ଏକ କୌତୁହଳପୂର୍ଣ୍ଣ ଓ ଅନନ୍ୟ ଘଟଣା କିନ୍ତୁ ଏହା ବାସ କିଛି ସମୟ ପାଇଁ କିଛି ସ୍ଥାନରେ ଦେଖାଦେବ।ଦିନ ୧୨ଟା ୧୭ରୁ ୧୨ଟା ୨୩ମିନିଟ ଯାଏ ହଜିଯିବ ଛାଇ ।

ଆଜି ଶୂନ୍ୟ ଛାୟା ଦିବସ । ବେଙ୍ଗାଲୁରୁ ସମେତ କନ୍ୟାକୁମାରୀ, ଭୋପାଳ ଓ ମୁମ୍ୱାଇରେ କିଛି ମିନିଟ୍ ପାଇଁ ଶୂନ୍ୟ ଛାୟା ଦେଖାଯିବ। ଏହି ସମୟରେ ଛାଇ ଆମକୁ ଦେଖାଯିବ ନାହିଁ। ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ ।

ଶୂନ୍ୟଛାୟା ଦିବସ କ'ଣ?

ଶୂନ୍ୟ ଛାୟା ଦିବସ ହେଉଛି ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା । ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠକ୍ ଆମର ମୁଣ୍ଡ ରୂପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ । ଏପରି ଅବସ୍ଥାକୁ ଶୂନ୍ୟ ଛାୟା ବୋଲି କୁହାଯାଏ। ସେଥିପାଇଁ ଏହି ଦିନକୁ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରାଯାଇଛି।

ପୃଥିବୀର ଘୂର୍ଣ୍ଣନ ଅକ୍ଷ ଢଳି ଯିବା କାରଣରୁ ଏଭଳି ବିଶେଷ ଧରଣର ପରିସ୍ଥିତି ଉପୁଜିଥାଏ। ଯେତେବେଳେ ସୂର୍ଯ୍ୟଙ୍କ କକ୍ଷପଥରେ ସମତଳ ହେବା ପରିବର୍ତ୍ତେ ପୃଥିବୀର ଅକ୍ଷ ୨୩.୫ ଡିଗ୍ରୀ ଢଳିଯାଏ। ଏଭଳି ପରିସ୍ଥିତି କାରଣରୁ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ସ୍ଥିତି ବଦଳିଯାଏ। ଭାରତୀୟ ସଂସ୍କୃତିରେ ଯାହାକୁ ଉତ୍ତରାୟଣ ଏବଂ ଦକ୍ଷିଣାୟନ କୁହାଯାଏ।

ସୂର୍ଯ୍ୟ ଦିନର ସର୍ବୋଚ୍ଚ ସ୍ଥାନରେ ଭୂମଧ୍ୟ ରେଖାର ୨୩.୫ ଡିଗ୍ରୀ ଦକ୍ଷିଣରୁ ଭୂମଧ୍ୟ ରେଖା ୨୩.୫ ଡିଗ୍ରୀ ଉତ୍ତରକୁ ଯାଇଥାଏ। ହେଲେ ବର୍ଷେ ମଧ୍ୟରେ ପୁନର୍ବାର "ଦକ୍ଷିଣାୟନ" ଅର୍ଥାତ ଦକ୍ଷିଣ ଦିଗକୁ ଫେରି ଆସିଥାଏ। ଏହି ସମୟରେ ଏପରି ଏକ ଦିନ ଆସେ ଯେତେବେଳେ ସୂର୍ଯ୍ୟ ଆମ ମୁଣ୍ଡ ଉପରକୁ ଆସିଯାଏ। ଏହି କାରଣରୁ କୌଣସି ସିଧା କିମ୍ବା ଭୂଲମ୍ବ ବସ୍ତୁ କିମ୍ବା ଜୀବର ଛାୟା ଦୃଶ୍ୟମାନ ହୁଏ ନାହିଁ। ଯେଉଁ ଦିନ ଛାଇ ଦୃଶ୍ୟମାନ ହୁଏ ନାହିଁ ସେହି ଦିନକୁ ଶୂନ୍ୟ ଛାୟା ଦିବସ କୁହାଯାଏ। ଶୂନ ଛାୟା ଦିନ ବର୍ଷକୁ ଦୁଇ ଥର ଆସେ। ଯେତେବେଳେ ସୂର୍ଯ୍ୟ ଉଭୟ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଆଡକୁ ଗତି କରିଥାନ୍ତି।