Advertisment

ବିଧାନସଭାରେ ଆଦିବାସୀ ଝଡ଼ ! ହଟ୍ଟଗୋଳ, ହୋହଲ୍ଲାରୁ ଧୋଇଗଲା ପୂରା ଦିନ...

ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।

ଅଦ୍ୟତନ ହୋଇଛି
Assembly

Assembly

Advertisment

ଗୃହରେ ହଙ୍ଗାମା, ଗୃହ ବାହାରେ ବି ବିକ୍ଷୋଭ । ଆଦିବାସୀ ଜମି କିଣା ବିକା ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆଜି ଆରମ୍ଭରୁ ହିଁ ଆଦିବାସୀ ଉତ୍ତରୀୟ ଓ ବେଶ ଭୂଷାରେ ଗୃହକୁ ଆସିଥିଲେ ବିଜେପି ସଦସ୍ୟ।

Advertisment

ଆଉ ପ୍ରଶ୍ନ କାଳ ଆରମ୍ଭ ହେଉ ହେଉ ଆରମ୍ଭ ହୋଇଗଲା ହଟ୍ଟଗୋଳ, ନାରାବାଜି, ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ପ୍ରଦର୍ଶନ। ଆଦିବାସୀଙ୍କ ଅଧିକାର ନେଇ ମୋସନ ଆକାରରେ ଆଲୋଚନା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ ଗ୍ରହଣ କରାଯାଇ ନଥିବାରୁ ବିଜେପି ପ୍ରତିବାଦକୁ ତୀବ୍ର କରିଥିଲା। ପ୍ରଶ୍ନକାଳ ମୁଲତବୀ ପରେ ଗୃହ ବାହାରେ ବି ବିକ୍ଷୋଭ କରିଥିଲା।

ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ସେହିପରି କଂଗ୍ରେସ ମଧ୍ୟ ଅନୁରୂପ ଭାବେ ସରକାରଙ୍କୁ ଘେରି ମନ୍ତ୍ରୀ ନୁହେଁ, କ୍ୟାବିନେଟ୍ ନିଷ୍ପତ୍ତି କେବଳ କ୍ୟାବିନେଟ୍ ହିଁ ବଦଳାଇ ପାରିବ। ତେଣୁ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା ଗୃହରେ ତାର ଆଲୋଚନା ହେଉ ବୋଲି ଦାବି କରିଛି।

Advertisment

ତେବେ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ କହିବା କଥା ଆଦିବାସୀଙ୍କ ଜମି ବିକ୍ରି ସଂପର୍କିତ କ୍ୟାବିନେଟ୍ ନିଷ୍ପତ୍ତି ଯେଉଁଭଳି ମ୍ୟାଚୁଅର୍ଡ ହେବାର କଥା ତାହା ହୋଇ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି ।

ରାଜ୍ୟ ଜନ ସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ସମ୍ପ୍ରଦାୟ। ଏମାନଙ୍କ ପାଇଁ ୩୨ଟି ବିଧାନସଭା ଓ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ବି ସଂରକ୍ଷିତ। ତେଣୁ ୨୪ ନିର୍ବାଚନକୁ ଆଉ ମାତ୍ର ୫ ମାସରୁ କମ୍ ସମୟ ବାକି ଥିଲା ବେଳେ ସବୁ ଦଳର ନଜର ଏବେ ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ। ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ବିଜେଡି ବ୍ୟାକ୍ଫୁଟରେ ଥିବାରୁ ଏଥିରୁ ଫାଇଦା ଉଠାଇବାକୁ ଆକ୍ସନ ମୋଡରେ ଅଛନ୍ତି ବିରୋଧୀ।

Advertisment

କ୍ୟାବନେଟ୍ ନିଷ୍ପତ୍ତିକୁ ନେଇ ଅକଳରେ ପଡ଼ିବା ପରେ ଉପବାଚସ୍ପତି ପଦରେ ଜଣେ ଆଦିବାସୀ ନେତାଙ୍କୁ ବସାଇ କ୍ଷତି ଭରଣା କରିବାକୁ ଷ୍ଟ୍ରାଟେଜି କରିଥିଲା ବିଜେଡି। ହେଲେ ବିରୋଧୀ କିନ୍ତୁ ନଛୋଡ୍ ବନ୍ଦା। ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଆଜି ବାରମ୍ବାର ହଟ୍ଟଗୋଳ ପରେ ଆସନ୍ତାକାଲି ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ