‘ହାଇକୋର୍ଟରେ ମାମଲା ଥିଲା, ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ?’

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା

Srimandir Heritage Corridor Row- Why petitioners moved SC when case was in Orissa HC

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଆବଶ୍ୟକତା କଣ ଥିଲା କେଉଁ ପରିସ୍ଥିତିରେ ଦୁଇ ଆବେଦନକାରୀ ସୁପ୍ରିମକୋର୍ଟ ଗଲେ, ତାକୁ ନେଇ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ କହିଛନ୍ତି, ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆମସର୍ ଆର ଉଲ୍ଲଂଘନ କରିଥିବା ସ୍ୱୀକାର କରିଛନ୍ତି । ରିସେପସନ ସେଣ୍ଟରକୁ ୧୦୦ ମିଟର ବାହାରକୁ ନେବାର ଅର୍ଥ ପୂର୍ବରୁ ନିୟମ ଉଲ୍ଲଂଘନ କରି କାର୍ଯ୍ୟ କରୁଥିଲେ ତେବେ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଦୁଇ ଆବେଦନକାରୀ କାହିଁକି ସୁପ୍ରିମକୋର୍ଟ ଗଲେ, ତାହା ସ୍ପଷ୍ଟ ହୋଇ ପାରୁନି ବୋଲି କହିଛନ୍ତି ଅପରାଜିତା ।

ଏହାସହ ସେ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ସରକାର ୭ଶହ କୋଟିର କ୍ଷତିପୂରଣ ଦେଇଥିବା ସୁପ୍ରିମକୋର୍ଟକୁ ଜଣାଇଛନ୍ତି । ତେବେ ଏ ରାଶି କାହାକୁ କେତେ ଦିଆଗଲା, ତାହାର ହିସାବ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ।

କେବଳ ସାଂସଦ ଅପରାଜିତ ନୁହେଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ବିକାଶ କାମ ଆଇନ ସମ୍ମତ ହେବା ପାଇଁ ବିଜେପି ଦାବି କରୁଥିଲା । ASI ସହ ସମନ୍ୱୟ ରଖି କାମ କରାଯିବା, କୀର୍ତ୍ତିରାଜିର ସୁରକ୍ଷା ପାଇଁ GPRS ଏବଂ ନିଷିଦ୍ଧାଞ୍ଚଳରେ ରିସେପସନ ସେଣ୍ଟର କରାନଯିବାକୁ ଦାବି କରୁଥିଲା ଦଳ । ଯାହା ପରବର୍ତ୍ତୀ ଅବସ୍ଥାରେ ମାନିଛନ୍ତି ରାଜ୍ୟ ସରକାର । ସେପଟେ ପ୍ରଭୁ ଜଗନ୍ନାଥ ନଚାହିଁଲେ ପତ୍ର ହଲେନି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାହା ହିଁ ବାସ୍ତବତା ବୋଲି ବିଜେଡି କହିଛି ।

ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ପରେ ଦ୍ରୁତ ଗତିରେ ଆଗେଇବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ।ଆଗକୁ ରଥଯାତ୍ରା ଆସୁଥିବାରୁ ତ୍ୱରାନ୍ୱିତ ହେବ ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ରଥ ପୂର୍ବରୁ ଅଧିକାଂଶ ନିର୍ମାଣର ସିଂହଭାଗ କାର୍ଯ୍ୟ କେମିତି ସରିବ, ସେ ନେଇ ଗତକାଲି ୪୫ରୁ ଅଧିକ ସେବାୟତଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଆଉ ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ତାଙ୍କ ସହ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି ଏବଂ ଓବିସିସି ଅଧିକାରୀ ପ୍ରମୁଖ ପ୍ରକଳ୍ପ ଅଞ୍ଚଳ ବୁଲି ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟର ଟିକିନିଖି ସମୀକ୍ଷା କରିଛନ୍ତି । ଏବେ ସୁଦ୍ଧା ପରିକ୍ରମା ପ୍ରକଳ୍ପର ଅନ୍ତର୍ଗତ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ପୁରୁଷ ଓ ମହିଳା ଟୟଲେଟ, କ୍ଲକ ରୁମ୍ ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ନିର୍ମାଣଧୀନ ଓ୍ୱାସ ରୁମ୍ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବାରୁ ଆଗକୁ ଏ କାମ ଖୁବଶୀଘ୍ର ଶେଷ ହେବା ଅନୁମାନ କରାଯାଉଛି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ପାଇଁ ୨ ଜଣ ଆବେଦନକାରୀ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରି ଆବେଦନକାରୀ ଦର୍ଶାଇଥିବା ଯୁକ୍ତି ସବୁକୁ ଅଗ୍ରାହ୍ୟ କରି ଦେଇଥିଲେ । ପରିକ୍ରମା ପ୍ରକଳ୍ପ ପାଇଁ ସରକାର ଯେଉଁ ଆବଶ୍ୟକ କାର୍ଯ୍ୟ କରୁଛନ୍ତି ତାହା ବୃହତ୍ତର ଜନସ୍ୱାର୍ଥରେ ଏବଂ ପୁରୁଣା ଐତିହ୍ୟ, କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ, ମନ୍ଦିର ପରିଚାଳନା ନେଇ ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶନାମା ଆଧାରିତ ବୋଲି କହି ଦୁଇ ପିଟିସନ୍‌କୁ ଅମୂଳକ ଏବଂ ଜନସ୍ୱାର୍ଥର ବିରୋଧୀ ଦର୍ଶାଇବା ସହ ପ୍ରତ୍ୟେକ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଥିଲେ ।