Advertisment

ତାରିଖ ଘୋଷଣା ପୂର୍ବରୁ ଉଷ୍ଣ ହେଲାଣି ଗ୍ରାମାଞ୍ଚଳ ରାଜନୈତିକ ପାଣିପାଗ

ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।

Politics in Panchayat election

Politics in Panchayat election

Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଉଷ୍ଣ ଗ୍ରାମାଞ୍ଚଳ ରାଜନୈତିକ ପାଣିପାଗ। ଜମିଲାଣି ରାଜନୈତିକ ଚର୍ଚ୍ଚା। କାହାକୁ ପ୍ରାର୍ଥୀ କରାଯିବ, କିଏ ପ୍ରାର୍ଥୀ ହେଲେ ବିକାଶମୂଳକ କାର୍ଯ୍ୟ କରିବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା। ଏଣେ ସମର୍ଥନ ଜୁଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଆଶାୟୀ। ଆରମ୍ଭ ହୋଇଗଲାଣି ସଭାସମିତି। ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ୍ ପଞ୍ଚାୟତରେ ବସିଛି ନିର୍ବାଚନ ପ୍ରସ୍ତୁତି ବୈଠକ। ସେହିପରି ରାଜଧାନୀ ଉପକଣ୍ଠ ଜଟଣୀ ନିର୍ବାଚନମଣ୍ଡଳୀର ମଦନପୁର ପଞ୍ଚାୟତର ଚାରି ଆଡେ ଛାଇଗଲାଣି ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଓ ବ୍ୟାନର। କେଉଁଠି ବିଧାୟକଙ୍କ ସହ ଫଟୋ ଲାଗିଛି ତ ଆଉ କେଉଁଠି ଆଶାୟୀ ନିଜ ଫୋଟ ଥିବା ପୋଷ୍ଟର ମାରିଛନ୍ତି। ଏଣେ ନେତାଙ୍କ ବିଧାୟକଙ୍କ ଘରେ ଲାଗିଲାଣି ଆଶାୟୀଙ୍କ ଗହଳି।

Advertisment

ପଞ୍ଚାୟତ ନିର୍ବାଚନ କରିବା ଲାଗି ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଭୋଟ ଦିନ ଗଣତି ନହୋଇ ଅନ୍ୟ ଦିନ ବ୍ଲକରେ ଗଣତି ହେବ। ତେଣୁ ୯୧ ହଜାର ୯୧୩ ଭୋଟ୍ ବାକ୍ସ ଆବଶ୍ୟକ ପଡିବ। ଏଥିଲାଗି ତେଲେଙ୍ଗାନାରୁ ୧୦ ହଜାର, ପଶ୍ଚିମବଙ୍ଗରୁ ୭ ହଜାର ଓ ଓଡିଶା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଠାରୁ ୧୬ ହଜାର ବ୍ୟାଲଟ୍ ବକ୍ସ ସଂଗ୍ରହ କରାଯାଉଛି। ରାଜ୍ୟର ୯୧ହଜାର ୯୧୩ ଓ୍ୱାର୍ଡ ଓ ୭ ହଜାର ୬୯୪ ପଞ୍ଚାୟତରେ ଭୋଟ ନିଆଯିବ।

ସେହିଭଳି ୮୫୩ ଜିଲ୍ଲା ପରିଷଦ ସଦସ୍ୟ ବି ନିର୍ବାଚିତ ହେବେ ଫାଇନାଲ୍ ଭୋଟର ତାଲିକା ପ୍ରକାଶ ପାଇସାରିଥିବା ବେଳେ ପ୍ରାୟ ୨ କୋଟି ୬୨ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।  

Advertisment

ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୧୫ଟି ବ୍ଲକ ଏମିତି ଅଛି ଯେଉଁଠି ସେଇ ବ୍ଲକ୍ ହିଁ କେବଳ ଜିଲ୍ଲା ପରିଷଦ ଜୋନ୍। ସେହିପରି ୨ ଜୋନ୍ ବଶିିଷ୍ଟ ୧୨୬ ବ୍ଲକ, ୩ଟି ଜୋନ୍ ବିଶିଷ୍ଟ ୧୧୫ ବ୍ଲକ, ୪ଟି ଜୋନ୍ ବିଶିଷ୍ଟ ୫୦ ବ୍ଲକ, ୫ଟି ଜୋନ୍ ବିଶିଷ୍ଟ ୭ ବ୍ଲକ, ୬ଟି ଜୋନ୍ ଥିବା ଗୋଟିଏ ବ୍ଲକ ରହିଛି। ଏଥର ଭୋଟଗ୍ରହଣ ପରେ ବ୍ଲକରେ ସେଣ୍ଟ୍ରାଲ୍ କାଉଣ୍ଟିଂ ହେବ। ୮୫୩  ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୩୧୫ ଜୋନ୍ ପ୍ରଥମ ପର୍ଯ୍ୟାୟରେ, ୩୦୭ଟି ଦ୍ୱିତୀୟ ପର୍ଯ୍ୟାୟରେ ଓ ୨୩୧ଟି ଥାର୍ଡ ଫେଜ୍‌ରେ ଗଣତି ହେବ। ଅନ୍ୟପକ୍ଷରେ ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସରପଞ୍ଚ ଓ ସମିତ ସଭ୍ୟ ୨ଲକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। 

ରିପୋର୍ଟ: ଇନ୍ଦ୍ରଜିତ୍ ପଣ୍ଡା, ଅତୁଲ୍ୟ ବାଉତ ଓ ହରିହର ଚାନ୍ଦ

BJD BJP Congress Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ