Advertisment

ବଳି ପଡ଼ିଲା ବିଧାୟକ ପଦ, ଢାଲି-ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ଦଳ ବଦଳ ଅଭିଯୋଗରେ ହରାଇଲେ ସଭ୍ୟ ପଦ । ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ଆକ୍ସନ ?

undefined

Odisha Politics

Advertisment

ଟିକେଟ କସରତ ଭିତରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ। ବିଜେଡି ଛାଡି ବିଜେପିରେ ଯୋଗ ଦେବା ମହଙ୍ଗା ପଡିଲା କି ? ଦଳ ବଦଳ ଅଭିଯୋଗ କଲା ବିଜେଡି, ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ଦଳ ବଦଳ ଅଭିଯୋଗରେ ସଭ୍ୟ ପଦ ହରାଇବାକୁ ପଡିଛି ।

Advertisment

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ କ୍ରମେ, ବାଚସ୍ପତି ଘଟଣାକୁ ବିଚାରକୁ ନେଇଥିଲେ। ଆଉ ଉଭୟ ଅରବିନ୍ଦ ଓ ପ୍ରେମାନନ୍ଦଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ କରିଥିଲେ। ମାତ୍ର ଉଭୟ ଗତକାଲି ଦିନ ୧୨ଟା ଭିତରେ ପହଞ୍ଚି ପାରିନଥିଲେ। ଶେଷରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗକୁ ବିଚାର କରି ଦୁଇ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଛନ୍ତି।

ତେବେ ଅରବିନ୍ଦ ଢାଲି କହିଛନ୍ତି ମୁଁ ବିଳମ୍ବରେ ପହଞ୍ଚିଥିଲି, ମାତ୍ର ପକ୍ଷ ରଖିବାକୁ ଦିଆଗଲାନି। ଉଦ୍ଦେଶ୍ୟମୂଳକ ଭାବେ ମୋ ସଭ୍ୟ ପଦ ରଦ୍ଦ କରାଯାଇଛି, କିନ୍ତୁ ମୋ ନିର୍ବାଚନ ଲଢିବା ଉପରେ ଏହାର କୌଣସି ପ୍ରଭାବ ପଡିବନି। ସେହିପରି ପ୍ରେମାନନ୍ଦ ନାୟକ କହିଛନ୍ତି ମୁଁ ଏଥିରେ ବିଚଳିତ ନୁହେଁ। ସରକାରୀ ଦଳ କହିଛି ସମ୍ବିଧାନ ଅନୁଯାୟୀ ନିଷ୍ପତ୍ତି ହୋଇଛି।

Advertisment

କେଉଁ ପରିସ୍ଥିତିରେ ଜଣେ ବିଧାୟକଙ୍କର ସଭ୍ୟ ପଦ ଯିବ ? ଦଳ ବଦଳ ପାଇଁ କଣ ରହିଛି ନିୟମ ? ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବିଧାୟକ ନିର୍ବାଚନ ଜିତିବା ପରେ ଦଳ ବଦଳ କରନ୍ତି ଏବଂ ନିର୍ବାଚନ ଜିତିଥିବା ଦଳ ପକ୍ଷରୁ ଯଦି ସଭ୍ୟପଦ ରଦ୍ଦ ପାଇଁ ପିଟିସିନ୍ ଦାଖଲ ହୁଏ, ତାହାଲେ ବାଚସ୍ପତି ଦଳ ବଦଳ ନିରୋଧ ନିୟମ ଅନୁଯାୟୀ ସଭ୍ୟ ପଦ ରଦ୍ଦ କରିପାରିବେ। ସଭ୍ୟ ପଦ ରଦ୍ଦ ହେଲେ ବିଧାୟକ ଭତ୍ତା ପାଇବେନି କି ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଆଉ ପାଇବେନି।

ଢାଲି ଓ ପ୍ରେମାନନ୍ଦଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ସେପଟେ କେବଳ ଏ ଦୁଇ ବିଧାୟକ ନୁହେଁ, ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ, କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ଯୋଗ ଦେଇଛନ୍ତି। ସେପଟେ ଆଠମଲ୍ଲିକ ବିଜେଡି ବିଧାୟକ ରମେଶ ସାଏ ବି ନିଜ ଆଡୁ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଟିକେଟ କଟିବା ପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି। ହେଲେ କେଉଁ ଦଳରେ ଯୋଗ ଦେଇନାହାଁନ୍ତି। ଏବେ ଏସବୁ ନେତାଙ୍କ କ୍ଷେତ୍ରରେ କିଛି ଆକ୍ସନ ହେବ ନା ନାହିଁ। ବାଚସ୍ପତି କହିଛନ୍ତି ଅନ୍ୟ ଦଳ ବଦଳ କରିଥିବା ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଲେ ବିଚାର କରାଯିବ।

Advertisment

ନିର୍ବାଚନ ମୁଣ୍ଡ ଉପରେ। ଆଉ ଏତିକି ବେଳେ ଦଳ ବଦଳ ଆଇନ୍ ଦ୍ୱାରା ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ରାଜ୍ୟ ରାଜନୀତିକୁ ଅଧିକ ଚର୍ଚ୍ଚିତ କରିଛି। 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ