Advertisment

‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।

undefined

Kalia Scheme

Advertisment

ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ। ଓଡ଼ିଶା ଚାଷୀଙ୍କ ମାସିକ ଆୟ ମାତ୍ର ୫ହଜାର ୧୧୨ ଟଙ୍କା, ଯାହାକି ଦେଶରେ ଦ୍ୱିତୀୟ ସର୍ବନିମ୍ନ। କାଳିଆ ଯୋଜନା ଅବଧିକୁ ଆଉ ୩ ବର୍ଷ ବଢାଇଛନ୍ତି ସରକାର। ଏଥିପାଇଁ ଖର୍ଚ୍ଚ ହେବ ୬୦୨୯.୭୦ କୋଟି ଟଙ୍କା।

Advertisment

ସେହିପରି କେବଳ ଏପ୍ରିଲ୍ କି ସେପ୍ଟେମ୍ବର ନୁହେଁ, ବର୍ଷର ଯେ କୌଣସି ସମୟରେ ଚାଷୀଙ୍କୁ ମିଳିବ ସହାୟତା। ଅତିରିକ୍ତ ଦୁଇ ହଜାର ଟଙ୍କାର ସହାୟତା ରାଶି ପାଇବେ ଭୂମିହୀନ ହିତାଧିକାରୀ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଅର୍ଥାତ ନିର୍ବାଚନ ପୂର୍ବରୁ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇବା ଲାଗି ବାଟ ଫିଟିଛି। ଯାହାକୁ ନେଇ ତେଜିଛି ରାଜନୀତି।

ଚାଷୀଙ୍କ ଭିତରେ ଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ ଲାଗି ସରକାର କାଳିଆ ଥୋପ ଫିଙ୍ଗିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିଜେପି ପଚାରିଛି ଯଦି ଦେଲ ୧୦ରୁ ୪ ହଜାରକୁ କମେଇଲ କାହିଁକି। କଂଗ୍ରେସ କହିଛି ସହାୟତା ରାଶି ନୁହେଁ ଚାଷୀଙ୍କ ପାଇଁ ଜରୁରୀ ଇନ୍ପୁଟ ସବସିଡି, MS ସଂଶୋଧନ, ଋଣ ଛାଡ଼ ଓ ଶୀତଳ ଭଣ୍ଡାର, ଏସବୁ ନକରି ସରକାର ଚାଷୀଙ୍କୁ ଲଲିପପ୍ ଦେବାକୁ ଚେଷ୍ଟା କରିଥିବା ଦଳ ଅଭିଯୋଗ କରିଛି। 

Advertisment

ଗୋଟିଏ ପଟେ କାଳିଆ ଟଙ୍କା ଦେଇ ସରକାର ବାହାବା ସାଉଁଣ୍ଟିବାରେ ବ୍ୟସ୍ତ, ଏଣେ କିନ୍ତୁ ରାଜ୍ୟରେ ଚାଷ ଓ ଚାଷୀଙ୍କ ସ୍ଥିତି କିନ୍ତୁ ଅତି ଦୟନୀୟ। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଓଡିଶାରେ ଚାଷୀଙ୍କ ଆୟ ଦେଶରେ ଦ୍ୱିତୀୟ ସର୍ବନିମ୍ନ। ଓଡିଶା ଚାଷୀଙ୍କ ମାସିକ ଆୟ ମାତ୍ର ୫୧୧୨ ଟଙ୍କା। ଫଳରେ ୬୧ ଭାଗରୁ ଅଧିକ ଚାଷୀ ଋଣଗ୍ରସ୍ତ। ପ୍ରତି ଚାଷୀ ପରିବାର ମୁଣ୍ଡରେ ହାରାହାରି ୩୨ ହଜାର ୭୨୧ ଟଙ୍କାର ଋଣ ବୋଝ ରହିଥିବା କୃଷିଜାତ ପରିବାର ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ଏଭଳି ସ୍ଥିତିରେ କାଳିଆ ଯୋଜନାରେ ୪ହଜାର ଟଙ୍କାର ସହାୟତା କେବଳ ନିର୍ବାଚନ ଭେଳିକି ବୋଲି କହିଛନ୍ତି ଚାଷୀ ନେତା। ଅନ୍ୟପକ୍ଷରେ ଚାଷୀଙ୍କ ମତ, କାଳିଆ ସହାୟତା ହୁଏତ ସାମୟିକ ଆବଶ୍ୟକତା ପୂରଣ କରିବାପାରେ, ମାତ୍ର ଚାଷୀଙ୍କ ଆୟ ବଢାଇବାରେ ଆଦୌ ସହାୟକ ହେବନି।

Advertisment

ରାଜ୍ୟର ୭୯ ଲକ୍ଷ ଚାଷୀ ଥିବା ବେଳେ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର ୪୪ ଲକ୍ଷ ଚାଷୀ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ସରକାର ଭୋଟ ଆଶାରେ ଯୋଜନା ଅବଧି ବଢାଇଥିବା କୁହାଯାଉଛି। ତେବେ ଏଥିରେ ଚାଷୀ କେତେ ସନ୍ତୁଷ୍ଟ ହେଉଛନ୍ତି ତାଉପରେ ନଜର।

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ