Advertisment

ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଥିଲା, ଆଉ ଏବେ ସେଇ ସ୍ୱପ୍ନ ପୂରଣ ହୋଇଛି।

ଅଦ୍ୟତନ ହୋଇଛି
President Election Result

President Election Result

Advertisment

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ ଦ୍ରୌପଦୀ ମୁର୍ମୁ। ଭାରତର ପଞ୍ଚଦଶ ରାଷ୍ଚ୍ରପତି ହେଲେ ଦ୍ରୌପଦୀ ମୁର୍ମୁ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିବେ । ୫୦ ପ୍ରତିଶତରୁ ଅଧିକ ଭୋଟ୍‌ ପାଇଥିବାରୁ ସେ ବିଜୟୀ ହୋଇଛନ୍ତି । ୩ୟ ପର୍ଯ୍ୟାୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୫, ୭୭, ୭୭୭ ଭୋଟ ମିଳିଥିବା ବେଳେ ଯଶଓ୍ୱନ୍ତ ସିହ୍ନାଙ୍କୁ ୨, ୬୧, ୦୬୨ ଭୋଟ ମିଳିଛି । 

Advertisment

ଦ୍ରୌପଦୀଙ୍କ ବିଜୟ ପରେ ଓଡ଼ିଶାରେ ସେଲିବ୍ରେସନ ମାହୋଲ ଆରମ୍ଭ ହୋଇଯାଇଛି। ଗାଁ ମାଟିର ଝିଅ ଦେଶର ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ। ଏଥିପାଇଁ  ଦ୍ରୌପଦୀଙ୍କ ପୈତୃକ ଓ ଶାଶୁଘର ଗାଁରେ ଉତ୍ସବର ମାହୋଲ । ଲଡୁ ଖୁଆଇ ଖୁସି ବାଣ୍ଟୁଛନ୍ତି ଗାଁଲୋକେ । ମଙ୍ଗଳବାର ସନ୍ଧ୍ୟାରେ ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚିଥିଲା । କଡ଼ା ସୁରକ୍ଷାରେ ଆଜି ସକାଳ ୧୧ଟାରେ ପାର୍ଲାମେଣ୍ଟ ହାଉସର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଭୋଟ ଗଣତି ହୋଇଥିଲା। ଭୋଟ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିଥିଲେ।

ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଯଶୋବନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ମିଳିଥିଲା । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ୍‌ ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ରହିଥିଲା ।

Advertisment

NDAର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ଥିଲେ ଦ୍ରୌପଦୀ ।

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ । ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Advertisment

ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଏହାପରେ ରାଇରଙ୍ଗପୁରଠାରେ ଥିବା ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଛନ୍ତି ।

Draupadi Murmu President Election Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ