• Astrospeak
  • Live TV
  • Read In English

ଅତି ବାଇଗଣି ରଶ୍ମି, କୁପ୍ରଭାବ ଓ ସୁରକ୍ଷା ଉପାୟ

ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ଯେବେଠୁ ରିପୋର୍ଟ ଆସିଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays କ’ଣ ଆଉ ସେଥିରୁ କିପରି ରକ୍ଷା ପାଇବା ସେ ବିଷୟରେ ଜାଣିବା।

What is UV index, how to release from it
ଅତି ବାଇଗଣି ରଶ୍ମି, କୁପ୍ରଭାବ ଓ ସୁରକ୍ଷା ଉପାୟ

ଯେବେଠୁ Weather Online Prediction ସ°ସ୍ଥା ଭୁବନେଶ୍ୱର ତଥା ଭାରତର ଅନ୍ୟାନ୍ୟ ସହରରେ UV Index ବା ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ରିପୋର୍ଟ ଦେଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays କ’ଣ ଆଉ ସେଥିରୁ କିପରି ରକ୍ଷା ପାଇବା ସେ ବିଷୟରେ ଜାଣିବା।

ଅତିବାଇଗଣି ରଶ୍ମି ଓ ତା'ର ସ୍ତର (UV rays and UV Index):

ଅତିବାଇଗଣି (Ultra Violet) ହେଉଛି ସୂର୍ଯ୍ୟରୁ ବିକିରଣ ହେଉଥିବା ଏକ ପ୍ରକାର electromagnetic radiation (ଟାନି° ବେଡ୍ ଓ ୱେଲ୍‌ଡି° ଟର୍ଚ୍ଚ ପରି କିଛି ମଣିଷ ତିଆରି ଯନ୍ତ୍ରରୁ ମଧ୍ୟ ଏହା ବିକିରଣ ହୁଏ)। ରେଡିଏସନ୍ ବା ରଶ୍ମି ହେଉଛି ଗୋଟିଏ ମୁଖ୍ୟ ସ୍ରୋତରୁ ଉର୍ଜାର ବିକିରଣ। ଏହି ରେଡିଏସନ୍‌ଗୁଡିକ ଅନେକ ପ୍ରକାରର ହୋଇଥା'ନ୍ତି। X-ray କିମ୍ବା Gamma-ray ପରି ଉଚ୍ଚ ଫ୍ରିକ୍ୱେନ୍ସି ସମ୍ପନ୍ନ ଓ ଶକ୍ତିଶାଳୀ ହେବାଠୁ ଆରମ୍ଭ କରି ଲୋ' ବା କମ୍ ଫ୍ରିକ୍ୱେନ୍ସିର ରେଡ଼ିଓ ୱେଭ୍ସ ପରି। ଅତିବାଇଗଣି(UV) ରଶ୍ମି ଏହାର ମଝାମଝି ଫ୍ରିକ୍ୱେନ୍ସିର ଅଟେ।

ଅତିବାଇଗଣି ରଶ୍ମି ତିନି ପ୍ରକାରର ହୋଇଥାଏ :

UVA, UVB, UVC। UVAର ଶକ୍ତିସ୍ତର ସବୁଠାରୁ ଦୁର୍ବଳ। ଏହା ଚର୍ମରେ ଧୀରେ ଓ ଦୀର୍ଘ ସମୟ ଧରି କାମ କରି ସ୍କିନ୍ ଏଜିଂ, କୁଞ୍ଚତ ରେଖା ଭଳି ସମସ୍ୟା ସୃଷ୍ଟିକରେ। UVBର ଶକ୍ତି ଓ ଫ୍ରିକ୍ୱେନ୍ସି UVA ଠାରୁ ଅଧିକ। ଏହା ଚର୍ମକୋଷର DNAକୁ ନଷ୍ଟ କରିଥାଏ। ଏହି UVB ହିଁ ମୁଖ୍ୟତଃ Sunburn ଓ ବିଭିନ୍ନ ପ୍ରକାର ଚର୍ମ କର୍କଟ ପାଇଁ ଦାୟୀ। ଏମାନଙ୍କ ମଧ୍ୟରେ ସବୁଠାରୁ କ୍ଷତିକାରକ ଓ ଶକ୍ତିଶାଳୀ ରଶ୍ମି ହେଉଛି UVC। କିନ୍ତୁ ଭାଗ୍ୟବଶତଃ ଏହା ପୃଥିବୀ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ଓଜନ ସ୍ତର ସଂସ୍ପର୍ଶରେ ଆସି ପ୍ରତିକ୍ରିୟା ପକାଏ ଓ ଧରାପୃଷ୍ଠରେ ପହଞ୍ଚି ପାରେ ନାହିଁ। କିନ୍ତୁ କେତୋଟି ମଣିଷ ତିଆରି ବସ୍ତୁ ବା ଯନ୍ତ୍ର, ଯେପରିକି ୱେଲ୍‌ଡି° ଟର୍ଚ୍ଚ, ମର୍‌କ୍ୟୁରୀ ଲ୍ୟାମ୍ପ, ଖାଦ୍ୟ, ୟୁଭି ସାନିଟାଇଜି° ବଲ୍‌ବ (ହାତ, ପାଣି, ଖାଦ୍ୟ, ଅନ୍ୟାନ୍ୟ ସାମଗ୍ରୀରୁ ଅଣୁଜୀବଙ୍କୁ ନଷ୍ଟ କରିବା ପାଇଁ) ର ବିକିରଣ ଦ୍ୱାରା ଆମେ UVCର ସ°ସ୍ପର୍ଶରେ ଆସିଥାଉ।

UV index ବା ସ୍ତର, ଅତିବାଇଗଣି ରଶ୍ମି ଚର୍ମର କେତେ ଦୂର କ୍ଷତି ସାଧନ କରିପାରିବ ସେହି ମାତ୍ରାର ସୂଚକାଙ୍କ। ଏହା ସାଧାରଣତଃ ସଫା ମେଘମୁକ୍ତ ଆକାଶରେ, ମଧ୍ୟାହ୍ନ ସମୟରେ (ସୂର୍ଯ୍ୟର ସର୍ବୋଚ୍ଚ ସ୍ଥାନ) ବିକିରଣ ହେଉଥିବା ଅତିବାଇଗଣି ରଶ୍ମିର ସର୍ବାଧିକ ମାତ୍ରାକୁ ଦର୍ଶାଏ। ଏହା ପୃଥିବୀ ପୃଷ୍ଠରେ ବିଷୁବ ରେଖା ଠାରୁ ଗୋଟିଏ ଜାଗାର ଦୂରତା, ସମୁଦ୍ର ପତ୍ତନ ଠାରୁ ଉଚ୍ଚତା, ମେଘୁଆ ପାଗ, ବାୟୁମଣ୍ଡଳର ଅବସ୍ଥା ଓ ଦିନର ସମୟ ଦ୍ୱାରା ପ୍ରଭାବିତ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ଅତିବାଇଗଣି ରଶ୍ମିର ସ୍ତର ବା UV Index କୁ ୫ଟି ସ୍ତରରେ ବିଭକ୍ତ କରାଯାଇଛି।

୦-୨ (Low):

ଏହା ଜଣେ ସାଧାରଣ ସୁସ୍ଥ ମଣିଷର ଚର୍ମ ପାଇଁ କ୍ଷତିକାରକ ନୁହେଁ।

୩-୫(Moderate):

ଚର୍ମ ସନ୍ ପ୍ରୋଟେକ୍ଟେଡ୍ ନଥିଲେ ସାମାନ୍ୟ କ୍ଷତିକାରକ।

୬ -୭ (High):

ଅନ୍ ପ୍ରୋଟେକ୍ଟେଡ୍ ଚର୍ମ ପାଇଁ ବହୁତ କ୍ଷତିକାରକ।

୮- ୧୦ (Very High) ଏବଂ ୧୧ (extreme high):

ଏହି ଦୁଇଟି ସ୍ତର ଚର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଆପଣଙ୍କ ସ୍ମାର୍ଟ ଫୋନରେ ଯଦି Weather Update App ଥାଏ ତା' ହେଲେ ଆପଣ UV index (ପବନର ଗତି/ ଆପେକ୍ଷିକ ଆର୍ଦ୍ରତା/ ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତ ସମୟ ) ବିଷୟରେ ସବୁଦିନ ଜାଣିପାରିବେ। ତା ଛଡ଼ା ସେଇ ଅନୁସାରେ ନିଜର ସନ୍ ପ୍ରୋଟେକ୍ସନର ବ୍ୟବସ୍ଥା କରି ବାହାରକୁ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବେ।

ଅତି ବାଇଗଣି ରଶ୍ମିର (UV Rays) ସ୍ୱାସ୍ଥ୍ୟ ଉପରେ ପ୍ରଭାବ:

UVA ଏବଂ UVB ମଧ୍ୟରୁ UVB ହିଁ ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହାର ପ୍ରଭାବ ମଣିଷର ଆଭ୍ୟନ୍ତରୀଣ ଅଙ୍ଗ ଅପେକ୍ଷା ଚର୍ମରେ ଦେଖିବାକୁ ମିଳିଥାଏ। ଅତିବାଇଗଣି ରଶ୍ମି କାରଣରୁ ଚର୍ମର ସମୟ ପୂର୍ବରୁ ବୟସ୍କ ହେବା ଯେମିତି କି ସନ୍ ବର୍ଣ୍ଣ, ଲିଭର ସ୍ପଟ୍, କୁଞ୍ଚିତ ରେଖା, ଚର୍ମ ଶୁଷ୍କ ଓ ନିସ୍ତେଜ ଦେଖାଯିବା ଏବଂ ଟାନି° ଦେଖାଯାଏ।

ସେହିପରି ଶରୀରର ଯେଉଁ ଅ°ଶର ଚର୍ମ ସୂର୍ଯ୍ୟକିରଣକୁ expose ହୁଏ ଯେମିତି କି କପାଳ, ହାତ, ପାଦ ଓ ବେକ ଆଦି ଅ°ଶରେ ଚମଡ଼ା ଲାଲ୍ ପଡି ଫୁଲିଯାଏ। ସେହି ଅ°ଶର ଚମଡ଼ା ହାତକୁ ଟାଣ ଓ ଖଦଡିଆ ଲାଗେ, ଯାହାକୁ କି ଡାକ୍ତରୀ ଭାଷାରେ ଆକ୍ଟିନିକ୍ କେରାଟୋସିସ୍ (actinic keratoses) କୁହାଯାଏ।

କେବଳ ଉପର ବର୍ଣ୍ଣିତ ଚର୍ମରୋଗ ନୁହେଁ, UV rays ପ୍ରଭାବରେ ଚର୍ମର ରୋଗପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ। ଏହାଦ୍ଵାରା ଚର୍ମର ବିଭିନ୍ନ ସ°କ୍ରମଣର ଆଶଙ୍କା ବଢିଯାଏ। କେବଳ ଚର୍ମ ନୁହେଁ, ଏହି ରଶ୍ମିର କୁପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ। ଆଖିରେ କ୍ୟାଟ୍‌ରାକ୍ଟ ଓ ମ୍ୟାକୁଲାର ଅବକ୍ଷୟ ଘଟି ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହେବା, ଆଖି ଚାରିକଡ଼ ଚର୍ମରେ କ୍ୟାନ୍‌ସର୍‌ ମଧ୍ୟ ସୃଷ୍ଟି ହୁଏ। UV index high, very high ଓ extrreme ହେବା କାରଣରୁ ଚର୍ମ କର୍କଟ ହେବାର ଆଶଙ୍କା ବଢିଯାଏ। ଏହା ଆପଣଙ୍କ ଚର୍ମରେ ମେଲାନିନ୍ (ଶ୍ୟାମଳ ଓ କଳା ଲୋକଙ୍କ ଅପେକ୍ଷା ଗୋରା ଲୋକଙ୍କର ଅଧିକ ଚର୍ମ କର୍କଟ ହୋଇଥାଏ)ର ମାତ୍ରା ଓ ବିଷୁବରେଖା ଠାରୁ ଆପଣଙ୍କ ଇଲାକାର ଦୂରତା ଉପରେ ମଧ୍ୟ ନିର୍ଭର କରେ।

ଅତିବାଇଗଣି ରଶ୍ମିରୁ ରକ୍ଷାପାଇବା ବା ସନ୍ ପ୍ରୋଟେକ୍ସନର ଉପାୟ:

ଉପରୋକ୍ତ ତଥ୍ୟ ଆପଣଙ୍କୁ UV rayରୁ ରକ୍ଷା ପାଇବାର କିଛି ସହଜ ଉପାୟ ବତେଇବା ପାଇଁ ଉଦ୍ଦିଷ୍ଟ। ନିଜ କାମ, ପରିବେଶ, ପରିସ୍ଥିତି ଓ ସୁବିଧା ଅନୁସାରେ ଆପଣ ନିଜର ରୁଟିନ୍‌ରେ ବଦଳ ଓ ସୁରକ୍ଷାର ଉପାୟ ଅବଲମ୍ବନ କରିପାରିବେ।