ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।

ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜୁନ ମାସ ହୋଇଗଲେ ଆମ ଓଡିଶାରେ ଖାସ୍‌ କରି ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ କେମିତି ଗୁଳୁଗୁଳି ବଢିଯାଏ ନ କହିବା ଭଲ। ପୁଣି ଆମ ବଡ ଠାକୁର ଅଣସର ଘରେ ରହିଲେ ଗୁଳୁଗୁଳି ଆହୁରି ବଢିଯାଏ। କାହିଁକି ନା ସେଇ ସମୟରେ ଆମ ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ବା Humidity level ଅଧିକ ଥାଏ। ଏହା ଦ୍ୱାରା ଅସହ୍ୟ ଗରମ, ଗୁଳୁଗୁଳି ଅନୁଭୂତ ହେବା ସହ ପ୍ରବଳ ଝାଳ ବୁହେ। ଜଳବାୟୁ ସାମାନ୍ୟ ଆର୍ଦ୍ର ରହିବା ଚର୍ମ ପାଇଁ ଭଲ। ଏହା ଚର୍ମକୁ ନରମ ଓ ମଏଷ୍ଟ୍ ରଖେ। କିନ୍ତୁ ଜଳବାୟୁରେ ଆପେକ୍ଷିକ ଆର୍ଦ୍ରତା ୫୦%ରୁ ଅଧିକ ରହିଲେ ଚର୍ମ ଅତ୍ୟଧିକ ତେଲିଆ, ଚିପ୍‌ଚିପା ବା ଅଠାଳିଆ ଲାଗେ, କୁଣ୍ଡାଇ ହୋଇ ଲାଲ୍ ପଡିଯାଏ, ରାସେସ୍ ଓ ବ୍ରଣ ମଧ୍ୟ ହୁଏ।

ପ୍ରକୃତରେ ଆର୍ଦ୍ର ଜଳବାୟୁରେ ଅଧିକା ଝାଳ ବୁହେନି। କିନ୍ତୁ ଯେହେତୁ ଜଳବାୟୁରେ ଆର୍ଦ୍ରତା ଅଧିକ ଥାଏ ତେଣୁ ଆମ ଚର୍ମ ଉପରେ ଥିବା ଝାଳ ବାୟୁମଣ୍ଡଳ ଦ୍ୱାରା ଶୀଘ୍ର ବାଷ୍ପିଭୁତ ହୁଏନି। ଅଧିକ ସମୟ ଝାଳ ଜମା ହୋଇ ରହିବା ଦ୍ୱାରା ଚର୍ମର ପୋର୍ସଗୁଡିକ ବନ୍ଦ ହୋଇଯାଏ।

ଏହା ଛଡା ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ କେଶ ଓ ଖପୁରୀର ଚର୍ମ ଅଧିକ ତେଲିଆ ହେବା ସହ ଅଧିକ ରୂପି ସମସ୍ୟା ଦେଖାଯାଏ ଏବଂ କେଶ ରୁକ୍ଷ ଓ ଅଡ଼ୁଆ ହୋଇ ଛିଣ୍ଡିଯାଏ।

ଅଧିକ ଆପେକ୍ଷିକ ଆର୍ଦ୍ରତା ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି:

(୧) କ୍ଲିନ୍‌ଜି° ଓ ଏକ୍ସଫୋଲିଏସନ୍:

ଏହି ସମୟରେ ମୁହଁ ଓ ଖପୁରୀର ଚର୍ମକୁ ସଫା ରଖିବା ଅତ୍ୟନ୍ତ ଜରୁରୀ। ସାଲିସିଲିକ୍ ଏସିଡ୍ ବେସ୍ଡ ପ୍ରଡକ୍ଟ ଚର୍ମ ଓ ଖପୁରୀରୁ ଅତ୍ୟଧିକ ତେଲ ସଫା କରିବା ସହ ପୋର୍ସକୁ ବନ୍ଦ ହେବାକୁ ଦିଏନି। ଘରୋଇ ଉପଚାର ହିସାବରେ ଚର୍ମ ପାଇଁ ମୁଲତାନି ମାଟି, ଦହି, ବେସନ ବ୍ୟବହାର କରିପାରନ୍ତି। ଦହି ଖପୁରୀକୁ ସଫା କରିବା ସହ କେଶକୁ ନରମ ଓ ଉଜ୍ଜ୍ୱଳ ରଖେ। ଦିନ ଶେଷରେ ଚର୍ମ ଉପରୁ ଅତ୍ୟଧିକ ତୈଳ ବା ସେବମ୍, ମେକ୍‌ଅପ୍ ଓ ଧୂଳି ସଫାକରିବା ଜରୁରୀ, ଏହାଦ୍ୱାରା ବ୍ରଣ ସମସ୍ୟାକୁ ରୋକାଯାଇ ପାରିବ।

(୨) ମଏଶ୍ଚରାଇଜର୍ ଓ ସନ୍‌ସ୍କ୍ରିନ୍:

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ଥିବାର ଅର୍ଥ ଏହା ନୁହେଁ ଯେ ଚର୍ମ ପାଇଁ ମଏଶ୍ଚରାଇଜରର ଆବଶ୍ୟକତା ନାହିଁ। ଚର୍ମ ଶୁଷ୍କ ବା ଡିହାଇଡ୍ରେଟେଡ୍ ରହିଲେ ହିଁ ଅଧିକ ସେବମ୍‌ କ୍ଷରଣ ହୁଏ ଓ ତେଲିଆ, ଅଠାଳିଆ ଲାଗେ। ତେଣୁ ଅଏଲ ଫ୍ରି, ଏସ୍‌ପିଏଫ୍ ୧୫ ଯୁକ୍ତ ମଏଶ୍ଚରାଇଜର ଗାଧୋଇବା ପରେ ଓ ଶୋଇବାକୁ ଯିବା ପୂର୍ବରୁ ଲଗାଇବା ଭଲ। ଏହା ଚର୍ମକୁ ସୁନ୍ଦର, ସତେଜ ଓ କୋମଳ ରଖେ। ସେହିପରି ଅନେକ ଲୋକ ପାଗ ମେଘୁଆ ରହିଲେ ଓ ଚର୍ମ ଅଧିକ ଅଠାଳିଆ ଲାଗିବ ବୋଲି ସନ୍‌ସ୍କ୍ରିନ୍ ଲଗାନ୍ତି ନାହିଁ। କିନ୍ତୁ ଏହା ଦ୍ୱାରା ଚର୍ମରେ ଦାଗ ବା ପ୍ୟାଚ୍‌ ତଥା ସନ୍ ରାସେସ୍ ଦେଖାଯାଏ।

ସୁନ୍ଦର, ସୁସ୍ଥ ଚର୍ମ ପାଇଁ ଅଏଲ୍‌ଫ୍ରି, ଏସ୍‌ପିଏଫ୍ ୩୦ ଯୁକ୍ତ ସନ୍‌ସ୍କ୍ରିନ୍ ବାଛନ୍ତୁ। ଉଭୟ ମଏଶ୍ଚରାଇଜର ଓ ସନ୍‌ସ୍କ୍ରିନ୍ ନନ୍ କୋମେଡୋଜେନିକ୍ ହୋଇଥିବା ଦରକାର। ନହେଲେ ପୋର୍ଗୁଡିକ ବନ୍ଦ ହୋଇ ବ୍ରଣ ସମସ୍ୟା ଦେଖାଯାଏ। ସେହିପରି କେଶ ଧୋଇବା ସମୟରେ କଣ୍ଡିସନର ବ୍ୟବହାର କରିବା ଜରୁରୀ। ନଡିଆ ତେଲ କେଶକୁ ନରମ, ମଏଷ୍ଟ ଓ ସନ୍‌ପ୍ରୋଟେକ୍ଟେଡ୍ ରଖେ। ସପ୍ତାହକୁ ଥରେ କିମ୍ବା ଦୁଇଥର ହିଁ ସାମ୍ପୁ କରନ୍ତୁ।

(୩) ଫେସ୍ ମିଷ୍ଟ୍‌:

ପାଖରେ ସବୁବେଳେ ଫେସ୍ ମିଷ୍ଟ୍‌ ରଖନ୍ତୁ। ଏହା ଅନେକ ସମୟରେ ଟୋନର୍‌ ଓ ସେରମ୍‌ର କାମ କରିଥାଏ। ଏଥିରେ ଥିବା ମାଇକ୍ରୋ ଡ୍ରପ୍‌ଲେଟ୍ସ (ଅତି ଛୋଟ କଣିକା) ଚର୍ମ ଭିତରକୁ ସହଜରେ ପ୍ରବେଶ କରିପାରି ଚର୍ମକୁ ଉଜ୍ଜ୍ୱଳ ଓ ହାଇଡ୍ରେଟେଡ୍ ରଖେ।

(୪) ଗୁଆ ଶା ଓ ଆଇସ୍ ମସାଜ:

ଆଦ୍ର ଜଳବାୟୁରେ ମୁହଁ ଉପରେ ବରଫ ମସାଜ୍‌ କାହାକୁ ବା ଭଲ ନ ଲାଗେ? ଘରେ ପୁଦିନା ପତ୍ର, ଗୋଲାପ ପାଖୁଡା ଓ କାକୁଡି ରସର ଆଇସ୍‌ କ୍ୟୁବ୍ସ ବନାଇ, ସନ୍ଧ୍ୟାରେ ଏଥିରେ ମୁହଁ ମସାଜ କଲେ କେବଳ ରିଫ୍ରେସି° ଲାଗିବନି, ଚର୍ମ ମଏଶ୍ଚରାଇଜ ଓ ଚିକ୍କଣ ମଧ୍ୟ ହେବ। ଏହା ଛଡା ଫେସ୍ ମସାଜ୍‌ ପାଇଁ ଗୁଆ ଶା ବା ମସାଜ ରୋଲର୍‌ ମଧ୍ୟ ବ୍ୟବହାର କରିପାରନ୍ତି।

ଏହା ମୁହଁର ଲିମ୍ଫାଟିକ୍ ଡ୍ରେନେଜ୍‌ରେ ସାହାଯ୍ୟ କରେ। ମୁହଁ ଓ ଆଖିତଳ ଫୁଲା କମାଏ। ନିୟମିତ ଆଇସ୍ ମସାଜ୍‌ ଓ ଗୁଆ ଶାର ବ୍ୟବହାର ଆଖିତଳ କଳାଦାଗ ମଧ୍ୟ ଦୂର କରିଥାଏ। ବାରମ୍ବାର କପଡା କିମ୍ବା ଟିସୁରେ ମୁହଁକୁ ପୋଛନ୍ତୁ ନାହିଁ। ଏହା ଚମଡାରେ ଅତି ଛୋଟଛୋଟ ଖଣ୍ଡିଆ ବା ରାଞ୍ଚୁଡା ସୃଷ୍ଟି କରିପାରେ, ଯାହା ଇନ୍‌ଫେକସନ୍ ମଧ୍ୟ କରିପାରେ।

(୫) ହାଲୁକା ମେକ୍‌ଅପ୍:

ଏମିତି ଜଳବାୟୁରେ ମେକ୍‌ଅପ୍ ହାଲୁକା, କମ୍ କିମ୍ବା ଆଦୌ କରନ୍ତୁ ନାହିଁ। ବହଳିଆ ମେକ୍‌ଅପ୍ ପୋର୍ସଗୁଡିକୁ ବନ୍ଦ କରି ମୁଖବ୍ରଣ ଓ ସ୍କିନ୍ ରାସେସ୍‌ର କାରଣ ହୋଇଥାଏ। ଅଲଗା ଅଲଗା ପ୍ରଡକ୍ଟର ବିଭିନ୍ନ ପରସ୍ତ ନ ଲଗାଇ ମଏଶ୍ଚରାଇଜର୍‌ ଓ ସେରମ୍ ଡୁଓ ପରି ମଲ୍ଟିପରପଜ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ।

(୬) କୁଲି° ଫୁଡ୍ ବା ଅଧିକ ଜଳୀୟ ଅ°ଶ ଥିବା ଖାଦ୍ୟ ଖାଆନ୍ତୁ:

ଅଧିକ ଝାଳ ହୋଇ ଡିହାଇଡ୍ରେସନ ହେବାର ସମ୍ଭାବନା ବଢିଯାଏ। ତେଣୁ ଏହି ସମୟରେ ଏମିତି ଖାଦ୍ୟ ଖାଇବା ଦରକାର ଯାହା ଆମର ନଷ୍ଟ ହୋଇଥିବା ଜଳୀୟ ଅ°ଶକୁ ପୂରା କରିବା ସହ ଆମ ଚର୍ମକୁ ମଧ୍ୟ ଥଣ୍ଡା ରଖିବ। ପାଣି, ଘୋଳଦହି, ତୋରାଣି, ଛତୁଆ, ପଇଡ ପାଣି, ମୌସମି ଆଦିର ରସ ଅନ୍ୟ ଦିନ ଅପେକ୍ଷା ଅଧିକ ନିଅନ୍ତୁ।

ସେହିପରି ଖାଇବାରେ ଅଧିକ କାକୁଡି, ତରଭୁଜ, ଫୁଟି କାକୁଡି, ଜାମୁରୋଳ, ତାଳସଜ, କଞ୍ଚା ଆମ୍ବ ନିଅନ୍ତୁ। ଭୁସି କିମ୍ବା ଟୁକୁମାରି (ନାଣ୍ଡି ବଗୁଲି) ବା ବାସିଲ ସିଡ୍ସକୁ ପାଣିରେ ୩-୪ ଘଣ୍ଟା ଭିଜାଇ ଖାଇବା ମଧ୍ୟ ଉପକାରୀ। ସିଜନାଲ୍ ଫ୍ରୁଟ୍ସ ଅଧିକ ନିଅନ୍ତୁ। ଏହା ଜଳବାୟୁ ସହ ଶରୀରକୁ ଖାପଖୁଆଇ ଚଳିବାରେ ପ୍ରକୃତି ପ୍ରଦତ୍ତ ଉପାଦାନ।

(୭) କୁଲି° ପ୍ୟାକ୍:

ଝାଳକୁ ବାରମ୍ବାର ରଗଡିକି ପୋଛିବା ଦ୍ୱାରା ଅନେକ ସମୟରେ କୁଣ୍ଡେଇ ହୋଇ ଫଳିଯିବା, ଜଳାପୋଡା ହେବା ସମସ୍ୟା ଦେଖାଯାଏ। ଘରେ କଞ୍ଚା ହଳଦି ଓ ଲିମ୍ବ ପତ୍ରର ପେଷ୍ଟ୍‌ ବନାଇ ଲେପ ଦେଲେ ଏଥିରୁ ଖୁବ୍ ଶୀଘ୍ର ଆରାମ ମିଳେ। ଏହାଛଡା ଘିକୁଆଁରି ରସ ସହ ଥଣ୍ଡା ଗ୍ରୀନ୍‌ ଟି ଓ ପଇଡ ପାଣି ମିଶାଇ ଗୋଟିଏ ଘୋଳ ବନାଇ ଲଗାଇଲେ ମଧ୍ୟ ଉପଶମ ମିଳେ। କିନ୍ତୁ ଏସବୁ, ପ୍ରାଥମିକ ଚିକିତ୍ସା ଦ୍ୱାରା ନ କମିଲେ କିମ୍ବା ଇନ୍‌ଫେକ୍‌ସନ୍‌ର ଡର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅନେକ ଖରାଦିନେ କିମ୍ବା ଗୁଳୁଗୁଳି ସମୟରେ ଝାଳ ନ ବୋହିବା ପାଇଁ ପ୍ରାଣ ପଣେ ଚେଷ୍ଟା କରନ୍ତି। କିନ୍ତୁ ପ୍ରକୃତରେ କିଛି ମାତ୍ରାରେ ଝାଳ ହେବା ଦେହ ପାଇଁ ଭଲ। ଝାଳ ବାଷ୍ପୀଭୂତ ହେବା ଦ୍ୱାରା ଦେହ ଥଣ୍ଡା ରୁହେ। ଏହା ଆମର ପ୍ରାକୃତିକ କୁଲି° ସିଷ୍ଟମ। ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ଚଳିଲେ ହିଁ ସର୍ବଦା ସୁଫଳ ମିଳିଥାଏ।