କ୍ୟାବିନରେ ହେଲା ବିରାଟ ଧମାକା, ତାପରେ ଆଖି ପିଛୁଳାକେ ଖସି ପଡ଼ିଲା ବିମାନ !

ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍‌ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା । 

Flight Accident

ଅଚାନକ ୧୫୦୦୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ବିମାନ । ମାତ୍ର ତିନି ମିନଟ୍‌ରେ ୧୫ ହଜାର ଫୁଟ୍‌ ତଳକୁ ଖସିବାରୁ ସମସ୍ତେ ଚକିତ । ମୁହୁର୍ତ୍ତକ ମଧ୍ୟରେ ଖେଳିଗଲା ଭୟର ବାତାରଣ । ଯାତ୍ରୀମାନେ ପଡ଼ିଗଲେ ଚିନ୍ତାରେ । ଭାବିଲେ ଏହା ତାଙ୍କର ଶେଷ ମୁହୁର୍ତ୍ତ । ଗୁରୁବାର ଏହି ଘଟଣା ଘଟିଛି ।

ଏଭଳି ଏକ ଭୟଙ୍କର ବିପଦର ସାମ୍ନା କରିଛି, ଆମେରିକା ଏୟାରଲାଇନ୍‌ସର ଏକ ବିମାନ । ଯାହାକି ଫ୍ଲୋରିଡା ଅଭିମୁଖେ ଯାତ୍ରା କରୁଥିଲା । ଦେଢ଼ ଘଣ୍ଟାର ଏହି ବିମାନ ଯାତ୍ରା ମଧ୍ୟରେ ଅଧା ରାସ୍ତାରେ ଏଭଳି ଘଟଣା ଘଟିଛି । ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍‌ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା । 

ବିମାନରେ ଥିବା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ହାରିସନ୍ ହାଓ ଟ୍ୱିଟ୍ କରି କହିଛନ୍ତି ଯେ ‘ମୁଁ ଅନେକ ଥର ବିମାନରେ ଯାତ୍ରା କରିଥିଲି, କିନ୍ତୁ ଏହା ଏକ ଭୟାନକ ଅନୁଭବ ଥିଲା। ଏହି ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା । ଯାହାକୁ ଶବ୍ଦରେ ବୟାନ କରିବା କଷ୍ଟ । ଖାଲି ପଟୋ ଦେଖି କେହି ଏହି ଘଟଣାର ଅନୁମାନ ବି ଲଗାଇପାରିବେ ନାହିଁ । କାରଣ ଫଟୋରୁ ପୋଡ଼ିବାର ଗନ୍ଧ ବାରିହେବନି କିମ୍ବା ଫଟୋରୁ ସେହି ଭୟଙ୍କର ଶବ୍ଦ ଶୁଭିବ ନାହିଁ । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ବିମାନରେ ଥିବା ବିମାନ କର୍ମଚାରୀ, କ୍ୟାବିନ କର୍ମଚାରୀ ଏବଂ ପାଇଲଟମାନଙ୍କୁ ଅଭିନନ୍ଦନ’ ।

ଏଭଳି ଏକ ସଂକଟ ସମୟରେ ବିମାନ କର୍ମଚାରୀ ତଥା ଅନ୍ୟ ଷ୍ଟାଫ୍ ଏବଂ ପାଇଲଟ୍‌ମାନେ ଖୁବ୍‌ ଶାନ୍ତ ଥିଲେ । ଲୋକଙ୍କୁ ପ୍ୟାନିକ୍‌ ନହେବା ପାଇଁ ବୁଝାଉଥିଲେ । ସେମାନେ ଏତେ ବଡ଼ ବିପଦ ଥିବା ଜାଣି ମଧ୍ୟ କେବେ ବି ଧର୍ଯ୍ୟହରା ହୋଇନଥିଲେ । ସ୍ଥିତିକୁ ଯଥା ସମ୍ଭବ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଜାରି ରଖିଥିଲେ । ଏଭଳି ଷ୍ଟାଫ୍‌ ଓ ପାଇଲଟ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ’ ।

ସେ ଆହୁରି ଟ୍ୱିଟ୍ କରିଛନ୍ତି ଯେ, ‘ଯାତ୍ରୀମାନଙ୍କୁ ନିଜ ନିଜ ଭିତରେ କଥା ହେବା ପାଇଁ ବାରଣ କରାଯାଇଥିଲା । ଆଉ ଶ୍ୱାସକ୍ରିୟାରେ ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ସେଥିପାଇଁ ଆମେ କେହି କଥା ହୋଇପାରୁନଥିଲୁ । କିନ୍ତୁ ଲେଖା ମାଧ୍ୟମରେ ଆମକୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଉଥିଲା । ଏମିତିକି ଫ୍ଲାଇଟ୍‌ରୁ ପୋଡ଼ା ଗନ୍ଧ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ୪୮ ମିନିଟ୍‌ର ଏହି ଯାତ୍ରା ମଧ୍ୟରେ ମାତ୍ର ୧୧ ମିନିଟରେ ବିମାନଟି ୨୦ ହଜାର ଫୁଟ ତଳକୁ ଖସିଥିଲା । ଖାସ କରି ୬ ମିନିଟ୍‌ରେ ୧୮ ହଜାର ୬ ଶହ ଫୁଟ୍‌ ତଳକୁ ଖସିଥିଲା ବିମାନ । ଯାହାକି ଅତ୍ୟନ୍ତ ଭୟଙ୍କ ସ୍ଥିତି ରହିଥିଲା । ଲାଗୁଥିଲା ଯେମିତି ତାହା ଥିଲା ଜୀବନର ଶେଷ ମୁହୁର୍ତ୍ତ’। 

ତେବେ ଏହି ଦୁର୍ଘଟଣାର କାରଣ ହେଲା, ଆକାଶରେ ପ୍ରସର କମ୍‌ ଥିବାରୁ ବିମାନ ତଳକୁ ଖସିଥିଲା । ଆଉ ପାଇଲଟ୍ ଅଳ୍ପ ଉଚ୍ଚରେ ବିମାନ ଉଡ଼ାଇବାକୁ ସୁରକ୍ଷିତ ମଣିଥିଲେ । ଯାହାଫଳରେ ଅନେକ ଜୀବନ ସୁରକ୍ଷିତ ରହିଥିଲା ।