Advertisment

ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

ଅଦ୍ୟତନ ହୋଇଛି
Puri Anand Bajar

Puri Anand Bajar

Advertisment

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ଅବଢ଼ା ରେଟଚାର୍ଟ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳା କମିଟି ବୈଠକରେ
ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି
ସଦସ୍ୟ, ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ ଏକ କୋର୍ କମିଟି ଗଠିତ ହୋଇଛି ।

Advertisment

ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରିବା, ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା, ଉତ୍ତର ଦୁଆରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଶୁଖିଲା ଓ ମହାପ୍ରସାଦ ଯୋଗାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛି ସୁଆର ମହାସୁଆର ନିଯୋଗ। ସମସ୍ତ ଦାବିକୁ ପ୍ରଶାସନ ଗ୍ରହଣ କରିବା ସହ ଗଠିତ ହୋଇଥିବା କୋର୍ କମିଟି ଆସନ୍ତା ୭ ଦିନ ଭିତରେ ରିପୋର୍ଟ ଦେବ ବୋଲି କୁହାଯାଇଛି ।

ତେବେ ବୈଠକରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । କେବଳ ସ୍ୱତ୍ୱଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ ବୋଲି କୁହାଯାଇଛି । ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ। ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ।

Advertisment

ସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ। ଭକ୍ତଙ୍କ ପ୍ରସାଦ ସେବନ ଜାଗାରେ ପିଢ଼ା, ଖଟ ଆଦି ପକାଇ ପାରବେନି। ଆନନ୍ଦବଜାରରେ ପଲିଥିନ୍‌ ପକାଯିବନି । ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ।

କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ। କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। ଆନନ୍ଦବଜାର ମାଳି ଦୋକାନରେ ଖେଳଣା ବନ୍ଧୁକ ସହ ଅନ୍ୟାନ୍ୟ ଖେଳଣା ବିକ୍ରି ବନ୍ଦ ହେବ। କେବଳ ଧାର୍ମିକ ଜିନିଷ ବିକ୍ରି ହେବ। ବାସି ମହାପ୍ରସାଦ ବିକ୍ରି ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟମିତ ଯାଞ୍ଚ କରିବେ। ମହାପ୍ରସାଦରେ ଡାଲ୍‌ଡା ଘିଅ ବ୍ୟବହାର ହେଲେ, କାର୍ଯ୍ୟାନୁଷ୍ଠାନ ହେବ। ଭୋଗମଣ୍ଡପରୁ ମହାପ୍ରସାଦ ବାହରିବା ପରେ ବୋଝିଆମାନେ ବାଇଶି ପାହାଚ ପାର୍ଶ୍ୱରେ ଆନନ୍ଦବଜାରକୁ ଥିବା ବାଟ ଦେଇ ମହାପ୍ରସାଦ ନେବା ଆଣିବା କରିବେ। ଦର ତାଲିକା ବି ଖୁବଶୀଘ୍ର ଲାଗିବ। ଯଦ୍ୱାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। 

Advertisment
Lord Jagannath Puri Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ