Advertisment

ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

ଅଦ୍ୟତନ ହୋଇଛି
undefined

Chilika Signature Bridge

Advertisment

ମିଳିବ ବିପଦନକ ଜଳଯାତ୍ରାରୁ ମୁକ୍ତି । ପୂରଣ ହେବ ଦ୍ୱିପାଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ। ଆଉ ଭସାପୋଲ କିମ୍ବା ଯନ୍ତ୍ରଚାଳିତ ଡଙ୍ଗା ଉପରେ କରିବାକୁ ପଡ଼ିବନି ଭରସା । କାରଣ ନିର୍ମାଣ ହେବ ଆଖିଦୃଶିଆ ପୋଲ । ପୁରୀ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ହେବ ସଂଯୋଗୀକରଣ।

Advertisment

ଚିଲିକାରେ ଥିବା ସାତପଡ଼ାରୁ ବରମପୁର ଦୀପ ଯାଏଁ ଏବଂ ମଏଷାରୁ ଜହ୍ନିକୁଦା ଯାଏଁ ସିଗ୍ନେଚର ବ୍ରିଜ୍ ତିଆରି ହେବ। ଅର୍ଥାତ ଉଭୟ ବ୍ରିଜର ଲମ୍ବ ଦେଢ଼ କିଲୋମିଟର ରହିବ ଏବଂ ଏଥିରେ କୌଣସି ପିଲର୍ ରହିବ ନାହିଁ। ଏହି ବ୍ରିଜ୍ ହେଲେ ଜାତୀୟ ରାଜପଥ ୩୧୬ ଏବଂ ୫୧୬-ଏ ମଧ୍ୟରେ ସଂଯୋଗୀକରଣ ହୋଇପାରିବ।

ଏଥିସହିତ ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

Advertisment

ଏହାପରେ ଗତ ୧୫ ତାରିଖରେ ଗଡ଼କରୀ ଏ ସଂପର୍କରେ ଘୋଷଣା କରିଥିବାବେଳେ ଏବେ ନୂଆ DPR ପ୍ରସ୍ତୁତି ଜାରି ରହିଛି । ଆସନ୍ତା ୩ ମାସ ପରେ ଆରମ୍ଭ ହେବ ଏହି ସ୍ବତନ୍ତ୍ର ବ୍ରିଜ୍।  

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଛି ୨୧ଟି ପଞ୍ଚାୟତ। ଚିଲିକା ମଧ୍ୟରେ ରହିଛି ୧୪ଟି ପଞ୍ଚାୟତ। ତାହାରି ଭିତରେ ୯୨ଟି ଗାଁର ଲୋକେ ଗମନାଗମନଠାରୁ ଆରମ୍ଭ କରି ଜୀବନ ଜୀବିକା ପାଇଁ ସଂଘର୍ଷ କରିଥାନ୍ତି। କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ପାଇଁ ଚିଲିକାର ଜଳରାଶିରେ ୫ କିଲୋମିଟର ଯାଏଁ ଗମନାଗମନ ବ୍ୟବସ୍ଥା ସବୁବେଳେ ବିପଦସାବ୍ୟସ୍ତ ହୋଇଛି। ଝଡ଼ ବାତ୍ୟା ହେଲେ କିମ୍ବା ଡଙ୍ଗାରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ପାଣି ଭିତରେ ନାନା ସମସ୍ୟା ଭୋଗିବାକୁ ପଡ଼ିଛି ଅଞ୍ଚଳବାସୀଙ୍କୁ।

Advertisment

ଏବେ ବ୍ରିଜ୍ ବନିଗଲେ ପୁରୀ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ବଢ଼ିବା ସହିତ ସ୍ଥାନୀୟ ଅଂଚଳର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସିନ୍ଦା। 

Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ